/odishatv-khabar/media/media_files/2025/12/27/green-sticker-2025-12-27-19-59-06.jpg)
GREEN-STICKER Photograph: (OTV)
ଗାଡ଼ି ମାଲିକଙ୍କୁ ବର୍ଦ୍ଧିତ ଫାଇନରୁ ମିଳିପାରେ ବଡ଼ ଆଶ୍ବସ୍ତି...କମିପାରେ ଜରିମାନା ପରିମାଣ...ବକେୟା ଚାଲାଣ ପୈଠ ଟେନସନରୁ ମିଳିପାରେ ମୁକ୍ତି...ଆଜି ଏଭଳି କିଛି ଇସାରା ଦେଇଛି ପରିବହନ ବିଭାଗ। ଆଭାସ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ। ତେଣୁ କେବଳ ଅନଲାଇନ୍ ନୁହେଁ, ଅଫଲାଇନରେ ବି ପୈଠ କରିହେବ ଇ-ଚାଲାଣ। ଗାଡ଼ି ମାଲିକଙ୍କ ସୁବିଧାକୁ ଦେଖି ନଗଦ ଅର୍ଥ ଗ୍ରହଣ ପାଇଁ ରାଜ୍ୟର ସବୁ RTOଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ତଥା STA ନିର୍ଦ୍ଦେଶ ଦେଇଛି। ଏଥିପାଇଁ RTO ଅଫିସରେ ସ୍ବତନ୍ତ୍ର ଭାବେ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ। କାରଣ ଅନଲାଇନରେ ଇ-ଚାଲାଣ ଭରୁଥିଲେ କେତେବେଳେ OTPରେ ସମସ୍ୟା ତ ଆଉ କେଉଁଠି ଇଣ୍ଟରନେଟ୍ ବ୍ୟବସ୍ଥା ନଥିବାରୁ ଅସୁବିଧା ହେଉଛି। ତେଣୁ ଅଫଲାଇନରେ ବି ଇ-ଚାଲାଣ ଭରିପାରିବେ ବୋଲି STA କହିଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ପରିବହନ ମନ୍ତ୍ରୀ। ଆସନ୍ତା ଫେବ୍ରୁଆରୀ ପହିଲାରୁ ଯାନବାହନ ଗୁଡ଼ିକରେ ଗ୍ରୀନ୍ ଷ୍ଟିକର ଲଗାଯିବ।ମୋଟର ଭେଇକିଲ ଆକ୍ଟ ଅନୁସାରେ ପ୍ରମାଣପତ୍ର ଠିକଠାକ ଥିବା ଗାଡ଼ିକୁ ଗ୍ରୀନ୍ ଷ୍ଟିକର ଦିଆଯିବ। ସେହିପରି ୨୦୧୯ରୁ ବଢ଼ିଥିବା ଜରିମାନା ପରିମାଣକୁ କୋହଳ ପାଇଁ ତର୍ଜମା କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ନୂଆ ହେଉ କି ପୁରୁଣା। ଟେଷ୍ଟିଂ ସେଣ୍ଟର ପକ୍ଷରୁ ସବୁ ଗାଡିକୁ ଦିଆଯାଉଥିବା PUC ସାର୍ଟିଫିକେଟ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।
ତେବେ ଗାଡ଼ି ମାଲିକଙ୍କୁ କେମିତି ଦିଆଯିବ ଗ୍ରୀନ୍ ଷ୍ଟିକର୍ ? ଗ୍ରୀନ୍ ଷ୍ଟିକରର କ’ଣ ରହିବ ରୂପରେଖ ? ସମସ୍ତ କାଗଜପତ୍ର ଠିକ୍ ଥାଇ ବି ଯଦି କେହି ଗ୍ରୀନ୍ ଷ୍ଟିକର୍ ଲଗାଇନାହାଁନ୍ତି, ତାଙ୍କୁ ବି ଟାଙ୍କିରେ ତେଲ ମନା ସହ କଟିବ କି ଚାଲାଣ ? ଗ୍ରୀନ୍ ଷ୍ଟିକର ବ୍ୟବସ୍ଥାକୁ ନେଇ ଏବେ ଏଭଳି ନାନା ଆଶଙ୍କା। ତେବେ ପରିବହନ ମନ୍ତ୍ରୀ କହିଛନ୍ତି, MV ଆକ୍ଟ ଅନୁଯାୟୀ, ଯାନବାହନର ସବୁପ୍ରକାର ପ୍ରମାଣପତ୍ର ସହ PUCC ରହିବା ଦରକାର। ଜରିମାନା ଆଦାୟ ମୂଳ ଲକ୍ଷ୍ୟ ନୁହଁ।
ସେପଟେ ପଲ୍ୟୁସନ୍ ଓ ବକୈୟା ଚାଲାଣ ପୈଠ ପାଇଁ ଲମ୍ବାଧାଡ଼ିର ଯନ୍ତ୍ରଣା। ଯାହାକୁ ନେଇ ଆଜି ରାଜଧାନୀରେ ଗର୍ଜିଛି ନବ ନିର୍ମାଣ ଛାତ୍ର ସଂଗଠନ। ଜନସାଧାରଣଙ୍କୁ ଲୁଟ୍ ଅଭିଯୋଗ ସହ ଅଭିନବ ଢଙ୍ଗରେ ମନ୍ତ୍ରୀଙ୍କୁ ଭେଟିବାକୁ ଯିବାବେଳେ ପୋଲିସ ସହ ଉପୁଜିଥିଲା ମୁହାଁମୁହିଁ ସ୍ଥିତି। ଏଣେ ରାଉରକେଲାର ଦୃଶ୍ୟକୁ ଥରେ ଦେଖନ୍ତୁ। ଏଠି କିଏ ସକାଳୁ ଧାଡ଼ି ବାନ୍ଧିଥିଲେ ବି ଅପରାହ୍ନ ଯାଏଁ ତାଙ୍କ ପାଳି ପଡ଼ିନଥିଲା ତ ଆଉ କିଏ ଛିଡ଼ା ହୋଇ ହୋଇ ନାକେଦମ୍ ହୋଇଗଲେଣି। ବକେୟା ଚାଲାଣ ଭରିଲେ ହିଁ PUCC ମିଳୁଥିବାରୁ ଚାଲାଣ ପୈଠ ପାଇଁ ଆଜି ବି ଭୁବନେଶ୍ବର ଟ୍ରାଫିକ ଥାନା ଆଗରେ ଲମ୍ବା ଲାଇନ୍। କାମଧନ୍ଦା ଛାଡ଼ି ଧାଡ଼ିବାନ୍ଧିଛନ୍ତି ଗାଡ଼ି ମାଲିକ।
ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ୍ ମନା ନିୟମ ପରେ ଗାଡ଼ି ମାଲିକଙ୍କ ଧାଁ ଦଉଡ଼। ତାହାରି ଭିତରେ ଆଗକୁ ତଥା ଫେବୃୟାରୀରୁ ଆସୁଛି ଗ୍ରୀନ୍ ଷ୍ଟିକର। ତେବେ କେତେ ସହଜ ଏବଂ ସୁବିଧାଜନକ ହେଉଛି ଏହି ବ୍ୟବସ୍ଥା, ତାକୁ ଅପେକ୍ଷା।
Why Silver Price is Rising: ରୁପା ଟପିଲା ଅଢେଇ ଲକ୍ଷ, ଦିନକରେ ବଢିଲା ୨୦ ହଜାର; ରୁପା ଦର ବଢିବାର ଅସଲ କାରଣ ହେଉଛି...

Salman Khan Turns 60: ୬୦ ବର୍ଷରେ ପାଦ ରଖିଲେ ଭାଇଜାନ୍, ବାନ୍ଦ୍ରା ଘର ଆଗରେ ପ୍ରଶଂସକଙ୍କ ପ୍ରବଳ ଭିଡ଼

Jatra Actor Dies: ସତ ହୋଇଗଲା ନାଟକ ...ରାତିରେ ଅଭିନୟ , ସକାଳେ ମୃତ୍ୟୁ

Contaminated Pond Water: ପୋଖରୀ ପାଣିରେ ବିଷ ! ଦେଖାଦେଇଛି ମାରାତ୍ମକ ରୋଗର ଭୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)