Advertisment

Salman Khan Turns 60: ୬୦ ବର୍ଷରେ ପାଦ ରଖିଲେ ଭାଇଜାନ୍, ବାନ୍ଦ୍ରା ଘର ଆଗରେ ପ୍ରଶଂସକଙ୍କ ପ୍ରବଳ ଭିଡ଼

୬୦ ବର୍ଷରେ ପାଦ ରଖିଲେ ଭାଇଜାନ୍। ସଲମାନଙ୍କ ମୁମ୍ବାଇ ବାନ୍ଦ୍ରା ଘର ଆଗରେ ପ୍ରଶଂସକଙ୍କ ଭିଡ। ୪ ଦଶନ୍ଧି ଧରି ବଲିଉଡ଼ରେ ରାଜ କରିଆସୁଛନ୍ତି ସଲମାନ।

author-image
Chinmayee Sahoo
Salman Khan

Salman Khan Photograph: (OTV)

ଦେଶର ଭାଇ, ଫ୍ୟାନଙ୍କ ଭାଇଜାନ୍... ସଲମାନ୍ ଖାନ। ଆଜି ୬୦ ବର୍ଷରେ ପାଦ ରଖିଛନ୍ତି ଏସିଆର ସବୁଠୁ ହ୍ୟାଣ୍ଡସମ୍ ବ୍ୟାଚଲର୍ ଷ୍ଟାର। ଗୋଟିଏ ଝଲକ ପାଇଁ ମୁମ୍ବାଇ ବାନ୍ଦ୍ରା ଘର ଆଗରେ ପ୍ରଶଂସକଙ୍କ ପ୍ରବଳ ଭିଡ଼। ଗଲା ୪ ଦଶନ୍ଧି ଧରି ବଲିଉଡ ଓ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଥିବା ସଲମାନ୍ ସିନେମା ଯାତ୍ରା ଏତେ ସହଜ ନଥିଲା। ହିଟ୍ ଆଉ ଫ୍ଲପ୍ ଭିତରେ ବୋଧେ ବିବାଦର ସବୁ ସୀମା ପାର ହେଇଛି ତାଙ୍କ ସହ। ଜେଲ୍ ଯାଇଛନ୍ତି, ଧୋକା ଖାଇଛନ୍ତି ତଥାପି ସେ କୌଣସି କ୍ଷେତ୍ରରେ ହାରିନାହାନ୍ତି।

Advertisment

ବଲିଉଡ୍ ର ସୁଲତାନ, ଫ୍ୟାନଙ୍କ ଭାଇଜାନ୍...ସେ ପ୍ରେମ, ସେ ପ୍ରେମ ଗୁରୁ, ପାକିସ୍ତାନରେ ପଶି ଶତ୍ରୁକୁ ନାକେଦମ୍ କରିଥିବା ବଜରଙ୍ଗି ତ୍ ପୁଣି ଟାଇଗର। ୟୁନିଫର୍ମରେ ଆସିଲେ ଚୁଲବୁଲ୍। ହିରୋରେ ଫିଟ୍ ଭିଲିଏନ୍ ହେଲେ ବି ଫିଟ୍। ୟେ ଏକମାତ୍ର ହିରୋ ଯିଏ ବିନା ସାର୍ଟରେ ଅଧିକ ସ୍ମାର୍ଟ। ସଲମାନ୍ ଖାନ୍...ଭାଇଜାନ୍ ଙ୍କୁ ଆଜି ପୁରିଛି ୬୦ ବର୍ଷ। ଗଲା ୪ ଦଶନ୍ଧି ଧରି ଭାରତୀୟ ସିନେମାର ସବୁଠୁ ବଡ଼ ଷ୍ଟାରଙ୍କ ଜନ୍ମଦିନ।

ନବେ ଦଶକରେ ବଚ୍ଚନ, ଖନାଙ୍କ ଯୁଗରେ ଧସେଇ ପଶିଥିଲେ ଇନ୍ଦୋରରେ ଜନ୍ମିତ ୨୦ ବର୍ଷୀୟ ସଲମାନ୍। ବାପା ସଲିମ୍ ଖାନ ଜଣେ ବଡ଼ ଲେଖକ ଥିଲେ ହେଲେ ସେଇ ଫାଇଦା ବୋଧେ ସଲମାନଙ୍କୁ ମିଳିନଥିଲା। ବଲିଉଡର ଷ୍ଟ୍ରଗଲ୍ ଗଳିରେ ଓହ୍ଲେଇ ନୂଆ ନୂଆ ପ୍ରେମ ଶିଖିଥିଲେ। ଆଉ ୯୦ ଦଶକର ସବୁଠୁ ବଡ଼ ଡେବ୍ୟୁ ହିଟ୍ maine pyar Kiya ଭାବେ ମିଳିଥିଲା ଦେଶକୁ ନୂଆ ହିରୋ। ସେବେଠୁ ଆଉ ପଛକୁ ବୁଲି ଦେଖି ନାହାନ୍ତି ସଲମାନ୍। ହମ୍ ଆପକେ ହେଁ କୌନ୍, କରନ୍ ଅର୍ଜୁନ, ଯୁଡୁଆ, ହମ୍ ସାଥ ସାଥ ହେଁ, ଗର୍ବ ଭଳି  ଏକାଧିକ ସିନେମାରେ ଲାଜୱା ଅଭିନୟ ତାଙ୍କୁ କରିଥିଲା ଦେଶର ହାର୍ଟ ଥ୍ରପ।... ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବି ବିବାଦରେ ଫସିଛନ୍ତି। କେବେ ମୁମ୍ବାଇ ହିଟ୍ ଆଣ୍ଡ ରନ୍ କେସ, କେବେ କୃଷ୍ଣ ସାର ମୃଗ ଶିକାର ଅଭିଯୋଗରେ ଜେଲ ବି ଯାଇଛନ୍ତି। ପ୍ରେମିକା ସହ ବିଚ୍ଛେଦ, ନୂଆ ନୂଆ ସମ୍ପର୍କ ତାଙ୍କୁ PG3 ରେ ପପୁଲାର୍ କରିଛି। ହେଲେ ନା ସେ ହାରିଛନ୍ତି ନା ତାଙ୍କ ଫ୍ୟାନ ହାର ମାନିଛନ୍ତି। 

Advertisment

ସଲମାନ୍ ଏକମାତ୍ର ବଲିଉଡ୍ ଷ୍ଟାର ଯିଏ ଉତ୍ତର ଭାରତରେ ଯେତେ ପରିଚିତ ସେତେ ଦକ୍ଷିଣରେ। ସେଥିପାଇଁ ତ୍ ତେରେ ନାମ, ୱାଣ୍ଟେଡଠୁ ଆରମ୍ଭ କରି ସିକନ୍ଦର ଯାଏଁ ଅନେକ ରିମେକ୍ କେବଳ ତାଙ୍କ ନାଁରେ ଚାଲିଛି। ବଡି ବିଲ୍ଡି, ଖୋଲା ଛାତିରେ ଅଭିନୟ କରିବା, ନିଜ ୟୁନିକ ଡାନ୍ସ ତାଙ୍କୁ ଅନ୍ୟଠୁ ଭିନ୍ନ କରିଛି। ଏସବୁ ଭିତରେ ଦେଶର ପ୍ରଥମ ବ୍ୟକ୍ତି ଭାବେ ନିଜ ବୋନ୍ ମେରୋ ଦେଇ ପୁଣି କେବେ ହଜାର ହଜାର ଶିଶୁଙ୍କ ଅପରେସନ କରାଇ ସଲମାନ୍ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ପାଇଛନ୍ତି ସ୍ଥାନ।

Salman Khan
Advertisment
Related Articles
Advertisment