/odishatv-khabar/media/media_files/2025/10/14/driver-dies-2025-10-14-18-06-43.jpg)
Driver Dies Photograph: (OTV)
ମୃତ୍ୟୁ କେଉଁଠି, କେତେବେଳେ ଆଉ କେଉଁ ରୂପରେ ଆସିବ ତାହା କେହି କହିପାରିବେ ନାହିଁ। ଲୋକ ଚାଲୁଥିବ, ବୁଲୁଥିବ, ନାଚ-ଗୀତ ବି କରୁଥିବ, ଏହାରି ଭିତରେ ଯେ ମୃତ୍ୟୁ ଆସିଯିବ ତାହା କ’ଣ କିଏ ଭାବିପାରେ। ପୁଣି କୁହାଯାଏ ମୃତ୍ୟୁ ଜଣେ ବ୍ୟକ୍ତିକୁ ବସିବା ଯାଗାରୁ ବି ଉଠାଇ ନିଏ। ବର୍ତ୍ତମାନ ଏମିତି ଏକ ଘଟଣା ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ଦୁଃଖ ମଧ୍ୟ ଦେଇଛି।
ଗାଡି ଚାଲିଥିଲା, ଡ୍ରାଇଭର ବି ରାସ୍ତା ମାପି ଚୁପି ଗାଡି ଚଳାଉଥିଲେ, ଗାଡ଼ିରେ ବସିଥିଲେ ମା’ ଆଉ ତାଙ୍କ ଝିଅ। ହେଲେ ହଠାତ ଆସିଲା ମୃତ୍ୟୁ। କେହି କିଛି ବୁଝିବା ଆଗରୁ ଚାଲିଗଲା ଡ୍ରାଇଭରଙ୍କ ଦୁର୍ଲଭ ଜୀବନ। ଆଉ ଅଳ୍ପକେ ବର୍ତ୍ତିଗଲେ ପଛ ସିଟ୍ରେ ବସିଥିବା ମା ଆଉ ନାବାଳିକା ଝିଅ। ଏମିତି ଏକ ମର୍ମନ୍ତୁଦ ଘଟଣା କୁଚିଣ୍ଡା ଥାନା ଅଞ୍ଚଳରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ରିପୋର୍ଟ ଅନୁସାରେ କତରବଗା ଥାନା ଅଞ୍ଚଳର ଜଣେ ମହିଳାଙ୍କ ଝିଅ କୁଚିଣ୍ଡା ଥାନା ଅଞ୍ଚଳର ଏକ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲା। ଝିଅର ଦେହ ଖରାପ ଖବର ପାଇ ମା ତାଙ୍କୁ ନେବାକୁ ଆସିଥିଲେ। ତାଙ୍କ ନିଜ କାର ଯୋଗେ ଡ୍ରାଇଭର ସାଙ୍ଗରେ ଝିଅକୁ ନେଇ ଘରକୁ ଫେରୁଥିଲେ। କୁଚିଣ୍ଡା ମୁଖ୍ୟାଳୟ ପୁରୁଣା ବସଷ୍ଟାଣ୍ଡ ନିକଟ ସାପ୍ତାହିକ ବଜାର ରାସ୍ତାରେ ହଠାତ ଡ୍ରାଇଭରଙ୍କ ଛାତିରେ ଯନ୍ତ୍ରଣା ହେଲା ଆଉ ସେ ଛାଟିପିଟି ହୋଇ ସିଟ୍ରେ ପଡିଗଲେ। ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା।
ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଗଲେ ଆଉ ମା-ଝିଅକୁ ଉଦ୍ଧାର କରିଥିଲେ। ମୃତକ କତରବଗାର ଶ୍ରୀକାନ୍ତ ନାଗ ହୋଇଥିବା ବେଳେ ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)