/odishatv-khabar/media/media_files/2026/02/11/bhubaneswar-satyabrata-murder-2026-02-11-20-38-14.jpg)
Bhubaneswar Satyabrata Murder Photograph: (OTV)
ମୃତ୍ୟୁ ପୂର୍ବର ସେ ସମୟ କେତେ ଭୟଙ୍କର ଥିବ ସିସିଟିଭି ଫୁଟେଜ୍ ବୟାନ କରିଛି । ରକ୍ତ ଜୁଡୁବୁଡୁ ହୋଇ ଜୀବନ ବଞ୍ଚାଇବାକୁ ରାସ୍ତାରେ ଦୌଡୁଛନ୍ତି ସତ୍ୟବ୍ରତ । ଆଉ ପଛେପଛେ ପ୍ରେମିକା ଲିଜା ଆଉ ପୂର୍ବତନ ପ୍ରେମିକ ଦିନେଶ ତାଙ୍କୁ ପିଛା କରୁଛନ୍ତି । ସତ୍ୟବ୍ରତଙ୍କୁ ଧରିବାକୁ ଚେଷ୍ଟା କରୁଛନ୍ତି ।
ଭୁବନେଶ୍ବର ମର୍ଡରର ସେ ଛାତିଥରା ପୂରା ଘଟଣା ସିସିଟିଭି ଭିଜୁଆଲ ବୟାନ କରିଛି । ପିଶାଚିନୀ ପ୍ରେମିକା ଓ ରାକ୍ଷସ ପୂର୍ବତନ ପ୍ରେମିକ କିଭଳି ସତ୍ୟଜିତଙ୍କୁ ହତ୍ୟା କରିଛନ୍ତି ଏ ଅନ୍ଧାର ରାତିର ମିଞ୍ଜି ମିଞ୍ଜି ଆଲୁଅ ତା’ର ବଡ଼ ପ୍ରମାଣ ଦେଇଛି ।
ଗିତକାଲି ଭୁବନେଶ୍ବର ଶିଶୁଭବନ ଛକରେ କାର୍ ଦୁର୍ଘଟଣା ହୋଇଥିଲା । କାରର ମାଲିକ ଓ ଦୁର୍ଘଟଣାର କାରଣ ଖୋଜୁ ଖୋଜୁ ମର୍ଡର ଗନ୍ଧ ପୋଲିସ ନାକରେ ବାଜିଥିଲା । ପରେ ଖୋଲିଥିଲା ତ୍ରିକୋଣୀୟ ପ୍ରେମର ରକ୍ତ ଭିଜା କାହାଣୀ । ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଥିଲା, ରବିବାର ଭାଲାଣ୍ଟାଇନ୍ ୱିକର ଥିଲା ପ୍ରପୋଜ ଡେ’ ।
ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ପାର୍ଲରରେ ମୃତ ସତ୍ୟବ୍ରତଙ୍କ ଗର୍ଲଫ୍ରେଣ୍ଡ କାମ କରୁଥିବାରୁ ସେ ତାଙ୍କ ପାଖକୁ ଆସିଥିଲେ । ଲିଜା ଏବଂ ସତ୍ୟବ୍ରତ ଗପସପ ହେଲା ବେଳେ ହଠାତ୍ ପହଞ୍ଚି ଯାଇଥିଲେ ଲିଜାଙ୍କ ପୂର୍ବତନ ପ୍ରେମିକ ଦୀନେଶ । ଉଭୟଙ୍କୁ ଏକାଠି ଦେଖି ଦୀନେଶଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା । ପରେ ଏକ ଛୁରିରେ ସତ୍ୟବ୍ରତଙ୍କ ତଣ୍ଟି କାଟି ଦେଇଥିଲା ଦୀନେଶ ।
ତଣ୍ଟି କଟା ଅବସ୍ଥାରେ ଘରୁ ବାହାରି ପ୍ରାୟ ୨ଶହ ମିଟର ଦୌଡ଼ିଥିଲେ ସତ୍ୟବ୍ରତ। ଆଉ ପରେ ପୂରା ଘଟଣା ସାମ୍ନନାକୁ ଆସିବା ସହ ଏବେ ସିସିଟିଭି ଫୁଟେଜରେ ରକ୍ତଭିଜା ସତ୍ୟବ୍ରତଙ୍କୁ ପୋଲିସ ଦେଖିବାକୁ ପାଇଛି । ଆଉ ଭଣଜାର ମୃତ୍ୟୁ ଓ ଦୁର୍ଘଟଣା ଦେଖିବା ଲୋକେ ସେତେବେଳର ଛାତିଥରା କଥା ବଖାଣିଛନ୍ତି ।
ପ୍ରେମ ସପ୍ତାହରେ ଇଏ କ୍ରାଇମର ନୂଆ ଫର୍ମୁଲା । ମର୍ଡରର ନୂଆ ଫଣ୍ଡା । ପ୍ରପୋଜର ନାଲି ଗୋଲପ ବଦଳରେ ପ୍ରପୋଜ ଡେ’ରେ ପ୍ରେମିକର ରକ୍ତରେ ହୋଇଛି ହୋଲି ଖେଳ । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ପ୍ରେମିକା ଲିଜାକୁ ପୋଲିସ ଅଟକ ରଖିଥିବାବଳେ, ଲିଜାର ପୂର୍ବତନ ପ୍ରେମିକ ଦୀନେଶ ଏବେ ବି ଫୋରର ରହିଛି ।
Man Attempts Suicide: ଫାଣ୍ଡି ସାମ୍ନାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ; ନିରାଶ ହୋଇ ପଦକ୍ଷେପ

Hockey Pro League Begins: ହକି ପ୍ରୋ ଲିଗରେ ଆଜି ମୈଦାନକୁ ଓଲ୍ଲାଇବ ଭାରତ; ଭାରତ-ବେଲଜିୟମ କଡା ଟକ୍କର୍

Transport Services at Risk: ବନ୍ଦ ଡାକରାକୁ ଓଡ଼ିଶାରେ କଂଗ୍ରେସ ଓ ବିଜେଡିର ସମର୍ଥନ, ପ୍ରଭାବିତ ହୋଇପାରେ ବସ୍ ଚଳାଚଳ ଓ ରେଳ ସେବା

SIR Revision Drive: SIRରେ ବାଦ୍ ପଡିଯିବନି ତ ଆପଣଙ୍କ ନାଁ ? ୨୦୦୨ ଭୋଟର ତାଲିକାରେ ନାଁ ଥିଲେ ଆପେ ଆପେ ମ୍ୟାପିଂ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)