Advertisment

Dillip Ray Likely to Enter Rajya Sabha Race: ଦିଲ୍ଲୀପ ରାୟ ହେବେ ରାଜ୍ୟସଭା ପ୍ରାର୍ଥୀ, ଆସିଲା ବଡ଼ ଖବର

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏହି ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ । ଦିଲ୍ଲୀପ ରାୟ ଓଟିଭିକୁ ଏହି ସୂଚନା ଦେଇଛନ୍ତି । ଆସନ୍ତା ୫ ତାରିଖରେ ସେ ତାଙ୍କର ମନୋନୟନ ପତ୍ର ଦାଖଲ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

author-image
Tapan Swain
Dillip Ray

Dillip Ray Photograph: (OTV)

ରାଜ୍ୟସଭା ପାଇଁ ମନମୋହନ ସାମଲ ଓ ସୁଜିତ କୁମାର ବିଜେପି ପ୍ରାର୍ଥୀ ହେବେ ।  ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଏହି ଦୁଇଜଣଙ୍କ ନାମ ଘୋଷଣା କରାଯାଇଛି । ତେବେ ବଡ଼ କଥା ହେଉଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏହି ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ । ଦିଲ୍ଲୀପ ରାୟ ଓଟିଭିକୁ ଏହି ସୂଚନା ଦେଇଛନ୍ତି । ଆସନ୍ତା ୫ ତାରିଖରେ ସେ ତାଙ୍କର ମନୋନୟନ ପତ୍ର ଦାଖଲ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

Advertisment

ବିଜେପିର ସମର୍ଥନ

ଦିଲ୍ଲୀପ ଏ କଥା ମଧ୍ୟ କହିଛନ୍ତି ଯେ, ସେ ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ନେତାଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ଥରେ ବିଜେଡିକୁ ଚକ୍ମା ଦେଇ ସେ ରାଜ୍ୟସଭାକୁ ଯାଇଥିଲେ ।  ଦିଲ୍ଲୀପଙ୍କୁ ବିଜେପି ସମର୍ଥନ କରିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । 

ବିଜେଡି ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ କମନ୍ କ୍ୟାଣ୍ଡିଡେଟ୍ ଭାବେ ଘୋଷଣା କରିଛନ୍ତି । କଂଗ୍ରେସ ମଧ୍ୟ ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରୁଛି । ରାଜ୍ୟସଭାକୁ ଓଡିଶାରୁ ୪ ଜଣଙ୍କୁ ନିର୍ବାଚିତ ହେବେ ।

Advertisment

ସଂଖ୍ୟାଦୃଷ୍ଟିରୁ ବିଜେପିର ୨ ଓ ବିଜେଡିର ଜଣେ ପ୍ରାର୍ଥୀ ଅନାୟସରେ ନିର୍ବାଚିତ ହେବେ । ତେଣୁ ଚତୁର୍ଥ ଆସନ ପାଇଁ ଦିଲ୍ଲୀପ ରାୟ ଓ ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ ମୁକାବିଲା ହେବାର ସମ୍ଭାବନା ରହିଛି । 

ମୋ ପାଇଁ ସରପ୍ରାଇଜ୍

ବିଜେପି ପ୍ରାର୍ଥୀ ଘୋଷଣା ପରେ ସୁଜିତ କୁମାରଙ୍କର OTVକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହା ମୋ ପାଇଁ ସରପ୍ରାଇଜ୍, ମହାପ୍ରଭୁ ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଉଛି । ଓଡ଼ିଶାବାସୀଙ୍କ ଆଶୀର୍ବାଦ ରହିଛି, ବିଜେପି କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁଜିତ କୁମାର ।  ବିଗତ ୬ ବର୍ଷରେ କେବିକେ ଜିଲ୍ଲା ପାଇଁ ବହୁ କାମ କରିଛି ଓ  ଆଗକୁ ମଧ୍ୟ କେବିକେ ଜିଲ୍ଲାର ଭିତ୍ତିଭୂମି ପାଇଁ ଉଦ୍ୟମ ରହିବ । 

Rajya Sabha Polls Dillip Ray
Advertisment
Related Articles
Advertisment