Advertisment

Daily Horoscope 24th September 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ । ଘର ପାଇଁ ଜରୁରୀ ଜିନିଷ କ୍ରୟ କରିବେ । କର୍ମ କ୍ଷେତ୍ରରେ ସଫଳତା ପାଇଁ କାହାଠାରୁ ପରାମର୍ଶ ମିଳିବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇପାରେ ।

author-image
Deepak Acharya
undefined

ମେଷ-

ଅଶ୍ୱନୀ- ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ । ଘର ପାଇଁ ଜରୁରୀ ଜିନିଷ କ୍ରୟ କରିବେ । କର୍ମ କ୍ଷେତ୍ରରେ ସଫଳତା ପାଇଁ କାହାଠାରୁ ପରାମର୍ଶ ମିଳିବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇପାରେ ।
ଦ୍ୱିଜା-କ୍ରୋଧକୁ ଦମନ କରି ହସଖୁସିରେ ବାତାବରଣ ସୃଷ୍ଟି ହେବ । ଓକିଲାତି ଓ ପରିଚାଳନ ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ । କୈାଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେବ ।
କୃତିକା- ଏକୁଟିଆ ହୋଇ ଲଢିବାର କ୍ଷମତା ବିକଶିତ ହେବ । ଅର୍ଥ ସମ୍ବନ୍ଧୀତ କ୍ଷେତ୍ରରେ  ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - କିଛି ମିଠା ଖାଇ ଘରୁ ବାହାରନ୍ତୁ

Advertisment

ବୃଷ-
କୃତିକା- ସ୍ନାୟବିକ ଜନିତ ସମସ୍ୟା ଦେଖାଦେଇପାରେ । ସାଂସାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଖର୍ଚ୍ଚକୁ ସୀମିତ କରିବାରେ ସକ୍ଷମ ହେବେ । ପ୍ରତ୍ୟେକଟି କ୍ଷେତ୍ରରେ ନିଜର ଉଦ୍ୟମ ବଳରେ ସଫଳତା ପାଇବେ
ରୋହିଣୀ- ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସ୍ଥିତି ଉନ୍ନତି ଦେଖାଦେବ । ସାମାଜିକ କାର୍ଯ୍ୟରେ ସଫଳତା ପାଇବେ । ସହଯୋଗୀ ମାନଙ୍କ ଯୋଗୁ କର୍ମକ୍ଷେତ୍ରରେ ଭଲ କରିବେ । ଶିକ୍ଷାର୍ଥୀ ମାନଙ୍କ ପାଇଁ ଅଧ୍ୟୟନରେ ଆଗ୍ରହ ବଢିବ
ମୃଗଶିରା- ଛାତ୍ରଛାତ୍ରୀମାନଙ୍କୁ  ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ ।  ରାଜନୀତିରେ ଚାପରେ ଗତିକରିବେ । ପଡି ରହିଥିବା ପୁରୁଣା ଧନ ଲାଭ କରିପାରନ୍ତି । ପରିବାର ସଦସ୍ୟଙ୍କ ପାରସ୍ପରିକ ସହମତି ସହିତ ଆପଣ ଏକ ଭଲ ଯାନ କିଣି ପାରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଗୋସାଳାରେ ଗୋଖାଦ୍ୟ ଦାନ କରନ୍ତୁ

ମିଥୁନ-
ମୃଗଶିରା- ବ୍ୟବସାୟ ବିଷୟରେ ଭଲ କଥା କହିବେ । ପାରିବାରିକ ଜୀବନ ଆମୋଦ ଦାୟକ ହେବ । ଭାଗ୍ୟ ଉଦ୍ୟୋଗି ହେବା ସହିତ, ବାଣିଜ୍ୟରେ ଲାଭ ମିଳିବ ।
ଆଦ୍ରା- କୈାଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଦେଖିକି ନିବେଶ କରନ୍ତୁ । ରାଜନୀତିରେ ଆର୍ଥିକ ଲାଭ ହୋଇପାରେ । ଆନୁଷ୍ଠାନିକ କାମରେ କେତେକ ସାମାନ୍ୟ ଭୁଲରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ ।
ପୁନର୍ବସୁ- ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟକୁ ହାତକୁ ନେବେ । କିଛି ଜିନିଷ ଦ୍ୱାରା ଆପଣ ଆଘାତ ପାଇ ପାରନ୍ତି । ବାହ୍ୟ ଶତୃଙ୍କ ଠାରୁ ଦୂରରେ ରହିଲେ ଭଲ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରୀ ପାଠ କରନ୍ତୁ

Advertisment

କର୍କଟ-
ପୁନର୍ବସୁ- ଅନ୍ୟ କୈାଣସି ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।  ଜୀବନ ସାଥିଙ୍କ ସହିତ ମଧୁର ସମ୍ବନ୍ଧ ରହିବ । ବିଦ୍ୟାର୍ଥି ମାନେ ଏକାଗ୍ରତା ରକ୍ଷା କରିବେ ।  ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୈଖିନ ଦ୍ରବ୍ୟ ସଂଗ୍ରହ କରିବେ ।
ପୁଷ୍ୟା- ସନ୍ତାନ ମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ । ଅଫିସ୍ କାମ ପୂରା କରିବାରେ ସଂପୂର୍ଣ୍ଣ ସଫଳ ହେବେ । ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । ବାଣିଜ୍ୟ ବ୍ୟବସାୟରେ ସି୍ଥର ଅବସ୍ଥା ଲାଗି ରହିବ ।
ଅଶ୍ଲେଷା- ଗୃହିଣୀ ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ସାହାଯ୍ୟ କାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ ।  ଛାତ୍ରଛାତ୍ରୀ ମାନେ ଅଧ୍ୟୟନ ପ୍ରତି ଉତ୍ସାର୍ଗୀକୃତ ହୋଇ ଏକାଗ୍ରତ ସହିତ ସବୁକିଛି କରିବେ ।   
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ-
ମଘା- ବ୍ୟବସାୟିକ ବୃଦ୍ଧି କରିବା ପାଇଁ ଯାତ୍ରା କରିବାର ବିଶେଷ ସମ୍ଭାବନା ଅଛି । ସୁସ୍ଥ ମାନସିକତା ରକ୍ଷାକରି ବିଦ୍ୟାକ୍ଷେତ୍ରରେ ଆଶାତୀତ ଲାଭ ପାଇବେ । କର୍ମ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ ।
ପୂ,ଫାଲଗୁନି- କର୍ମକ୍ଷେତ୍ରରେ ଆପଣ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ବୃଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ । ବ୍ୟବସାୟରେ ବିଶେଷ ଲାଭାନ୍ୱିତ ହୋଇପାରନ୍ତି ।
ଉ,ଫାଲଗୁନି- ଆପଣଙ୍କର ବହୁତ କାମ ଅଧୁରା ରହିପାରେ । ବହୁ ଦିନରୁ ସମାଧାନ ହୋଇ ପାରୁନଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଯିବ । ଅସାବଧାନତା କାରଣରୁ ଦ୍ରବ୍ୟ  ନଷ୍ଟ କିମ୍ବା ଧନହାନି ଘଟିପାରେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର– ବିଷ୍ଣୁଙ୍କୁ ପୂଜା କରି ଦିନଟି ଆରମ୍ଭ କରନ୍ତୁ

କନ୍ୟା-
ଉ,ଫଳଗୁନି- ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର‌୍ୟ୍ୟଗତି ଉତ୍ସାହପୂର୍ଣ୍ଣ ହେବ । କାର‌୍ୟ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ପାଇବେ ।  ଜିବିକା ଅର୍ଜନରେ ସଫଳତା ଲାଭ  ପାଇବେ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ ।
ହସ୍ତା- ସମାଜ ସେବାରେ ବେଶ୍ ଆନନ୍ଦ ଅନୁଭବ କରିବେ । ବାଣିଜ୍ୟ, ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ । ଛାତ୍ରଛାତ୍ରି ମାନେ ପଢାରେ ସହଯୋଗ ପାଇବେ । ରାଜନିତିରେ ଆଗ୍ରହ ବଢିପାରେ
ଚିତ୍ରା- କଚେରି ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ମହିଳା ମାନେ କାର୍ଯ୍ୟବ୍ୟସ୍ତ ରହିବେ । ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- କୈାଣସି ଧର୍ମାନୁଷ୍ଠାନରେ ନିଜର ସାଧ୍ୟ ମତେ କିଛି ସାହାଯ୍ୟ , ସହଯୋଗ କରନ୍ତୁ

ତୁଳା-
ଚିତ୍ରା- ପ୍ରେମ ଜୀବନ ମଧୁର ମୟ ରହିବ । ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ । ବିରୋଧୀ ମାନଙ୍କ ସହ ଦୃଢ ମୁକାବିଲା କରିବେ ।
ସ୍ୱାତୀ- ଅନେକ ସୁଯୋଗ ହାତ ପାହାନ୍ତାରେ ପାଇବା ଫଳରେ ମନରେ ଉତ୍ସାହ ରହିବ । ଉଚ୍ଚ ଶିକ୍ଷା ପ୍ରାପ୍ତ ହେବାର ସମ୍ବାବନା ରହିଛି । କୌଣସି ସମସ୍ୟାରେ ମନ ଭାରାକ୍ରାନ୍ତ ରହିଥିବାରୁ ଭୋଗବିଳାସରେ ବାଧାବିଘ୍ନ ଘଟିପାରେ ।   
ବିଶାଖା- ଆମଦାନି ବଢାଇବାର ନୂଆ ଯୋଜନା  ମୁଣ୍ଡକୁ ଆସିପାରେ । କୋର୍ଟ,କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ । ମହିଳା ମାନେ ପୂଜା ପାଠରେ ମନୋନିବେଶ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର –ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା-
ବିଶାଖା- ପାରିବାରରେ ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଭାଇଭଉଣୀମାନେ ଆପଣଙ୍କ ସହିତ ରହିବେ । ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ ହିଁ କ୍ଷତିରେ ପଡିବେ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି ।
ଅନୁରାଧା- ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ହେବାରେ ସମୟ ଲାଗିପାରେ । ଦୁର୍ବଳତା ଯୋଗୁ କାମ କରିବାରେ ଆଗ୍ରହ ପ୍ରକାଶ କରିବେ ନାହିଁ । କୃଷି କ୍ଷେତ୍ରରେ ଫସଲ ହାନି ଘଟିପାରେ ।
ଜ୍ୟେଷ୍ଠା- କିଛି ନୂତନ ଗୃହ, ଉପଯୋଗି ଭୂମି କ୍ରୟ କରିପାରନ୍ତି ।  ଘରକୁ ଜିନିଷ କିଣି  ଅଧିକ ପଇସା ଖର୍ଚ୍ଚ କରିପାରନ୍ତି । ପିଲାମାନେ ତାଙ୍କ କ୍ୟାରିୟର ପାଇଁ ମହତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ-
ମୂଳା- ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ନୂତନ ବନ୍ଧୁତ୍ୱ ସୃଷ୍ଟି ହୋଇପାରେ । ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ ।
ପୂ,ଷାଢା- କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ମିଳିବ । ଛାତ୍ରଛାତ୍ରି ମାନେ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ଲାଭ କରିବେ । କେତେକ କ୍ଷେତ୍ରରେ ଅନ୍ୟମନସ୍କ ହୋଇ ସମସ୍ୟାକୁ ନିୟନ୍ତ୍ରଣ କରିପାରନ୍ତି ।
ଉ,ଷାଢା- ବିଦ୍ୟାର୍ଥୀ ମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଭୈାତିକ ଓ ଆଧାତ୍ମିକ ମାମଲାରେ ବ୍ୟସ୍ତ ରହି ପାରନ୍ତି । ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଘିଅ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମକର-
ଉ,ଷାଢା- ଗଳା ଜନିତ ସମସ୍ୟା ସହିତ ଶରୀରରେ ଅନ୍ୟ କିଛି ସକ୍ରମଣ ଦେଖାଦେଇପାରେ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ବ୍ୟବସାୟାଦି ବିଭିନ୍ନ ସଂସ୍ଥା ରୁ ଧନାଗମ ହେବ । ଅନ୍ୟ ମନସ୍କତା କାରଣରୁ ଯାତ୍ରା ସମୟରେ ହାତରେ ଆଘାତ ଲାଗିପାରେ ।
ଶ୍ରବଣା- ନିଜର ଆକସ୍ମିକ ବୁଦ୍ଧି ଓ କାର୍ଯ୍ୟ କରିବା ଶୈଳିରେ ପରିବର୍ତନ ଆଣି ପ୍ରେମ ସମ୍ପର୍କକୁ ବଢାଇବା ସହିତ ଦାମ୍ପତ୍ୟ ଜୀବରେ ସୁଧାର ଆଣିବେ ।  ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଜୀବନରେ ନୂଆ ସଂକେତ ମିଳିପାରେ ।
ଧନିଷ୍ଠା- ନିର୍ଭରଯୋଗ୍ୟ ସୁତ୍ରରୁ କିଛି ଅର୍ଥ ପାଇବେ, ଯାହା ଆପଣଙ୍କର ଆର୍ଥିକ ଅସୁବିଧାକୁ ଦୂର କରିପାରେ । ଜମିବାଡି ସମସ୍ୟାର ସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ବିଦ୍ୟାର୍ଥୀ ମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ପ୍ରତିଦିନ ସକାଳୁ କିଛି ଖାଦ୍ୟ  କାଉ ମାନଙ୍କୁ ଖାଇବାକୁ ଦିଅନ୍ତୁ

କୁମ୍ଭ-
ଧନିଷ୍ଠା- ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ବେମାର, ବୃଦ୍ଧିଜନ, ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ସାମୟିକ ସ୍ୱାସ୍ଥ୍ୟ ହାନି ଯୋଗୁ ମନ ଅଶାନ୍ତ ରହିପାରେ ।
ଶତଭିଷା- ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତା ହୁଅନ୍ତୁ । ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିଲେ ମଧ୍ୟ , ମଧ୍ୟମ ଧରଣର ଫଳ ପାଇବେ । ଅନ୍ୟ ମାନଙ୍କୁ ମିଠା କଥାକହି କାମ ହାସଲ କରିବେ ।
ପୂ,ଭାଦ୍ରପଦ- ପରିବେଶ ଆପଣଙ୍କ ସପକ୍ଷରେ ରହିବ ଓ ନୂତନ ଆୟର ଉତ୍ସ ବିକାଶ ହେବ । ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବା ଫଳରେ ଏକାଗ୍ରତା ବୃଦ୍ଧି ପାଇବ । ପ୍ରକାଶନ, ଚୁକ୍ତିପତ୍ର,ଆଲୋଚନା ତଥା ଲେଖାପଢାରୁ ଶୁଭଫଳ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

ମୀନ-
ପୂ,ଭାଦ୍ରପଦ- ବୈବାହିକ ସମ୍ପର୍କରେ କିଛି ସ୍ଥିରତା ସୃଷ୍ଟି କରିପାରେ । ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମର ପରିମାଣ ମିଳିବ । ବ୍ୟବସାୟରେ ଆଶା କରାଯାଉଥିବା ଫଳ ନ ପାଇ ଆପଣଙ୍କୁ କିଛି ନିରାଶାର ସମ୍ମୁଖୀନ ହେବାକୁ ପଡ଼ିପାରେ ।
ଉ,ଭାଦ୍ରପଦ- ବିବାହ ଆଶାୟୀ ଯୁବକ, ଯୁବତୀ ମାନଙ୍କ ପାଇଁ ନିଜ ପସନ୍ଦର ଜୀବନସାଥୀ ମିଳିପାରେ । ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ । ବିଶିଷ୍ଟ ବ୍ୟକ୍ତିମାନଙ୍କ ପରାମର୍ଶକ୍ରମେ ଆଜିର କାମ ଗୁଡିକୁ ସବୁ ଠିକ୍‌ଠିକ୍ ହୋଇଯିବ ।
ରେବତୀ- ନିଜର ଦକ୍ଷତା ଅନୁସାରେ କର୍ମ କ୍ଷେତ୍ରରେ ଉଚ୍ଚତର ପଦ ପାଇପାରନ୍ତି । କଚେରି ମାମଲାରେ ସାମୟିକ ଦୁଶ୍ଚିନ୍ତାରୁ ରକ୍ଷା ପାଇ ପାରିବେନି । ମହିଳା ମାନେ ଦୁଃଖିତ ରହିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- କେଶର, ବୁଟ , ହଳଦୀ ଆଦିକୁ ଖାଦ୍ୟ ପହାର୍ଥରେ ସାମିଲ୍ କରନ୍ତୁ

Astrological Prediction Horoscope Astrology Daily Horoscope Rasifal
Advertisment
Advertisment