/odishatv-khabar/media/media_files/2025/12/17/kiss-student-death-case-2025-12-17-12-33-10.jpg)
KISS Student Death Case Photograph: (OTV)
କିସ୍ ଛାତ୍ର ମୃତ୍ୟୁ ଅସ୍ବାଭାବିକ ନୁହେଁ, କିସ୍ ରେ ଛାତ୍ରଙ୍କୁ କରାଯାଇଥିଲା ହତ୍ୟା। ଡାଲି ପଡ଼ିଯିବାକୁ ନେଇ ଗଣ୍ଡଗୋଳରୁ ଛାତ୍ରଙ୍କୁ ତଣ୍ଟିଚିପି ମାରିଦେଇଥିଲେ ତିନି ସହପାଠୀ। ଜିରୋ FIRରେ ତଦନ୍ତ କରି ଘଟଣାର ଖୁଲାସା କରିଛି ଇନଫୋସିଟି ପୋଲିସ। ୩ ଛାତ୍ରଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ୨ ଜଣ ଅଧିକାରୀଙ୍କୁ ମଧ୍ୟ ଇନ୍ଫୋସିଟି ପୋଲିସ ଉଠାଇ ଆଣିଥିବା ସୂଚନା ମିଳଛି। କିନ୍ତୁ ୨ ଜଣ ଅଧିକାରୀ କିଏ, ତାହା ସ୍ପଷ୍ଟ ହୋଇପାରି ନାହିଁ।
ପୋଲିସ ସୂଚନା ଅନୁସାରେ, ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ। ହଷ୍ଟେଲରେ ଡାଲି ପଡ଼ିଯିବାକୁ ନେଇ ଛାତ୍ରଙ୍କ ମଧ୍ୟରେ ଘଟିଥିଲା ଗଣ୍ଡଗୋଳ। ପରେ ସଂପୃକ୍ତ ଛାତ୍ରଙ୍କୁ ବାଥରୁମରେ ମାଡ଼ମାରିବା ସହିତ ତଣ୍ଟି ଚିପି ହତ୍ୟା କରିଥିଲେ ସହପାଠୀ। ତେବେ ଘଟଣାକୁ ଚପାଇବାକୁ ଜୋରଦାର ଉଦ୍ୟମ କରିଥିଲେ କିସ୍ କର୍ତ୍ତୃପକ୍ଷ। ପୁଅ ବାଥରୁମ୍ ଯିବା ବେଳେ ବାଥରୁମରେ ପଡ଼ି ଜୀବନ ଯାଇଥିବା ପରିବାରକୁ ସୂଚନା ଦେଇଥିଲା କିସ୍।
ପୋଷ୍ଟମର୍ଟମ ନ କରାଇ ଆମ୍ବୁଲାନ୍ସ କରି ପୁଅର ମୃତଦେହ ନେଇଯିବାକୁ ବ୍ୟବସ୍ଥା କରିଦେଇଥିଲେ କିସ୍ କର୍ତ୍ତୃପକ୍ଷ। ଏହାସହ କିଛି କାଗଜରେ ତାଙ୍କଠାରୁ ସେମାନେ ଦସ୍ତଖତ କରାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ପାଇଖାନାରେ ପଡ଼ି ମୃତ୍ୟୁବରଣ କରିଥିବା ସ୍କୁଲ କର୍ତ୍ତପକ୍ଷ କହିଥିବା ବେଳେ ତଳେ ପଡ଼ିଲେ ବେକରେ କିଭଳି ଦାଗ ହେବ ବୋଲି ପ୍ରଶ୍ନ କରିଥିଲେ ପରିବାର। ତେବେ ଏ ସମ୍ପର୍କରେ କିସ୍ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି।
ତେବେ ଏହି ହତ୍ୟା ଘଟଣା ପ୍ରଘଟ ହେବା ପରେ ଏବେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି। KISSରେ ଏତେ ବଡ଼ ଘଟଣା ଘଟିଲା କେମିତି? ସାମାନ୍ୟ ଡାଲି ପଡ଼ିଯିବାରୁ ଯଦି ପିଲାଙ୍କ ଭିତରେ ଗଣ୍ଡଗୋଳ ହେଲା ତାହେଲେ ୱାଡେନ୍ ଓ ଅନ୍ୟ କର୍ତ୍ତୃପକ୍ଷ କରୁଥିଲେ କଣ? ଯେତେବେଳେ ନାବାଳକ ଜଣକଙ୍କୁ ତଣ୍ଟି ଚିପିଥିଲେ ଅନ୍ୟ ସହପାଠୀ, ତାଙ୍କୁ ମେଡିକାଲରେ ଆଡମିଟ୍ କରାଯାଇଥିଲା, ସେଭଳି ପରିସ୍ଥିତିରେ KISS କାହିଁକି ଜାଣିଶୁଣି ସବୁ କଥାକୁ ଲୁଚାଇଥିଲା? ଆଦିବାସୀ ଛାତ୍ରଙ୍କୁ KISSରୁ କିମସ ମେଡିକାଲକୁ ନିଆଯାଇଥିଲା ହେଲେ ସେଠି କାହିଁକି ସଠିକ୍ ଚିକିତ୍ସା କରାଗଲାନି? ମୃତଦେହ ବ୍ୟବଚ୍ଛେଦ କାହିଁକି କରାଗଲାନି?
ଏମିତିକି ଛାତ୍ରଙ୍କ ବାପାଙ୍କୁ ଏତେ ବଡ଼ ଘଟଣା ଲୁଚାଇଥିଲା କିମ୍ସ ମେଡିକାଲ, କାହିଁକି? କେଉଁ ଉଦ୍ଦେଶ୍ୟରେ? ପୁଅର ହତ୍ୟା ହେଇଛି କିନ୍ତୁ ଗୋଡ଼ ଭାଙ୍ଗିଥିବା କାହିଁକି କୁହାଗଲା? ହତ୍ୟା ମାମଲାକୁ ଜାଣିଶୁଣି ଚାପିଥିଲେ କିସ୍ ଓ କିମ୍ସ।
ନାବାଳକଙ୍କ ବେକରେ ଚିହ୍ନ ଥିଲା, ଯାହା ସ୍ପଷ୍ଟ ନଜର ଆସୁଥିଲା ତଥାପି ସତ ଲୁଚାଇଥିଲେ। ବାପାଙ୍କୁ ମୃତଦେହ ଦେଇ କେନ୍ଦୁଝର ଚାଲିଯିବାକୁ କହିବା ପଛରେ KISSର ବଡ଼ ଷଡ଼ଯନ୍ତ୍ର ଥିଲା କି? ଏତେ ବଡ଼ ଘଟଣାକୁ ନେଇ କାହିଁକି ପ୍ରତିକ୍ରିୟା ରଖିନି କିସ୍ ?
• KISS ଛାତ୍ର ମୃତ୍ୟୁ ଘଟଣାରେ ବଡ଼ ଅପଡେଟ୍
• ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ସହପାଠୀ
• ୩ ଛାତ୍ରଙ୍କୁ ଅଟକ ରଖି ଇନଫୋସିଟି ପୋଲିସର ତଦନ୍ତ
• ଗଣ୍ଡଗୋଳ ପରେ ବାଥରୁମରେ ମାଡ଼ ମାରିଥିଲେ
• ମାଡ଼ ମାରିବା ସହିତ ତଣ୍ଟି ଚିପି ହତ୍ୟା
• କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା
• ଜିରୋ FIRରେ ତଦନ୍ତ କରୁଥିଲା ପୋଲିସ
• KISSରେ ଏତେ ବଡ଼ ଘଟଣା ଘଟିଲା କେମିତି?
• KISS କାହିଁକି ଜାଣିଶୁଣି ଲୁଚାଇଥିଲା ?
• KIMS ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ କାହିଁକି କରାଗଲାନି?
• ପରିବାରକୁ ଏତେ ବଡ଼ ଘଟଣା ଲୁଚାଇଥିଲେ
• ପୁଅର ହତ୍ୟା ହେଇଛି କିନ୍ତୁ ଗୋଡ଼ ଭାଙ୍ଗିଥିବା କୁହାଗଲା
• ହତ୍ୟା ମାମଲାକୁ ଜାଣିଶୁଣି ଚାପିଥିଲେ ?
• ବେକରେ ଚିହ୍ନ ଥିଲା ତଥାପି ସତ ଲୁଚାଇଥିଲେ?
• KISS ଓ KIMS ସତକୁ ଲୁଚାଇଥିଲେ କି?
• ବାପାଙ୍କୁ ମୃତଦେହ ଦେଇ ମାମଲାକୁ ଚାପିଥିଲା KISS
• ଏତେ ବଡ଼ ଘଟଣାକୁ ନେଇ କାହିଁକି ପ୍ରତିକ୍ରିୟା ରଖିନି କିସ୍ ?
Bribery for Death Certificates: ମୃତ୍ୟୁ ସାର୍ଟିଫିକେଟ୍ ପାଇଁ ଲାଞ୍ଚ! କ୍ୟାମେରାରେ କଏଦ ଲାଞ୍ଚ କାରବାର

KISS Student’s Death Case: KISS ଛାତ୍ର ମୃତ୍ୟୁ ଘଟଣାରେ ବଡ଼ ଅପଡେଟ୍: ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା

Sting Operation at Sub-Jail: ଲାଞ୍ଚ ନେଉଥିଲେ ଜେଲର ବାବୁ! ଷ୍ଟିଙ୍ଗ ଅପରେସନରେ ସାମ୍ନାକୁ ଆସିଲା ସତ

Odisha Youth Returns Home: ସୁଦାନରୁ ଫେରିଲେ ଓଡିଆ ଯୁବକ, ଅପହରଣ କରି ନେଇଥିଲା ବିଦ୍ରୋହୀ ଆତଙ୍କୀ ସଂଗଠନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)