Advertisment

Politics Over Farmers’ Problems: ଚାଷୀ ସମସ୍ୟା ନେଇ ରାଜନୀତି ଆରମ୍ଭ କଲା ବିଜେଡି, ବଞ୍ଚିବାକୁ ଚାହୁଁଛି ବୋଲି କହି କାଉଣ୍ଟର କଲା ବିଜେପି

ଫେବ୍ରୁଆରୀ ୨ରୁ ଫେବ୍ରୁଆରୀ ୧୭ ଯାଏଁ ପ୍ରତି ଜିଲ୍ଲାରେ ଚାଷୀ ସମାବେଶ କରାଯିବା ସହ ଫେବ୍ରୁଆରୀ ୨୪ରେ ଭୁବନେଶ୍ବରରେ ବିଶାଳ ରାଜ୍ୟସ୍ତରୀୟ ଜନ ସମାବେଶ ପାଇଁ ବିଜେଡି ନିଷ୍ପତ୍ତି ନେଇଛି।

author-image
Tapan Swain
BJP

BJP Photograph: (OTV)

ରାଜ୍ୟରେ ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗ ଆଣି ବିରୋଧୀ ବିଜେଡିର ରାଜନୀତି ଆରମ୍ଭ। ଆସନ୍ତା ୨ ତାରିଖରୁ ବଡ଼ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଛି ଦଳ। ଫେବ୍ରୁଆରୀ ୨ରୁ ଫେବ୍ରୁଆରୀ ୧୭ ଯାଏଁ ପ୍ରତି ଜିଲ୍ଲାରେ ଚାଷୀ ସମାବେଶ କରାଯିବା ସହ ଫେବ୍ରୁଆରୀ ୨୪ରେ ଭୁବନେଶ୍ବରରେ ବିଶାଳ ରାଜ୍ୟସ୍ତରୀୟ ଜନ ସମାବେଶ ପାଇଁ ବିଜେଡି ନିଷ୍ପତ୍ତି ନେଇଛି।

Advertisment

ଆଜି ସାମ୍ବାଦିକ ସମ୍ମିଳନୀ କରି ଦଳ ଅଭିଯୋଗ ଆଣିଛି ଯେ, ଗତ ବିଧାନସଭାରେ ଚାଷୀଙ୍କ ଧାନ କିଣାଠୁ ଆରମ୍ଭ କରି ସାର ଯୋଗାଣ, ଆଇନଶୃଙ୍ଖଳା ଆଦି ନାନା ପ୍ରସଙ୍ଗ ଉଠାଇଥିଲୁ। କିନ୍ତୁ ଫଳ କିଛି ହେଲାନାହିଁ।...

ତେବେ ବିଜେଡିକୁ କଡ଼ା କାଉଣ୍ଟର କରିଛି ଶାସକ ବିଜେପି। ରାଜ୍ୟରେ ସୁରୁଖୁରୁରେ ଧାନ କିଣା ଚାଲିଥିବା ନେଇ ଯୋଗାଣ ମନ୍ତ୍ରୀ ସ୍ପଷ୍ଟ କରିଥିବାବେଳେ ବିଜେପି କହିଛି, ଦଳ ବଞ୍ଚିଛି ବୋଲି ପ୍ରମାଣିତ କରିବାକୁ ବିଜେଡ଼ି ଚାହୁଁଛି। ବଞ୍ଚିବାକୁ ଯଦି ସାଲାଇନ ଦରକାର ହେଲେ ଦେବୁ। ସେମାନେ ମରନ୍ତୁ ନାହିଁ ବଞ୍ଚିଥାନ୍ତୁ। ଆଗରୁ କେତେ ହିଂସାକାଣ୍ଡ ଘଟିଗଲା ବିଜେଡି ସମୟରେ, ନିଜ ସେମାନେ ଆଙ୍ଗୁଠିରେ ଗଣିପାରିବେ।... 

Advertisment

ଫେବ୍ରୁଆରୀ ୨ରୁ ବିଜେଡି ଆନ୍ଦୋଳନ
ଫେବ୍ରୁଆରୀ ୨ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି
ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ଅଭିଯୋଗରେ ଆନ୍ଦୋଳନ 
ଫେବ୍ରୁଆରୀ ୨ରୁ ୧୭ ଯାଏଁ ପ୍ରତି ଜିଲ୍ଲାରେ ଚାଷୀ ସମାବେଶ କରିବ
ଫେବ୍ରୁଆରୀ ୨୪ରେ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିଶାଳ ଜନ ସମାବେଶ
‘ବିଧାନସଭାରେ ଧାନ କିଣା, ସାର ଯୋଗାଣ, ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇଥିଲୁ’

ବିଜେଡିକୁ କଡ଼ା କାଉଣ୍ଟର କଲା ଶାସକ ବିଜେପି

ରାଜ୍ୟରେ ସୁରୁଖୁରୁରେ ଧାନ କିଣା ଚାଲିଛି: ଯୋଗାଣ ମନ୍ତ୍ରୀ 
ଦଳ ବଞ୍ଚିଛି ବୋଲି ପ୍ରମାଣିତ କରିବାକୁ ବିଜେଡ଼ି ଚାହୁଁଛି: ଜୟନାରାୟଣ
ବଞ୍ଚିବାକୁ ସାଲାଇନ୍ ଦରକାର ହେଲେ ଦେବୁ, ସେମାନେ ମରନ୍ତୁନି: ଜୟନାରାୟଣ
ବିଜେଡିବେଳେ କେତେ ହିଂସା ଘଟିଗଲା, ସେମାନେ ଗଣିପାରିବେ: ଜୟନାରାୟଣ

BJD BJP Paddy
Advertisment
Related Articles
Advertisment