Advertisment

From Odisha to Orbit: ମହାକାଶକୁ ଯିବ ଓଡ଼ିଶା ନିର୍ମିତ ପ୍ରଥମ ସ୍ୟାଟେଲାଇଟ୍, ୧୨ରେ ଶ୍ରୀହରିକୋଟାରୁ ହେବ ଉତକ୍ଷେପଣ

ଆସନ୍ତା ୧୨ ତାରିଖରେ ମହାକାଶକୁ ଯିବ ଓଡ଼ିଶା ନିର୍ମିତ ପ୍ରଥମ ଉପଗ୍ରହ CGUSAT-1। ଯାହାକୁ ନିର୍ମାଣ କରିଛନ୍ତି ସିଭିରମଣ ୟୁନିଭରସିଟିର ଏକ ୩୧ ଜଣିଆ ଟିମ୍। ଆନ୍ଧ୍ର ଶ୍ରୀହରିକୋଟାରୁ ଆସନ୍ତା ୧୨ ତାରିଖରେ ପିଏସଏଲଭି ସି-62 ରକେଟ୍ ଯୋଗେ ଅନ୍ତରୀକ୍ଷକୁ ଛଡ଼ା ଯିବ ।

author-image
Tapan Swain
Satellite

Satellite Photograph: (OTV)

ପିଏସଏଲଭି ସି-62 ସାଙ୍ଗରେ ଅନ୍ତରୀକ୍ଷକୁ ଯିବ CGUSAT-1 ।  CGUSAT-1 ଉପଗ୍ରହକୁ ନିର୍ମାଣ କରିଛି ଭୁବନେଶ୍ବରସ୍ଥିତ ସିଭି ରମଣ ଗ୍ଲୋବାଲ୍ ୟୁନିଭରସିଟି । ଜରୁରୀକାଳୀନ ପରିସ୍ଥିତି ହେଉ କି ପ୍ରାକୃତିକ ବିପର୍ଯ୍ୟୟ ସମୟ। ଯୋଗାଯୋଗର ଏହା ସାଜିବ ଏକ ବଡ଼ ମାଧ୍ୟମ।

Advertisment

ସୂଚନା ଅନୁସାରେ ଆଉ ଦୁଇ ଦିନ ପରେ ଅର୍ଥାତ୍ ଆସନ୍ତା ୧୨ ତାରିଖ ସକାଳ ୧୦ଟା ୧୭ ମିନିଟରେ ଆନ୍ଧ୍ର ଶ୍ରୀହରିକୋଟାରୁ ଉତକ୍ଷେପଣ ପାଇଁ ପ୍ରସ୍ତୁତ ହେଉଛି PSLV-C62 ରକେଟ୍। ଯେଉଁଥିରେ CGUSAT-1କୁ ସ୍ଥାନ ମିଳିଛି- ଯାହା ୧୫ ଜାନୁଆରୀରୁ କାର୍ଯ୍ୟକ୍ଷମ ହେବ। 

ଏଣେ CGUSAT-1ର ଗ୍ରାଉଣ୍ଡ ଷ୍ଟେସନ ସଂରକ୍ଷକ ସୌମ୍ୟା ମିଶ୍ରଙ୍କ ସୂଚନା ଅନୁସାରେ- ଲିଓ ଅର୍ବିଟ୍ ରେ ଉପଗ୍ରହଟି ଇଜେକ୍ଟ ହେବା ପରେ ସାରା ବିଶ୍ବ ଉପରେ ଏହା ଘୂରି ବୁଲିବ। ଯେତେବେଳେ ଭୁବନେଶ୍ବର ଉପରକୁ ଆସିବ, ସେତେବେଳେ ସର୍ବାଧିକ ସିଗନାଲ ମିଳିବ। ଯାହାଦ୍ବାରା ଏହା ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ସନ୍ଦେଶ ଦେଇ ହେବ। 

Advertisment

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେବ ଜରୁରୀ ବାର୍ତ୍ତା

ବିଶେଷକରି ଯେଉଁ ସମୟରେ କୌଣସି ଯୋଗାଯୋଗର ମାଧ୍ୟମ କାମ କରୁନଥିବ ସେତେବେଳେ ବି CGUSAT-1 ତଥ୍ୟ ପ୍ରେରଣ କରିପାରିବ। ବିଶେଷକରି ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାର ଏହାକୁ ବାର୍ତ୍ତା ଯୋଗାଯୋଗର ଏକ ବଳିଷ୍ଠ ମାଧ୍ୟମ ଭାବେ ବ୍ୟବହାର କରିପାରିବେ।...

ତେବେ ଏଠି ପ୍ରଶ୍ନ ଓଡ଼ିଶାର ପ୍ରଥମ ୟୁନିଭରସିଟି ଭାବେ ସିଭି ରମଣ ବିଶ୍ୱବିଦ୍ୟାଳୟ ଏଭଳି ଏକ ବଡ଼ ପଦକ୍ଷେପ ନେବାକୁ ପ୍ରେରଣା ପାଇଲା କେମିତି ? ସୂଚନା ଅନୁସାରେ- ବିଶ୍ବବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର ସୁନୀଲ ଷଡ଼ଙ୍ଗୀ ଓ କିଛି ଷ୍ଟୁଡେଣ୍ଟ ଇସ୍ରାଏଲର ଟେକ୍ ନିୟନ ୟୁନିଭରସିଟିର ଓ ହର୍ଜିଲିଆ ସାଇନସ ସେଣ୍ଟର ପରିଭ୍ରମଣ କରି ଉପଗ୍ରହ ତିଆରି ଜ୍ଞାନ ଆହରଣ କରିଥିଲେ। ଅନୁଷ୍ଠାନର ୧୧ ଶିକ୍ଷକ ଓ ୨୦ ଛାତ୍ରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ହାଇଦ୍ରାବାଦରେ ଉପଗ୍ରହ ନିର୍ମାଣ ପ୍ରଣାଳୀ ପ୍ରଶିକ୍ଷଣ ବି ଦିଆଯାଇଥିଲା। 

ପିଏସଏଲଭି ସି-62 ରକେଟ୍ ସାଙ୍ଗରେ ଯିବ ଅନ୍ତରୀକ୍ଷ

ତେବେ ଦେଶରେ ଉପଗ୍ରହ ବ୍ୟବସାୟ ଘରୋଇ କରଣ ହେବା ପରେ ୟୁନିଭରସିଟି ପକ୍ଷରୁ ଏକ ବିଭାଗ ଖୋଲାଯାଇ ଛାତ୍ରଛାତ୍ରୀମାନଙ୍କୁ ନିଜସ୍ବ ସ୍ୟାଟେଲାଇଟ୍ ନିର୍ମାଣ, ଟ୍ରାକିଂ, ଇମେଜ୍ ପ୍ରୋସେସିଂ ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ ୧ବର୍ଷ ମଧ୍ୟରେ CGUSAT-1କୁ ନିର୍ମାଣ କରାଯାଇଛି। ଏହାର ପ୍ରକ୍ଷେପଣ ପାଇଁ ସିଭିରମଣ ୟୁନିଭରସିଟି ପକ୍ଷରୁ ଅହମ୍ମଦାବାଦର ଇନ-ସ୍ପେଶ୍ ସହିତ ଏକ ଏମଓୟୁ ସ୍ବାକ୍ଷର ହୋଇଥିଲା।

ଆସନ୍ତା ୧୨ ତାରିଖ PSLV-C62 ରକେଟ୍ ଉତକ୍ଷେପଣ ସମୟରେ ଉପସ୍ଥିତ ରହିବାକୁ ୟୁନିଭରସିଟିରୁ ୧୧ ଅଧ୍ୟାପକ ଓ ୨୦ ଛାତ୍ରଛାତ୍ରୀ ଶ୍ରୀହରିକୋଟା ଯାଇଛନ୍ତି।...
ଏବେ ଅପେକ୍ଷା ୧୨ ତାରିଖକୁ, ପିଏସଏଲଭି ସି-62 ରକେଟ୍ ସାଙ୍ଗରେ ମହାକାଶକୁ ଯିବ ଓଡ଼ିଶା ନିର୍ମିତ ପ୍ରଥମ ଉପଗ୍ରହ CGUSAT-1...
 

Odisha Satellite
Advertisment
Related Articles
Advertisment