/odishatv-khabar/media/media_files/2026/01/25/padma-award-2026-01-25-20-58-20.jpg)
PADMA AWARD Photograph: (OTV)
ଓଡ଼ିଶାର 4 ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର। ସାନ୍ତାଳି ଭାଷା ସାହିତ୍ୟ ପାଇଁ ମୟୂରଭଞ୍ଜ ଜିଲ୍ଲାର ଚରଣ ହେମ୍ବ୍ରମ, ଆଦିବାସୀ ଲୋକକଥା ଓ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ଓ ସୁରକ୍ଷା ପାଇଁ ମହେନ୍ଦ୍ର କୁମାର ମିଶ୍ର, ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ବିଶିଷ୍ଟ ଲୋକନୃତ୍ୟ କଳାକାର ସୀମାଞ୍ଚଳ ପାତ୍ର ଏବଂ ବାନ୍ଧକଳା ଶିଳ୍ପୀ ଶରତ କୁମାର ପାତ୍ର ପାଇବାକୁ ଯାଉଛନ୍ତି ପଦ୍ମ ପୁରସ୍କାର।...
ଚରଣ ହେମ୍ବ୍ରମ୍, ମହେନ୍ଦ୍ର କୁମାର ମିଶ୍ର, ସୀମାଞ୍ଚଳ ପାତ୍ର ଓ ଶରତ କୁମାର ପାତ୍ର। ବର୍ଷ 2026 ଲାଗି ଓଡ଼ିଶାର ୪ ଜଣଙ୍କୁ ପଦ୍ମ ପୁରସ୍କାର। ସମ୍ମାନଜନକ ପଦ୍ମ ପୁରସ୍କାର ଲାଗି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି ନାଁ। ଆଉ 113 ଜଣିଆ ତାଲିକାରେ ସ୍ଥାନ ପାଇଛନ୍ତି 4 ଓଡ଼ିଆ।
ସାନ୍ତାଳି ଭାଷା ଓ ସଂସ୍କୃତିର ଜାଗ୍ରତ ପ୍ରହରୀ
ମୟୂରଭଞ୍ଜ ଜିଲ୍ଲା ରାଇରାଙ୍ଗପୁର ଅଞ୍ଚଳର ବିଶିଷ୍ଟ ସାନ୍ତାଳି ସାହିତ୍ୟିକ ଚରଣ ହେମ୍ବ୍ରମ୍। ସାନ୍ତାଳି ଭାଷା, ସାହିତ୍ୟ ଓ ସଂସ୍କୃତିର ଜଣେ ଜାଗ୍ରତ ପ୍ରହରୀ। ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ଓ ସୁରକ୍ଷା ପାଇଁ 30 ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି ଚରଣ ହେମ୍ବ୍ରମ୍। ସାନ୍ତାଳି ଭାଷାକୁ ବ୍ୟାପକ କରିବା ଓ ଏହାର ଉନ୍ନତି ପାଇଁ ସେ ପ୍ରତିଷ୍ଠା କରିଛନ୍ତି ଏକାଧିକ ଅନୁଷ୍ଠାନ। ସେହିଭଳି ଆଦିବାସୀ ମହିଳାଙ୍କ ପାରମ୍ପରିକ ନୃତ୍ୟ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର କ୍ଷେତ୍ରରେ ରହିଛି ତାଙ୍କର ଅତୁଳନୀୟ ଭୂମିକା।...
ଜନଜାତିଙ୍କ ସ୍ବର ମହେନ୍ଦ୍ର କୁମାର ମିଶ୍ର
ଆଦିବାସୀ ଲୋକକଥା ଓ ଲୋକ ସଂସ୍କୃତିର ସୁରକ୍ଷା ଲାଗି କାର୍ଯ୍ୟ କରୁଥିବା ପଶ୍ଚିମ ଓଡ଼ିଶାର ଅନ୍ୟତମ ସୁନାମଧନ୍ୟ ସାହିତ୍ୟିକ ତଥା ଭାଷାବିତ ମହେନ୍ଦ୍ର କୁମାର ମିଶ୍ର ପାଇବେ ପଦ୍ମଶ୍ରୀ ସମ୍ମାନ। କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ବର୍ଷରେ ସେ ସାଜିଛନ୍ତି ଜନଜାତିଙ୍କ ସ୍ବର। ବିଭିନ୍ନ ଆଦିବାସୀ ଭାଷାରେ ସେ ଲେଖିଛନ୍ତି 30ରୁ ଅଧିକ ପୁସ୍ତକ। ଆଦିବାସୀଙ୍କ କଥା, ସଂସ୍କୃତି ଓ ପରମ୍ପରାକୁ ନେଇ ସେ ପ୍ରସ୍ତୁତ କରିଛନ୍ତି ବହୁ ଡକ୍ୟୁମେଣ୍ଟାରୀ। ସେହିଭଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ବିଶିଷ୍ଟ ଲେଖକଙ୍କ କୃତିକୁ ଓଡ଼ିଆ ଓ ଅନ୍ୟ ଆଦିବାସୀ ଭାଷାରେ ତାଙ୍କ ଅନୁବାଦର ତୁଳନା ନାହିଁ।...
ନାଟ୍ୟଗୁରୁ ସୀମାଞ୍ଚଳ ପାତ୍ର
ସେହିଭଳି ଓଡ଼ିଶାର ପାରମ୍ପରିକ ଲୋକକଳାକୁ ଜନମାନସରେ ବଞ୍ଚାଇ ରଖିଥିବା ନାଟ୍ୟଗୁରୁ ସୀମାଞ୍ଚଳ ପାତ୍ରଙ୍କୁ ମିିଳିବ ପଦ୍ମ ପୁରସ୍କାର। ଗଂଜାମ ଦିଗପହଣ୍ଡି ଅଞ୍ଚଳର ସୀମାଞ୍ଚଳ ପାତ୍ରଙ୍କର ପିଲାଟି ଦିନରୁ ଥିଲା ଲୋକକଳା ପ୍ରତି ଆଗ୍ରହ। ଆଉ ସେ ଆଗ୍ରହ ଆଗରେ ଆଜି ବି ହାର ମାନିଛି ତାଙ୍କ ପରିଣତ ବୟସ। ଲୋକ ନାଟକ ପ୍ରହଲ୍ଲାଦ ପାଇଁ ସେ ସମଗ୍ର ରାଜ୍ୟ ତଥା ଦେଶରେ ସାଉଁଟିଛନ୍ତି ସ୍ବତନ୍ତ୍ର ପରିଚୟ। 35ଟି ରାଗ ଓ 300 ସଙ୍ଗୀତକୁ ନେଇ ପରିବେଷିତ ହେଉଥିବା ପ୍ରହଲ୍ଲାଦ ନାଟକକୁ ଏବେ ବି ବଞ୍ଚାଇ ରଖିଛନ୍ତି ସୀମାଞ୍ଚଳ। କଳା ପ୍ରତି ତାଙ୍କ ଉତ୍ସର୍ଗୀକୃତ ଓ ସମର୍ପଣ ଭାବର ପଟାନ୍ତର ନାହିଁ। ଏହି ପ୍ରହଲ୍ଲାଦ ନାଟକ ଲାଗି ସେ ନିଜ ସମ୍ପତ୍ତିର ଏକ ପ୍ରମୁଖ ଅଂଶ ବିକି ଦେଇଥିବା କୁହାଯାଏ।...
ବାନ୍ଧ ଶାଢୀରେ ଶ୍ରୀଜଗନ୍ନାଥଙ୍କ ଗୀତଗୋବିନ୍ଦ ଲେଖାକୁ ଉତ୍ତାରି ନାଁ କରିଛନ୍ତି ଶରତ
ସେହିଭଳି କଟକ ତିଗିରିଆ ଅଞ୍ଚଳର ବିଶିଷ୍ଟ ବାନ୍ଧକଳା ଶିଳ୍ପୀ ଶରତ କୁମାର ପାତ୍ର ପାଇବେ ପଦ୍ମଶ୍ରୀ ସମ୍ମାନ। ବାନ୍ଧ ଶାଢୀରେ ଶ୍ରୀଜଗନ୍ନାଥଙ୍କ ଗୀତଗୋବିନ୍ଦ ଲେଖାକୁ ଉତ୍ତାରି ବେଶ୍ ନାଁ କରିଥିଲେ ଶରତ ପାତ୍ର। 52 ମିଟର ଲମ୍ବା ବାନ୍ଧ ଶାଢୀ଼ରେ ସେ ଏହି ଦୁରୁହ କଷ୍ଟସାଧ୍ୟ କାର୍ଯ୍ୟକୁ ଅତି ନିଷ୍ଠାର ସହ ଫୁଟାଇ ପାରିଥିଲେ। ଏଥିପାଇଁ ପ୍ରାୟ 7 ବର୍ଷ ସମୟ ନେଇଥିଲେ। ସେହିଭଳି ମହାପ୍ରଭୁଙ୍କ ଦଶାବତାର ଚିତ୍ର ସମେତ ଜଗନ୍ନାଥଙ୍କ ଆହୁରି ଅନେକ ଲୀଳାଖେଳାକୁ ସେ ବାନ୍ଧକଳା ମାଧ୍ୟମରେ ଫୁଟାଇ ପାରିଛନ୍ତି।
Naveen Skips Hinjili: ହିଞ୍ଜିଳି ମାଟି ମାଡୁନାହାନ୍ତି ନବୀନ, ବିଧାୟକ ହୋଇ ବି ନିଜ ଏରିଆକୁ ଯାଉନାହାନ୍ତି

Clarity on Panchayat Elections: ଦୂର ହେଲା ପଞ୍ଚାୟତ ନିର୍ବାଚନ ଦ୍ବନ୍ଦ୍ବ, ୨୦୨୭ ଫେବ୍ରୁଆରୀରେ ହିଁ ହେବ ପଞ୍ଚାୟତ ଭୋଟ୍

Teacher Turned Melody King: ଅଧ୍ୟାପକରୁ ସଂଗୀତ ବାଦଶାହ, ୭ଶହରୁ ଅଧିକ ଗୀତକୁ ହିଟ୍ ସ୍ବର ଦେଇଛନ୍ତି ଅଭିଜିତ ମଜୁମଦାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)