/odishatv-khabar/media/media_files/2025/12/17/sea-beach-2025-12-17-15-40-36.jpg)
Sea-Beach Photograph: (OTV)
ଦିନେ କୂଳକୁ ମାଡ଼ି ଆସୁଥିଲା ଲହଡ଼ି । ସମୁଦ୍ରର ଗର୍ଜନ ସାଙ୍ଗକୁ ନୀଳ ଜଳରାଶି ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣି ଆଣୁଥିଲା। ହେଲେ ବର୍ଷ କେଇଟାରେ ନିଜ ପରିଚୟ ହରାଇ ବସିଛି ବେଳାଭୂମି। ବେଳାଭୂମି ଦେଖିବାକୁ ଆସି ପର୍ଯ୍ୟଟକ ପାଉଛନ୍ତି ମରୁଭୂମି। ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏଠି ସମୁଦ୍ର ପାଣି ଟୋପେ ଦେଖିବା ସ୍ବପ୍ନ। କାରଣ ଆଉ ଆଗ ପରି ଚାନ୍ଦିପୁର ବେଳାଭୂମିର ଚମକ ନାହିଁ। ଦିନେ ପର୍ଯ୍ୟଟକଙ୍କ ପାଇଁ ଅବସର ବିନୋଦନ ସ୍ଥାନ ପାଲଟିଥିବା ଚାନ୍ଦିପୁର ବେଳାଭୂମି ଆଜି ନିଜ ଚମକ ହରାଇ ବସିଛି।
ଜଳବାୟୁ ପରିବର୍ତ୍ତନ ସହିତ ମନୁଷ୍ୟକୃତ ତ୍ରୁଟି ପାଇଁ ଚମକୁଥିବା ଚାନ୍ଦିପୁର ଆଜି ନିରବୀ ଯାଇଛି। କୂଳରେ ଶୁଭୁନି ସମୁଦ୍ରର ଘୁଁ ଘୁଁ ଗର୍ଜନ । 2018 ରେ ଆସିଥିବା ୟାସ ବାତ୍ୟା ପରଠୁ ଧୀରେ ଧୀରେ ସମୁଦ୍ରର ପାଣି ଏଠାରେ ପଛକୁ ଯିବାକୁ ଲାଗିଛି। ଧିରେ ଧିରେ ସମୁଦ୍ର କୁଳ ଏବେ ପୋତି ହୋଇ ଘାସ ମଧ୍ୟ ଉଠି ଗଲାଣି। କେବଳ ଜୁଆର ସମୟରେ ପାଣି କୂଳରୁ ଦୁଇ କିମି ଦୂରରେ ରହୁଥିବା ବେଳେ ଅନ୍ୟ ସମୟରେ ଏହା ପ୍ରାୟତଃ ୫ କିମି ଦୂରରେ ଅଟକି ରହୁଛି। ଆଉ ଏବେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ କୁଳରୁ ୫ କିମି ଦୂର କୁ ଯିବାକୁ ପଡୁଛି ପାଣି ଦେଖିବା ପାଇଁ।
ହେଲେ ଏତେ ପରେ ବି ନିରାଶ କରିନି ଚାନ୍ଦିପୁର। କୁଳରୁ ୫ କିମି ପଛକୁ ପାଣି ଫେରିଯିବା ଫଳରେ ଦୃଶ୍ୟମାନ ହେଉଛି ପ୍ରକୃତିର ଏକ ନିଆରା ଦୃଶ୍ୟ। ପାଣି ମରିଚିକା ପାଲଟି ଯାଇଛି ଆଉ ଶୂନ୍ୟରେ ପବନ ଆଲିଙ୍ଗନ କରୁଛି। ବିଶ୍ବରେ ଏମିତି ଏକ ବିରଳ ବେଳାଭୁମି ସୃଷ୍ଟି ହୋଇଛି ଯାହା ପର୍ଯ୍ୟଟନ ଶିଳ୍ପରେ ନୂଆ ସମ୍ଭାବନା ସୃଷ୍ଟି କରି ପାରେ। ଚାନ୍ଦିପୁର ଗଲେ ସେଠାରେ ସି ଡିଜର୍ଟର ଭ୍ରମ ସୃଷ୍ଟି ହେଉଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ସାଉଣ୍ଟି ପାରିବେ ନୂଆ ଅନୁଭୂତି।
Sting Operation at Sub-Jail: ଲାଞ୍ଚ ନେଉଥିଲେ ଜେଲର ବାବୁ! ଷ୍ଟିଙ୍ଗ ଅପରେସନରେ ସାମ୍ନାକୁ ଆସିଲା ସତ

KISS Student’s Death Case: KISS ଛାତ୍ର ମୃତ୍ୟୁ ଘଟଣାରେ ବଡ଼ ଅପଡେଟ୍: ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା

Bribery for Death Certificates: ମୃତ୍ୟୁ ସାର୍ଟିଫିକେଟ୍ ପାଇଁ ଲାଞ୍ଚ! କ୍ୟାମେରାରେ କଏଦ ଲାଞ୍ଚ କାରବାର

Police Confirm Murder of KISS Student: KISS ଛାତ୍ରଙ୍କ ହତ୍ୟା ଘଟଣାକୁ ଦିଆଯାଇଥିଲା ଦୁର୍ଘଟଣାର ରୂପ; ୨ ଅଧିକାରୀଙ୍କ ସମେତ ୫ ଅଟକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)