/odishatv-khabar/media/post_attachments/uploadimage/library/16_9/16_9_0/narsingh-misra_1626329009.jpg)
narsingh-misra
ଭୁବନେଶ୍ୱର: ପରୀ ହତ୍ୟା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ କଂଗ୍ରେସ SIT ତଦନ୍ତ ଦାବି କରିଥିଲା, ଆଜି SIT ଅଭିଯୁକ୍ତକୁ ଗିରଫ କରିଛି। ବିଜେପି କହୁଛି ଗିରଫ ବ୍ୟକ୍ତି ଦୋଷୀ ନୁହଁନ୍ତି, ପ୍ରକୃତ ଦୋଷୀ କିଏ ବିଜେପି କହୁ। ସ୍ଥାନୀୟ ମନ୍ତ୍ରୀଙ୍କ ବିରୋଧରେ ଫୋନ୍ ବାର୍ତ୍ତାଳାପ ଅଭିଯୋଗ ଆସିଥିଲା। ଏସ୍ଆଇଟି ଉକ୍ତ ଫୋନ୍ ବାର୍ତ୍ତାଳାପର ମଧ୍ୟ ତଦନ୍ତ କରୁ ବୋଲି ନରସିଂହ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି ଯେ ମହିଳା ନିର୍ଯାତନାରେ ଲୋକସଂଖ୍ୟା ଦେଖିଲେ ଓଡ଼ିଶା ଦେଶରେ ୧ ନମ୍ବର। ପରୀ ମାମଲାରେ କିନ୍ତୁ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁନାହିଁ। ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଚାହୁଁଛି ବୋଲି ନରସିଂହ କହିଛନ୍ତି।
ତେବେ ପରୀ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି SIT। ନୟାଗଡ଼ ଯଦୁପୁର ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି SIT। ୩୭୬-A, ୩୭୬-AB, ୩୬୪, ୩୦୨, ୨୦୧ ଓ ପକ୍ସୋ ଆକ୍ଟ ସେକ୍ସନ୍ -୬ରେ ମଧ୍ୟ ମାମଲା ରୁଜୁ କରାଯାଇଛି।ସେ ବ୍ୟକ୍ତି ଜଣକ କିଏ ତାହା ଜଣାପଡ଼ିନାହିଁ।
ନୟାଗଡ଼ ପରୀ ହତ୍ୟା ମାମଲାରେ ଖୋଳତାଡ ପାଇଁ ଯଦୁପୁରରେ ପହଞ୍ଚିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଗିରଫ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଇ ବୋଥ୍ରା କହିଛନ୍ତି ଯେ, ଆମେ ଯାହାକୁ ଗିରଫ କରିଛୁ ସେ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି । ଦୁଷ୍କର୍ମ ଉଦ୍ୟମରୁ ହିଁ ହତ୍ୟା ଘଟିଛି। ଏସଆଇଟି ଗିରଫ ବ୍ୟକ୍ତି ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ବୋଥ୍ରା କହିଛନ୍ତି । ଏହାସହ ଏହି ଘଟଣାରେ ତାକୁ କିଏ ସାହାଯ୍ୟ କରିଛି କି ନାହିଁ ତାହା ତଦନ୍ତ ହେବ।
ଅଭିଯୁକ୍ତକୁ ନୟାଗଡ଼ ଜିଲ୍ଲା ହସ୍ପିଟାଲ ନିଆଯାଇ ସେଠାରେ ତାର ସ୍ୱାସ୍ଥ୍ୟର ଯାଞ୍ଚ କରାଯାଇଛି। ସ୍ୱାସ୍ଥ୍ୟ ଯାଞ୍ଚ ପରେ ତାକୁ ଯଦୁପୁର ନିଆଯାଇଛି। ପୂର୍ବରୁ ସକାଳେ SITର ୨ ଜଣ ଅଧିକାରୀ ଯଦୁପୁରରେ ପହଞ୍ଚି ସରୋଜ ସେଠୀଙ୍କ ମାଆଙ୍କୁ ପଚରାଉଚରା କରିଥିଲା।ପରୀର ମୃତଦେହ ଯେଉଁଠି ପଡ଼ିଥିଲା, ତା ପାଖରେ ଥିବା ପୋଖରୀକୁ ଶୁଖାଯିବାକୁ ନେଇ ଯୋଜନା କରାଯାଇଛି। କାଳେ ପରୀର ଅଂଶ ବିଶେଷ ପୋଖରୀରେ ପଡ଼ିଥିବ, ସେଥିଲାଗି ପୋଲିସ ପକ୍ଷରୁ ପୋଖରୀ ଶୁଖାଇବା ଯୋଜନା ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)