/odishatv-khabar/media/media_files/2025/11/18/salia-sahi-eviction-2025-11-18-11-02-39.jpg)
Salia Sahi Eviction Photograph: (OTV)
ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚାଲିଛି ଉଚ୍ଛେଦ ପ୍ରକ୍ରିୟା । ଏହାକୁ ବିରୋଧ କରିଛନ୍ତି ସାଲିଆ ସାହି ବାସିନ୍ଦା। ଉତ୍ତେଜନା ପରିସ୍ଥିତି ଉପୁଜିଛି। ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବେ ସାଲିଆ ସାହିରେ ଉଚ୍ଛେଦ କରାଯାଉଛି। ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ଚାଲିଛି ।
ପୂର୍ବରୁ ମଧ୍ୟ ଉଛେଦ କରିଥିଲା ବିଡିଏ ଓ ବିଏମସିର ମିଳିତ ଟିମ । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକି ଥିବା ଆଉ ପ୍ରାୟ ୫୧୭ ଘର ଉଛେଦ କରାଯିବ । ଉଚ୍ଛେଦରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ସହ ୫ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ରହିଛନ୍ତି ।
• ଉଚ୍ଛେଦ ହେବ ସାଲିଆ ସାହି
• ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଉଚ୍ଛେଦ ପ୍ରକ୍ରିୟା
• ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିମି ରାସ୍ତା ପାଇଁ ଉଚ୍ଛେଦ
• ଆଜିଠାରୁ ଆସନ୍ତା ୨୪ ଯାଏ ପ୍ରାୟ ୫୧୭ ଘର ଉଛେଦ ହେବ
• ଉଚ୍ଛେଦରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
Diplomatic Negotiation: ହସିନାଙ୍କୁ ପ୍ରତ୍ୟର୍ପଣ ଦାବି, କ'ଣ ରହିବ ଭାରତର ଆଭିମୁଖ୍ୟ ?

Severe Cold Wave Hits Odisha: ଶୀତରେ ଥରୁଛି ସାରା ଓଡ଼ିଶା, ଝାରସୁଗୁଡ଼ା ସବୁଠୁ ଥଣ୍ଡା

Delhi Suicide Bombing: ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣ ଘଟଣା: ଉମର ନବିର ପ୍ରମୁଖ ସହଯୋଗୀ ଗିରଫ

Humane Sagar’s mother's allegations: ହ୍ୟୁମାନ୍ ସାଗରଙ୍କ ମାଆଙ୍କ ସାଂଘାତିକ ଅଭିଯୋଗ: ପୁଅର ମୃତ୍ୟୁ ପାଇଁ ଓଲିଉଡ୍ର ଆଗଧାଡିର ଏହି କଣ୍ଠଶିଳ୍ପୀଙ୍କୁ ଦାୟୀ କଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)