Advertisment

Sibling Family Allegedly Evicted: ଭାଇ-ଭଉଣୀଙ୍କୁ ବାସନ୍ଦ; କେହି ଶୁଣିଲେନି ଗୁହାରୀ, ରାଷ୍ଟ୍ରପତିଙ୍କୁ ଅଭିଯୋଗ

ଗଞ୍ଜାମରେ ଥମୁନି ସାମାଜିକ ବାସନ୍ଦ ଘଟଣା। ଗଞ୍ଜାମ ଥାନା ଅଧିନ ଝରାପଦର ଗ୍ରାମର ଏଚ. ସାବିତ୍ରୀ ରେଡ୍ଡୀ ଓ ତାଙ୍କ ଭାଇ ଏନ. ଅସନ୍ତା ରେଡ୍ଡୀଙ୍କ ପରିବାରକୁ ଗତ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଗ୍ରାମରୁ ବାସନ୍ଦ କରାଯାଇଛି।

author-image
Pramod Behera
Sibling Family Allegedly Evicted

ଭାଇ-ଭଉଣୀଙ୍କୁ ବାସନ୍ଦ; କେହି ଶୁଣିଲେନି ଗୁହାରୀ Photograph: (OTV)

ଗଞ୍ଜାମରେ ଥମୁନି ସାମାଜିକ ବାସନ୍ଦ ଘଟଣା। ଗଞ୍ଜାମ ଥାନା ଅଧିନ ଝରାପଦର ଗ୍ରାମର ଏଚ. ସାବିତ୍ରୀ ରେଡ୍ଡୀ ଓ ତାଙ୍କ ଭାଇ ଏନ. ଅସନ୍ତା ରେଡ୍ଡୀଙ୍କ ପରିବାରକୁ ଗତ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଗ୍ରାମରୁ ବାସନ୍ଦ କରାଯାଇଛି। ଏନେଇ ବହୁବାର ଗଞ୍ଜାମ ଥାନା, ଏସପି ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ରାଷ୍ଟ୍ରପତିଙ୍କୁ ଗତ ଅକ୍ଟୋବର ମାସରେ ଚିଠି ମାଧ୍ୟମରେ ଅଭିଯୋଗ କରିଥିଲେ ଏଚ. ସାବିତ୍ରୀ ରେଡ୍ଡୀ l ରାଷ୍ଟ୍ରପତି ଭବନରୁ ତାଙ୍କର ସଚିବଙ୍କ ପକ୍ଷରୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ରିପୋର୍ଟ ଦିଅ ବୋଲି ଚିଠି ଆସିଥିବା ସାବିତ୍ରୀ ରେଡ୍ଡୀ ସୂଚନା ଦେଇଛନ୍ତି। 

Advertisment

ଗତ ସେପ୍ଟେମ୍ବର ମାସରେ ଏମାନଙ୍କୁ ବାସନ୍ଦ କରାଯାଇଥିବା ବେଳେ ଏଚ. ସାବିତ୍ରୀ ରେଡ୍ଡୀଙ୍କ ସ୍ୱାମୀ ଏଚ. ରାମଚନ୍ଦ୍ର ରେଡ୍ଡୀ ଜଣେ ମାନସିକ ବିକୃତ ରୋଗୀ। ସୂଚନା ଅନୁଯାୟୀ ଏଚ. ରାମଚନ୍ଦ୍ର ମାନସିକ ବିକୃତ ରୋଗରେ ପୀଡିତ ହୋଇ ଗ୍ରାମବାସୀଙ୍କ ସହ ଝଗଡା ହୋଇଥିଲା l ଗ୍ରାମର କିଛି ଲୋକ ତାଙ୍କୁ ମାଡ଼ ମାରିଥିଲେl ଗ୍ରାମ ପକ୍ଷରୁ ତାଙ୍କୁ ୧୫ ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଥିଲାl ଜରିମାନା ନ ଦେବାରୁ ପ୍ରଥମେ ଭଉଣୀଙ୍କୁ ବାସନ୍ଦ କରାଯାଇଥିବା ବେଳେ ଭଉଣୀ ସହ ଭାଇ ଏନ. ଅସନ୍ତା ରେଡ୍ଡୀ କଥା ହେବାରୁ ଭାଇ ଅସନ୍ତାଙ୍କ ପରିବାରକୁ ମଧ୍ୟ ବାସନ୍ଦ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।
  
ଗଞ୍ଜାମ ଥାନାରେ ରାମଚନ୍ଦ୍ରଙ୍କ ସ୍ତ୍ରୀ ଏଚ. ସାବିତ୍ରୀ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଥିଲା। ଘଟଣାକୁ ନେଇ ଏସପି, ଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ ସମାଧାନର ବାଟ ଫିଟି ନଥିଲା। ଏହାପରେ ହାଇକୋର୍ଟ ଓ ମାନବାଧିକାର କମିଶନଙ୍କ ନିକଟରେ ମାମଲା ପହଞ୍ଚିଥିଲା। ଓକିଲଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ। ଏହି ଅଭିଯୋଗ ପାଇବା ପରେ ରାଷ୍ଟ୍ରପତି ଭବନରୁ ଚିଠି ଆସିଛି ଏବଂ ସରକାରଙ୍କୁ ତଦନ୍ତ ରିପୋର୍ଟ ମାଗିଥିବା ସୂଚନା ମିଳିଛି।

Ganjam President Of India Human Rights
Advertisment
Advertisment