/odishatv-khabar/media/media_files/2026/02/11/sir-2026-02-11-20-05-30.jpg)
SIR Photograph: (OTV)
SIRରେ ବାଦ୍ ପଡିଯିବନି ତ ଆପଣଙ୍କ ନାଁ ?
ଏବେ ଆପଣଙ୍କ ଘରକୁ ଯାଇ ଭୋଟର, ଆଧାର କାର୍ଡ କି ସ୍କୁଲ ସାର୍ଟିଫିକେଟ ମାଗୁଛନ୍ତି କି ବୁଥ୍ ଲେବୁଲ୍ ଅଫିସର ?
୨୦୦୨ ଭୋଟର ଲିଷ୍ଟରେ ଥିଲା ତ ଆପଣଙ୍କ ନାଁ?
ଯଦି ନଥିଲା ତାହେଲେ ଦେବାକୁ ହେବ କେଉଁ କେଉଁ ପ୍ରମାଣ ପତ୍ର?
ଶେଷଥର ପାଇଁ 2002 ଏସଆଇଆର ତାଲିକାରେ ନାଁ ଥିଲା କି ନାହିଁ ଘରେ ବସି କେମିତି ଯାଞ୍ଚ କରି ପାରିବେ। ପ୍ରଥମେ voters.eci.gov.in ୱେବସାଇଟକୁ ଯାଇ ସର୍ଚ ଇୟୋର ନେମ୍ ରେ କ୍ଲିକ୍ କରନ୍ତୁ। ଏହାପରେ ରାଜ୍ୟ, ଜିଲ୍ଲା, ବିଧାନସଭା ନିର୍ବାଚନ ମଣ୍ଡଳୀ, ପୁଲିଂଷ୍ଟେସନ ନମ୍ବର, ନିଜ ନାମ ଦିଅନ୍ତୁ ଏବଂ ୨୦୦୨ରେ ନିଜର ବାପା, ମା କିମ୍ବା ପରିବାର ଲୋକଙ୍କ ନାମ ସହ ନିଜର ସଂପର୍କ ଲେଖି ସର୍ଚ୍ଚ ଅପସନରେ କ୍ଲିକ୍ କରନ୍ତୁ। ତାପରେ ସ୍କ୍ରିନରେ ଏମିତି ଏକ ତାଲିକା ଆସିବ, ସେଥିରେ ଆପଣ ନିଜ ପରିବାର ଲୋକଙ୍କ ନାଁକୁ ଖୋଜନ୍ତୁ । ଯଦି ଏମିତି ଆପଣ ପାଉନାହାନ୍ତି ତାହେଲେ ବିକଳ୍ପ ଭାବେ ସର୍ଚ୍ଚ ଇନ ଲାଷ୍ଟ୍ ଏସଆଇଆରକୁ କ୍ଲିକ କରନ୍ତୁ।
ସେଥିରେ ରାଜ୍ୟ, ଜିଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ପୁଲିଂ ଷ୍ଟେସନ ସିଲେକ୍ଟ କଲେ ୨୦୦୨ର ତାଲିକା ଆସିଯିବ। ସେଥିରେ ଆପଣ ନିଜର କିମ୍ବା ପରିବାର ଲୋକଙ୍କ ନାଁ ଯାଞ୍ଚ କରନ୍ତୁ। ମିଳିଗଲେ କ୍ରମିକ ନମ୍ବର ସହ ପରିଚୟପତ୍ର ଏବଂ ଅନ୍ୟାନ୍ୟ ବିବରଣୀ ଟିପି ରଖି ବୁଥସ୍ତରୀୟ ଅଧିକାରୀଙ୍କୁ ଜଣାନ୍ତୁ।...
୧୧ଟି ପ୍ରମାଣ ପତ୍ରରୁ ଗୋଟିଏ ଦେଇପାରିବେ
ଯଦି ଆପଣଙ୍କ ନାଁ ପୂର୍ବ ଏସଆଇଆରରେ ନାହିଁ ତାହେଲେ ଆପଣଙ୍କୁ କଣ କଣ ପ୍ରମାଣ ପତ୍ର ବା ତଥ୍ୟ ଦେବାକୁ ପଡ଼ିବ। ଯେକୌଣସି ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ, ଜନ୍ମ ପ୍ରମାଣପତ୍ର, ଆବାସିକ କିମ୍ବା ଜାତିଗତ ପ୍ରମାଣପତ୍ର, ଜଙ୍ଗଲ ଅଧିକାର ପ୍ରମାଣପତ୍ର, ଯେକୌଣସି ସରକାରୀ ପରିଚୟପତ୍ର ଭଳି ୧୧ଟି ପ୍ରମାଣ ପତ୍ରରୁ ଗୋଟିଏ ଦେଇପାରିବେ।
ଓଡ଼ିଶାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏସଆଇଆର ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି ସରିଥିଲା ବେଳେ ଏବେ ମାପିଂ କାର୍ଯ୍ୟ ଜାରି ରହିଛି। ୨୦୦୨ ଏସଆଇଆର ବେଳେ ଥିବା ନାମଗୁଡିକୁ ଯାଞ୍ଚ କରାଯାଉଛି। ଏବେ ଯାଏଁ ୮୦ ପ୍ରତିଶତ ଭୋଟରଙ୍କର ମାପିଙ୍ଗ୍ ସରିଛି। ତେବେ ବାକି ଭୋଟରମାନେ ମଧ୍ୟ ନିଜ ବାବଦୀୟ ତଥ୍ୟ ଖୋଜି ମାପିଙ୍ଗରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।
ତେବେ ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ ମ୍ୟାପିଂ ସଂପର୍କିତ ଅଧିକ ତଥ୍ୟ ପାଇଁ ଆପଣ ଭୋଟର ହେଲପଲାଇନ୍ ନମ୍ବର ୧୯୫୦ରେ ବି ଯୋଗାଯୋଗ କରିପାରିବେ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)