/odishatv-khabar/media/media_files/2025/10/30/lingaraj_temple-2025-10-30-20-29-03.jpg)
LINGARAJ_TEMPLE Photograph: (OTV)
ମହାକାର୍ତ୍ତିକରେ ମହାବିଭ୍ରାଟ। ଖାଡ଼ା ଉପାସ ରହିଲେ ପ୍ରଭୁ ଲିଙ୍ଗରାଜ। କାଲି ଦିନ ସାରା ଉପାସ ପରେ ଆଜି ସ୍ବାଭାବିକ ହୋଇଛି ନୀତିକାନ୍ତି । ଏମିତିକି କାର୍ତ୍ତିକ ମାସରେ ଲିଙ୍ଗରାଜଙ୍କ ପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ ଓ ହବିଷ୍ୟାଳି। ଗତକାଲି ସମର୍ଥା ସେବାୟତଙ୍କ ନିଅଂଶ ପାଳିରେ ଥିବା ସେବାୟତ କାମରେ ସାମିଲ ହେଲେ ନାହିଁ। ଯାହାର ପରିଣାମ ସ୍ୱରୂପ ପ୍ରଭୁଙ୍କ ନୀତି ବନ୍ଦ ହେବା ସହ ଉପାସରେ ରହିଲେ ଲିଙ୍ଗରାଜ। ଧର୍ମ ମାସରେ ନା ଅବଢ଼ା ବାହାରିଥିଲା, ନା ମନ୍ଦିରରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶ ନୀତି ହୋଇପାରିଥିଲା। ଯାହାକୁ ନେଇ ଆସନ୍ତୋଷ ବ୍ୟକ୍ତ କରିଛନ୍ତି ହବିଷ୍ୟାଳି ଏବଂ ଶ୍ରଦ୍ଧାଳୁ। ଆତ୍ମ ସ୍ବାର୍ଥ ପାଇଁ କାହିଁକି ସେବାୟତ ନୀତି ବନ୍ଦ କରିଛନ୍ତି ବୋଲି ପ୍ରଶ୍ନ କରିବା ସହ ବିଭ୍ରାଟ ପାଇଁ ମନ୍ଦିର ପ୍ରଶାସକୁ ଦାୟୀ କରିଛନ୍ତି।
ଏଠି ପ୍ରଶ୍ନ ଉଠୁଛି ପ୍ରତି କିଛି ମାସ ଅନ୍ତରାଳରେ କାହିଁକି ବାରମ୍ବାର ଲିଙ୍ଗରାଜ ମନ୍ଦିରରେ ଉପୁଜୁଛି ଏଭଳି ସ୍ଥିତି ? ଲିଙ୍ଗରାଜ ମନ୍ଦିରରେ ଥିବା ଛତିଶା ନିଯୋଗ ମଧ୍ୟରେ କାହିଁକି ସମନ୍ୱୟ ରକ୍ଷା କରିବାରେ ବିଫଳ ହେଉଛି ମନ୍ଦିର ପ୍ରଶାସନ ? ମହାପ୍ରଭୁଙ୍କ ସେବା ଏବଂ ନୀତିରେ ଖିଲାପ କରୁଥିବା ସେବାୟତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ କାହିଁକି ନେଉନାହିଁ ମନ୍ଦିର ପ୍ରଶାସନ ? କେବେ ବାହାରିବ ଏହାର ସ୍ଥାୟୀ ସମାଧାନର ବାଟ ? ଆଉ କେବେ ଆସିବ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ୍ ? ତେବେ ଏ ଦିଗରେ ମନ୍ଦିର ପ୍ରଶାସନ ବିଚାର ବିମର୍ଶ କରୁଥିବା ବେଳେ ମନ୍ଦିରର ନୀତିକାନ୍ତିରେ ଯେଭଳି ସମସ୍ୟା ସୃଷ୍ଟି ନହୁଏ ସେ ଦିଗରେ ମନ୍ଦିର ପ୍ରଶାସନ କାମ କରୁଥିବା କହିଛନ୍ତି ଖୋର୍ଦ୍ଧା ଏଡିଏମ୍ ।
British Era Shipwreck: ବାତ୍ୟା ମୋନ୍ଥା ଚାଲିଗଲା, ସମୁଦ୍ର ଭିତରେ ଦେଖାଗଲା ଇଂରେଜ ଅମଳର

Bengaluru Road Rage: ଗୋଡ଼ାଇ ଗୋଡ଼ାଇ କାର ଚଢ଼ାଇ ଦେଲେ , ସାମାନ୍ୟ ଘଟଣାକୁ ନେଇ ମାରିଦେଲେ

Villagers Refuse To Carry: ବାପା ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ... ମୃତ୍ୟୁ ପରେ ବି କାନ୍ଧ ଦେଲେନି

SI Exam Corruption Case: ଜେଲରୁ ବାହାରିଲେ ୧୧୪ ଅଭିଯୁକ୍ତ , ମାଷ୍ଟର ମାଇଣ୍ଡ ଏବେବି ଫେରାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)