Advertisment

Child in Coma Recovers: ଫେରାଇ ଦେଲେ ଡାକ୍ତର, ଆଶା ଦେଲେ ମହାପ୍ରଭୁ ...ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ମହାପ୍ରଭୁଙ୍କ ଚମତ୍କାରିତା

ପ୍ରକାଶ ଭୋଇ ପୁଅ ନିଖିଲକୁ ସାଥିରେ ଧରି ସୁଦୂର ରାଜସ୍ଥାନରୁ ଆସିଛନ୍ତି। ପ୍ରକାଶଙ୍କ କହିବା କଥା ବର୍ଷେ ପୂର୍ବରୁ ତାଙ୍କ ପୁଅକୁ ବାତ ମାରିଥିଲା। ଦୀର୍ଘଦିନ ଧରି ଅହମ୍ମଦାବାଦର ଏକ ହସ୍ପିଟାଲରେ ଚିକିତ୍ସା ପରେ ବି ଭଲ ହେଲାନି ବରଂ ବେଶି ବିଗିଡିବାରେ ଲାଗିଲା।

author-image
Manas Ranjan Mohanty
CHILD-SRIMANDIR

CHILD-SRIMANDIR Photograph: (OTV)

ସିଂହଦ୍ବାର ସମ୍ମୁଖରେ ଚମତ୍କାର ! କୋମାରେ ଥିଲା ପୁଅ, ହଠାତ୍ ଆଖି ଖୋଲିଲା । ଚକାଆଖିକୁ ଦେଖିଲା, ନୀଳଚକ୍ରକୁ ଚାହିଁଲା ।ଫେରାଇ ଦେଲେ ଡାକ୍ତର, ଆଶା ଦେଲେ ମହାପ୍ରଭୁ
ହତଭାଗା ବାପର ଦି'ପଦ କଥା ଶୁଣିବା ପରେ ହୁଏତ ଆପଣ ଦ୍ବନ୍ଦ୍ବରେ ପଡିଯିବେଣି। ସତରେ କଣ ଏଠି ଚିକିତ୍ସା ବିଜ୍ଞାନ ଫେଲ ମାରିଲା ଆଉ ବିଶ୍ବାସର ଜିତାପଟ ହେଲା। ଯେତେବେଳେ ପିଲାର ଜୀବନ ବଞ୍ଚାଇବାକୁ ବଡ଼ ହସ୍ପିଟାଲ ନିରାଶ କରେ, ଡାକ୍ତର ହାତ ଟେକି ଦିଅନ୍ତି, ଭଗବାନଙ୍କୁ ଡାକ ବୋଲି କୁହନ୍ତି ସେହି ସମୟରେ ଜଣେ ବାପା ଆଉ କଣ ବା କରିପାରିବ। ଏହିଭଳି ଏକ ପରିସ୍ଥିତି ସାମନା କରି କିଛି ଦିନ ତଳେ ସିଧା ହସ୍ପିଟାଲ ବେଡରୁ ରୋଗିଣା ପୁଅକୁ ଧରି ଜଗନ୍ନାଥ ଧାମ ଆସିଥିଲେ

Advertisment

ଆଉ ପୁଅକୁ ରାସ୍ତା ଉପରେ ଶୁଆଇ ଦେଇ ବଡ ଠାକୁରଙ୍କ ଶରଣରେ ପଶିଥିଲେ। ରଖିଲେ ରଖିବୁ, ମାରିଲେ ମାରିବୁ ନ୍ୟାୟରେ ଏହି ଶେଷ ସ୍ଥାନକୁ ବାଛିଥିଲେ। ଆଉ ତା ପରର ଦୃଶ୍ୟ କିଛି ଏଭଳି ଥିଲା ....ପୁଅକୁ ସୁସ୍ଥ କରିବାକୁ ବାପା ଅରୁଣ ସ୍ତମ୍ଭ ପାଖରେ ମୁଣ୍ଡିଆ ମାରୁଛି ଆଉ ପୁଅକୁ ଛୁଆଁଇ ଦେଉଛି। ସକାଳ ଆଳତୀ ଆଣି ମୁଣ୍ଡରେ ମାରି ଦେଉଛି ତ କେତେବେଳେ ଠାକୁରଙ୍କ ଚରଣରୁ ଫୁଲଟିଏ ଆଣି ପୁଅ ଦେହରେ ଲଗାଇ ଦେଇ ଜୟ ଜଗନ୍ନାଥ ଡାକୁଛି। ସେ ନିଶ୍ଚିନ୍ତ ଯେ, ଠାକୁର ପୁଅକୁ ଭଲ କରିବେ ଆଉ ସୁସ୍ଥ ହୋଇ ଏଠାରୁ ଘରକୁ ଫେରିବେ। ଏହାରି ଭିତରେ ତାଙ୍କ ସହିତ ଘଟିଛି ବଡ଼ ଚମତ୍କାର। ଅଚେତ ହୋଇ ପଡିଥିବା ପୁଅଟା ଏବେ ଆଖି ଖୋଲିଛି। ହାତ ଗୋଡ ବି ଧିରେ ଧିରେ ହଲାଉଛି। ଯାହାକୁ ନେଇ ଖୁସିରେ ବିଭୋର ଭକ୍ତ ଓ ସେବାୟତ। 



ପ୍ରକାଶ ଭୋଇ ପୁଅ ନିଖିଲକୁ ସାଥିରେ ଧରି ସୁଦୂର ରାଜସ୍ଥାନରୁ ଆସିଛନ୍ତି। ପ୍ରକାଶଙ୍କ କହିବା କଥା ବର୍ଷେ ପୂର୍ବରୁ ତାଙ୍କ ପୁଅକୁ ବାତ ମାରିଥିଲା। ଦୀର୍ଘଦିନ ଧରି ଅହମ୍ମଦାବାଦର ଏକ ହସ୍ପିଟାଲରେ ଚିକିତ୍ସା ପରେ ବି ଭଲ ହେଲାନି ବରଂ ବେଶି ବିଗିଡିବାରେ ଲାଗିଲା। ଡାକ୍ତର ହାତ ଟେକି ଦେଇ ଭଗବାନକୁ ଡାକ ବୋଲି କହିଥିଲେ। ଭଗବାନ କହିଲେ ପ୍ରକାଶଙ୍କୁ କେବଳ ମହା ପ୍ରଭୁ ଜଗନ୍ନାଥଙ୍କ ମୁହଁ ଦିଶିଲା। ବାସ୍ ସେଇଠୁ ପୁଅକୁ କାନ୍ଧରେ ପକାଇ ସିଧା ଧାଇଁଆସିଲେ ପୁରୀ। ଆଉ ନଭେମ୍ବର ୮ରେ ଅସୁସ୍ଥ ପୁଅକୁ ଶ୍ରୀମନ୍ଦିର ଆଣି ପ୍ରକାଶ ମହାପ୍ରଭୁଙ୍କୁ ଟେକିଦେଇଥିଲେ । ଏହାପରେ ଘରକୁ ଫେରି ଦେଖିଥିଲେ ଚମତ୍କାର। କୋମାରେ ଥିବା ନିଖିଳ କିଛିଦିନ ପରେ କୁଆଡ଼େ ହଠାତ ହାତଗୋଡ଼ ହଲାଇବା ସହ ଆଖି ଖୋଲି ଚକା ଆଖିକୁ ଚାହିଁଥିଲେ। ପୁଅର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଆଜି ପୁଣିଥରେ ମହାପ୍ରଭୁଙ୍କ ପାଖକୁ ପୁଅକୁ ନେଇଆସିଥିଲେ ପ୍ରକାଶ।... 

ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ପୁଅ ଯେ ନିଶ୍ଚୟ ଭଲ ହୋଇଯିବ ସେ ଆଶା ଢେର ବଢ଼ିଯାଇଛି ପ୍ରକାଶଙ୍କର। ଆଉ ରାଜସ୍ଥାନରୁ ଆସିଥିବା ଜଗନ୍ନାଥଙ୍କ ଏ ଭକ୍ତଙ୍କ ପୁଅ କିପରି ସୁସ୍ଥ ହୋଇ ଫେରିବ ସେନେଇ ତତ୍ପରତା ବି ଦେଖାଇଛି ପ୍ରଶାସନ। ନିଖିଲକୁ ପୁରୀ ହସ୍ପିଟାଲରେ ରଖାଯାଇ ସେଠାରେ ଚିକିତ୍ସା ଚାଲିଛି।

Advertisment
Advertisment
Related Articles
Advertisment