Advertisment

Tensions Escalate: ଆମେରିକା ଉପରେ ପୁଣି ହମଲା, ସାଉଦି ଆରବରେ ଥିବା ଦୂତାବାସରେ ଆକ୍ରମଣ

ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ଯୁଦ୍ଧର ଆଜି ଚତୁର୍ଥ ଦିନ। ଆମେରିକାର ଆକ୍ରମଣକୁ ନେଇ ଜୋରଦାର ଜବାବ ଦେଉଛି ଇରାନ। ସାଉଦି ଆରବରେ ଥିବା ଆମେରିକୀୟ ଦୂତାବାସ ଉପରେ ଇରାନ ଡ୍ରୋନ ଆକ୍ରମଣ କରିଛି।

author-image
Tapan Swain
IRAN

IRAN Photograph: (OTV)

ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ଯୁଦ୍ଧର ଆଜି ଚତୁର୍ଥ ଦିନ। ଆମେରିକାର ଆକ୍ରମଣକୁ ନେଇ ଜୋରଦାର ଜବାବ ଦେଉଛି ଇରାନ। ସାଉଦି ଆରବରେ ଥିବା ଆମେରିକୀୟ ଦୂତାବାସ ଉପରେ ଇରାନ ଡ୍ରୋନ ଆକ୍ରମଣ କରିଛି। ସାଉଦି ଆରବର ରାଜଧାନୀ ରିୟାଦରେ ଥିବା ଆମେରିକୀୟ ଦୂତାବାସ ଉପରେ ଦୁଇଟି ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଛି ଇରାନ।

Advertisment

ହମଲା ପରେ ହୁତୁହୁତୁ ହୋଇ ଜଳି ଉଠିଥିଲା ଆମେରିକା ଦୂତାବାସ। ରିୟାଦରେ ଥିବା ଆମେରିକୀୟ ଦୂତାବାସ ଆମେରିକୀୟ ନାଗରିକମାନଙ୍କ ଲାଗି ସୁରକ୍ଷା ସତର୍କତା ଜାରି କରିଛି। ସାଉଦିରେ ଥିବା ଡିଫେନ୍ସ ସିଷ୍ଟମ ରିୟାଦର କୂଟନୈତିକ ମୁଖ୍ୟାଳୟକୁ ଟାର୍ଗେଟ କରି ହମଲା କରାଯାଇଥିବା ୪ଟି ଡ୍ରୋନକୁ ନଷ୍ଟ କରିଦେଇଛି।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଆମେରିକା ଏପର୍ଯ୍ୟନ୍ତ ତାର ସବୁଠାରୁ ବଡ଼ ଆକ୍ରମଣ ଆରମ୍ଭ କରିନାହିଁ। ଯଦି ଆବଶ୍ୟକ ହୁଏ ଇରାନରେ ଆମେରିକୀୟ ସୈନ୍ୟ ମୁତୟନ କରିବାକୁ ପଡିବ ବୋଲି କହିଛନ୍ତି।....

Advertisment

  ସରିନି ଯୁଦ୍ଧ, ହାରିନି ଇରାନ

ସାଉଦି ରାଜଧାନୀ ରିଆଦ୍ ସ୍ଥିତ ଆମେରିକା ଦୂତାବାସରେ ହମଲା 
ହୁତୁହୁତୁ ହେଇ ଜଳିଲା ପୁରା ଆମେରିକା ଦୂତାବାସ

USA Iran
Advertisment
Related Articles
Advertisment