/odishatv-khabar/media/media_files/2025/12/27/narendra-das-death-2025-12-27-15-43-10.jpg)
Narendra-Das-Death Photograph: (OTV)
ଗତକାଲିର ନାଟକ ଥିଲା ‘ସବୁ ବାଟ ମୋର ଏଇଠି ଶେଷ’ । ଆଉ ସତରେ ଏଇଠି ସବୁ ବାଟ ତାଙ୍କ ପାଇଁ ଶେଷ ହୋଇଯାଇଛି । ଚୀରନିଦ୍ରାରେ ଶୋଇଯାଇଛନ୍ତି ଯାତ୍ରା ଅଭିନେତା ନରେନ୍ଦ୍ର ଦାସ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କେନ୍ଦୁମୁଣ୍ଡା ଗାଁରେ ଅପେରା ଅଷ୍ଟଶମ୍ଭୁ ଗଣନାଟ୍ୟ ନାଟକ ପରିବେଶଣ କରୁଥିଲା । ନାଟକର ମୁଖ୍ୟ ଖଳନାୟକ ଥିଲେ ଅଭିନେତା ନରେନ୍ଦ୍ର ଦାସ । ହେଲେ ହଠାତ ନରେନ୍ଦ୍ର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସିନାପାଲି CHCକୁ ଅଣାଯାଇଥିଲା l ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ଆଜି ତୃତୀୟ ରଜନୀରେ ‘ଦଇବ ଦଉଡ଼ି ମଣିଷ ଗାଈ’ ନାଟକରେ ଅଭିନୟ କରିଥା’ନ୍ତେ ନରେନ୍ଦ୍ର । ହେଲେ ନରେନ୍ଦ୍ରଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ମ୍ରିୟମାଣ କରିଛି । ସିନାପାଲି ପୋଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି l ମୃତ ନରେନ୍ଦ୍ରଙ୍କ ଘର ଜଗତସିଂହପୁର ଥାନା କାଦୁଅପଡା ଗାଁରେ । ସେ ୧୦ ବର୍ଷ ହେବ ବିଭିନ୍ନ ଯାତ୍ରା ପାର୍ଟିରେ ଅଭିନୟ କରିଛନ୍ତି । ହେଲେ ହଠାତ୍ ତାଙ୍କର ଏ ବିୟୋଗ ଯାତ୍ରା ଜଗତକୁ ସ୍ତବ୍ଧ କରିଦେଇଛି ।
ଶୋକାକୁଳ କଳାକାର । ମଞ୍ଚ ବି ନୀରବି ଯାଇଛି । କାରଣ ଯାତ୍ରାମଞ୍ଚରୁ ଆଉ ଶୁଣିବାକୁ ମିଳିବନି ନରେନ୍ଦ୍ରଙ୍କ ସେ ଦମଦାର ସଂଳାପ l ଅଭିନେତା ନରେନ୍ଦ୍ର ଦାସଙ୍କ ଏ ଅକସ୍ମାତ୍ ମୃତ୍ୟୁ ଯାତ୍ରା ଜଗତରେ ଆଉ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।
World-Famous Dhanu Jatra: କଂସର ରାଜ୍ୟରେ ଜନ୍ମ ନେଲେ କାଳ!

CEC Arrives in Bhubaneswar: ଭୁବନେଶ୍ବରରେ ECI, ମହାପ୍ରଭୁଙ୍କ ଦର୍ଶନ ପରେ କୋଣାର୍କ ଯିବେ

Vegetable Shop Fire Kills Shopkeeper: ପରିବା ଦୋକାନରେ ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

Shikharchandi Shrine Closed: ପର୍ଯ୍ୟଟକଙ୍କ ପାଇଁ ଶିଖରଚଣ୍ଡୀ ବନ୍ଦ, ମନ୍ଦିର ଗେଟ୍ରେ ପଡିଲା ତାଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)