/odishatv-khabar/media/media_files/2026/03/03/cp-on-holi-2026-03-03-18-29-36.jpg)
CP On Holi Photograph: (OTV)
ମଦୁଆ ସାବଧାନ! ରଙ୍ଗ ଖେଳି ମଦ ପିଇ ଗାଡି ଚଳାଇଲେ ଗାଡି ହେବ ଜବତ। ଚାଳକ ଯିବ ହାଜତ। ହୋଲି ପାଇଁ କଡା ସୁରକ୍ଷା ବଳୟରେ ରହିବ ରାଜଧାନୀ ଭୁବନେଶ୍ୱର। ଡିସିପିଙ୍କ ନେତୃତ୍ୱରେ ୪ ଜଣ ଅତିରିକ୍ତ ଡିସିପି, ୮ ଏସିପି ଦାୟିତ୍ୱରେ ରହିବେ। ୧୭ ଟି ମୋବାଇଲ ପାର୍ଟି ପଇଁତରା ମାରିବେ। ୮୫ଟି ସ୍ଥାନରେ ଡ୍ରଙ୍କ୍ ଆଣ୍ଡ ଡ୍ରାଇଭ୍ ଚେକିଂ ହେବ। ୧୦ଟି ଗାଧୁଆ ତୁଠ ଓ ନଦୀ ପଠାରେ ବ୍ୟାପକ ଅଗ୍ନିଶମ ଟିମ ଓ ଓଡ୍ରାଫ୍ ଟିମ ମୁତୟନ ରହିବେ।
୪ଟି ଷ୍ଟ୍ରାଇକିଙ୍ଗ୍ ଟିମ ସୁରକ୍ଷା ଦାୟିତ୍ୱରେ ରହିବେ। ଏହା ସହ ରାସାୟନିକ ରଙ୍ଗ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛି କମିଶନରେଟ ପୋଲିସ। ବିଶୃଙ୍ଖଳାକାରୀଙ୍କ ସହ ହୋଲିକୁ ନେଇ ଯେଉଁ ଇଭେଣ୍ଟ ହେବ, ତା' ଉପରେ ମଧ୍ୟ ନଜର ରଖିବ କମିଶନରେଟ ପୋଲିସ।
ହୋଲି ପାଳନ ବେଳେ ସତର୍କ ରହିବାକୁ ପୋଲିସ କମିଶନରଙ୍କ ଚେତାବନୀ
‘ଏମିତି କିଛି କରନ୍ତୁ ନାହିଁ, ହୋଲି ସମୟ ଥାନାରେ କଟୁ’
‘ଏହା ଆମର ମୃଦୁ ଚେତାବନୀ ବୋଲି ଭାବନ୍ତୁ’
‘୮୫ଟି ସ୍ଥାନରେ ଡ୍ରଙ୍କ୍ ଆଣ୍ଡ ଡ୍ରାଇଭ୍ ଚେକିଂ ହେବ’
‘୧୦ଟି ସ୍ଥାନରେ ବ୍ଲକିଂ, ଚେକିଂ କରି ମଦୁଆଙ୍କୁ ଧରିବୁ’
‘କେହି ନିଶାସକ୍ତ ଅବସ୍ଥାରେ ନଦୀ, ପୋଖରୀରେ ଗାଧାନ୍ତୁ ନାହିଁ’
Total Eclipse to Conclude at 6:47 PM: ସନ୍ଧ୍ୟା ୬ଟା ୪୭ ମିନିଟରେ ଗ୍ରହଣ ସର୍ବମୋକ୍ଷ, ପୂର୍ଣ୍ଣ ଗ୍ରହଣ ଗ୍ରାସ ଅବଧି ୫୬ ମିନିଟ୍ ୦୬ ସେକେଣ୍ଡ

Tensions Escalate: ଆମେରିକା ଉପରେ ପୁଣି ହମଲା, ସାଉଦି ଆରବରେ ଥିବା ଦୂତାବାସରେ ଆକ୍ରମଣ

Dillip Ray Likely to Enter Rajya Sabha Race: ଦିଲ୍ଲୀପ ରାୟ ହେବେ ରାଜ୍ୟସଭା ପ୍ରାର୍ଥୀ, ଆସିଲା ବଡ଼ ଖବର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)