Advertisment

RJD Ticket Aspirant: : ଟିକେଟ୍ ନ ମିଳିବାରୁ ଭୋ… ଭୋ… କାନ୍ଦିଲେ, ଭିଡିଓ ଏବେ ଭାଇରାଲ୍

ବିହାର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବୟାନବାଜି ସେତେ ତୀବ୍ର ହେଉଛି। ଏହା ବ୍ୟତୀତ, ଅନେକ ଆସନରେ ଟିକେଟ ବଣ୍ଟନକୁ ନେଇ ଉତ୍ତେଜନା ମଧ୍ୟ ଦେଖାଯାଉଛି।

author-image
Manas Ranjan Mohanty
RJD-Ticket-Aspirant-Breaks-Down

RJD-Ticket-Aspirant-Breaks-Down Photograph: (OTV)

ପୂର୍ବତନ ଆରଜେଡି ପ୍ରାର୍ଥୀ ।  ତାଙ୍କ ନାଁ ହେଉଛି ମଦନ ଶାହ।  ତାଙ୍କର ଏହି ଭିଡିଓ ଏବେ ଭାଇରାଲ୍ ହେଉଛି। ମଦନ ଶାହ ଆରଜେଡି ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବାସଭବନ ସମ୍ମୁଖରେ ଭୋ ଭୋ ହୋଇ କାନ୍ଦୁଛନ୍ତି ଆଉ ତଳେ ଗଡିଯାଉଛନ୍ତି। ଏହା ପଛର କାରଣ ଜାଣିଲେ ଆପଣ ଯେତିକି ଦୁଃଖ କରିବେ ତା ଠାରୁ ଅଧିକ ହସିବେ ମଧ୍ୟ। କାରଣ ତାଙ୍କୁ ଟିକେଟ୍ ନ ମିଳିବାକୁ ସେ ଏମିତି କାନ୍ଦୁଛନ୍ତି।

Advertisment

ବିହାର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବୟାନବାଜି ସେତେ ତୀବ୍ର ହେଉଛି। ଏହା ବ୍ୟତୀତ, ଅନେକ ଆସନରେ ଟିକେଟ ବଣ୍ଟନକୁ ନେଇ ଉତ୍ତେଜନା ମଧ୍ୟ ଦେଖାଯାଉଛି।

ଏହି ସମୟରେ, ଟିକେଟ୍‌କୁ ନେଇ ମଧୁବନ ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ଆରଜେଡି ପ୍ରାର୍ଥୀ ମଦନ ଶାହ  ଲାଲୁ ଯାଦବଙ୍କ ବାସଭବନ ସମ୍ମୁଖରେ ଏମିତି ହରକତ କରିଛନ୍ତି। ସେ ଖାଲି କାନ୍ଦୁ ନାହାନ୍ତି, ଟିକେଟ୍ ନ ମିଳିବାରୁ ସେ ରାଗରେ ତାଙ୍କର କୁର୍ତ୍ତା ମଧ୍ୟ ଚିରି ଦେଇଛନ୍ତି। ମଦନ ଅଭିଯୋଗ କରିଛନ୍ତି, ତାଙ୍କୁ ଟିକେଟ୍ ପାଇଁ ଟଙ୍କା ମଗାଯାଇଥିଲା।

Advertisment

ମଦନ ଶାହ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ଯାଦବଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ତାଙ୍କୁ ୨କୋଟି ୭୦ଲକ୍ଷ ଟଙ୍କା ମଗାଯାଇଥିଲା। ସେ ଅଭିଯୋଗ କରିଛନ୍ତି, ସଞ୍ଜୟ ଯାଦବ ଟିକେଟ୍ ବିକ୍ରି କରୁଛନ୍ତି ଆଉ ଟିକେଟ୍ ନେବାକୁ ହେଲେ ଟଙ୍କା ଦେବାକୁ ପଡିବ ବୋଲି ସେ କହିଛନ୍ତି। 

ତେବେ ମଦନ ଶାହ ଟଙ୍କା ଦେବାକୁ ମନା କରିବାରୁ ଟିକେଟ୍ ବାତିଲ ହୋଇଛି ଆଉ ଡକ୍ଟର ସନ୍ତୋଷ କୁଶବାହାଙ୍କୁ ଦିଆଯାଇଛି। ସନ୍ତୋଷ ସୀମାଞ୍ଚଳ ଅଞ୍ଚଳର ଜଣେ ପ୍ରମୁଖ ଜେଡିୟୁ ନେତା ଥିଲେ। ସେ ବର୍ତ୍ତମାନ ଆରଜେଡିରେ ଯୋଗ ଦେଇଛନ୍ତି।

Advertisment
Related Articles
Advertisment