/odishatv-khabar/media/media_files/2026/01/10/teacher-2026-01-10-19-58-42.jpg)
TEACHER Photograph: (OTV)
ଡ୍ରପଆଉଟ୍, ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ସୃଷ୍ଟି ରୋକିବାକୁ ରାଜ୍ୟ ସରକାର ନେଇଛନ୍ତି ଏଭଳି ବଡ଼ ନିଷ୍ପତ୍ତି। ଏନେଇ ସବୁ ଡିଇଓ ଏବଂ ବିଇଓଙ୍କୁ ଚିଠି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସୁପାରିଶ ଅନୁସାରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ଥିବାବେଳେ ସଠିକ୍ କାର୍ଯ୍ୟକାରୀତାକୁ ନେଇ ରହିଛି ନଜର।...
ରାୟଗଡ଼ାର ଗରିବ ଝିଅ ସୁନି, ପଢ଼ିବାକୁ ଇଚ୍ଛା ଥାଇ ବି କରୋନା ବେଳେ ନବମରୁ ପାଠ ଛାଡ଼ି ବାପା-ମାଙ୍କ ସହ ଯାଇଥିଲେ ଦାଦନ। ଆଉ କୋରାପୁଟ ନାରାୟଣପାଟଣା ଚମ୍ପିକୋଟା ସାହିର ସୁରେନ୍ଦ୍ର ସିରିକା। ଆର୍ଥିକ ସମସ୍ୟା ପାଇଁ ଅଷ୍ଟମରୁ ପାଠ ଛାଡି ରୋଜଗାରରେ ଲାଗି ଗଲେ। ଯଦିଓ ଏବେ ପୁଣି ଥରେ ପଢିବାକୁ ସୁଯୋଗ ପାଇଛନ୍ତି। କିନ୍ତୁ ଆଗକୁ ଏମିତି କଷ୍ଟ ଯେମିତି କୌଣସି ପିଲା ନ ପାଉ, ସେଥିପାଇଁ ସରକାରଙ୍କ ବଡ଼ ପଦକ୍ଷେପ। କାରଣ ପିଲା ସ୍କୁଲ ବନ୍ଦ କଲେ ଘରେ ପହଞ୍ଚିବେ ସାର୍। କାରଣ ବୁଝିବେ, ସମାଧାନ ବି କରିବେ।
ଅନୁପସ୍ଥିତିର କାରଣ ପଚାରି ବୁଝିବେ
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେଇଛି ଏଭଳି ନିଷ୍ପତ୍ତି। ସବୁ ଜିଲ୍ଲା ଓ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ହୋଇଛି ଚିଠି। ଚିଠିରେ ଉଲ୍ଲେଖ ରହିଛି, ଯଦି କୌଣସି ପିଲା ୭ ଦିନ ସ୍କୁଲ ବନ୍ଦ କରନ୍ତି, ତା ହେଲେ ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ କିମ୍ବା ପ୍ରଧାନ ଶିକ୍ଷକ ସଂପୃକ୍ତ ଛାତ୍ର ଅବା ଛାତ୍ରୀଙ୍କ ଘରେ ପହଞ୍ଚିବେ। କାହିଁକି ସେ ପଢ଼ିବାକୁ ଆସୁ ନାହିଁ, ତା ଅନୁପସ୍ଥିତିର କାରଣ ପଚାରି ବୁଝିବେ।...
ବଡ଼ କଥା ହେଉଛି- କେବଳ ଡ୍ରପ ଆଉଟ୍ ହାର କମାଇବାକୁ ନୁହେଁ, ବରଂ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ସୃଷ୍ଟି ରୋକିବାକୁ ବି ଏହା ଉପାଦେୟ ହେବ। ଯେହେତୁ ଏ ୩ ଦିଗକୁ ଆଖିରେ ରଖି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।
ତେଣୁ ତଥ୍ୟ କହୁଛି, ରାଜ୍ୟରେ ଯଦିଓ ଡ୍ରପ୍ ଆଉଟ ହାର କମିଛି, କିନ୍ତୁ ତାହା ଏବେ ବି ଚିନ୍ତାଜନକ ସ୍ଥିତିରେ ରହିଛି। ରାଜ୍ୟରେ ପ୍ରାଥମିକ ସ୍ତରରେ ଡ୍ରପଆଉଟ୍ ଶୂନ ଥିବା ବେଳେ ଉଚ୍ଚ ପ୍ରାଥମିକ ସ୍ତରରେ ୨ ପ୍ରତିଶତ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ୧୨. ୭ ପ୍ରତିଶତ ରହିଛି। ଅବଶ୍ୟ ୨୦୨୨-୨୩ ଶିକ୍ଷାବର୍ଷ ଅପେକ୍ଷା ୨୦୨୩-୨୪ରେ ପ୍ରାୟ ୫ ପ୍ରତିଶତ କମିଛି ଡ୍ରପଆଉଟ ହାର।
ତେଣୁ ଏହାକୁ ଠିକ୍ ରୂପେ କାର୍ଯ୍ୟକାରୀ କରାଗଲେ ଏହି ସମସ୍ୟାକୁ ସଂପୂର୍ଣ୍ଣ ରୋକାଯାଇ ପାରିବ ବୋଲି କହିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା।... ନିଷ୍ପତ୍ତି ଉତ୍ତମ, ହେଲେ ସରକାରଙ୍କ ଏ ଲକ୍ଷ୍ୟ ଗ୍ରାଉଣ୍ଡ ଜିରୋରେ କେତେଦୂର କାର୍ଯ୍ୟକାରୀ ହୋଇପାରୁଛି ତା ଉପରେ ନଜର।
PUC Politics Heats Up: ପିୟୁସିକୁ ନେଇ ରାଜନୀତି ତୀବ୍ର, ଯୁବ କଂଗ୍ରେସ ବିକ୍ଷୋଭ, ତଣ୍ଡ କମିବାର ସଙ୍କେତ

From Odisha to Orbit: ମହାକାଶକୁ ଯିବ ଓଡ଼ିଶା ନିର୍ମିତ ପ୍ରଥମ ସ୍ୟାଟେଲାଇଟ୍, ୧୨ରେ ଶ୍ରୀହରିକୋଟାରୁ ହେବ ଉତକ୍ଷେପଣ

Sibling Family Allegedly Evicted: ଭାଇ-ଭଉଣୀଙ୍କୁ ବାସନ୍ଦ; କେହି ଶୁଣିଲେନି ଗୁହାରୀ, ରାଷ୍ଟ୍ରପତିଙ୍କୁ ଅଭିଯୋଗ

Pilot Issues Mayday: ମେ ଡେ ମାଗିଥିଲେ ପାଇଲଟ୍, ତା ପରେ ଫୋର୍ସ ଲ୍ୟାଣ୍ଡିଂ କରିଥିଲା ବିମାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)