Advertisment

Bhubaneswar: ଥାନା ଘେରାଉ, ରାଜଧାନୀରେ ଅନଲାଇନ ଅଟୋ ସେବା ଠପ୍

କ୍ୟାପିଟାଲ ଥାନା ଘେରିଲା ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ। ରାଜଧାନୀରେ ଅନଲାଇନ ଅଟୋ ସେବା ଠପ୍। କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଅଟୋ। ରାଜମହଲରୁ ଏଜି ରାସ୍ତା ପୂରା ଜାମ୍।

author-image
Chinmayee Sahoo
AUTO-STRIKE

AUTO-STRIKE Photograph: (OTV)

କ୍ୟାପିଟାଲ ଥାନା ଘେରାଉ କଲେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ। ଫଳରେ ରାଜଧାନୀ (Bhubaneswar) ରେ ଅନଲାଇନ ଅଟୋ ସେବା ଠପ ହୋଇଯାଇଛି । କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଛିଡା ହୋଇଛି  ଅଟୋ। ରାଜମହଲରୁ ଏଜି ରାସ୍ତା ସମ୍ପୂର୍ଣ୍ଣ ଜାମ ହୋଇଯାଇଛି । 
କିଛି ଦିନ ତଳେ ଅନଲାଇନ ସ୍ମାର୍ଟସିଟି ଅଟୋ ଚାଳକ ସଙ୍ଘର ଜଣେ ଡ୍ରାଇଭରଙ୍କୁ ଷ୍ଟେସନ ଅଟୋ ଚାଳକ ସଙ୍ଘର କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଗତକାଲି ଏହି ଘଟଣାରେ ପୋଲିସର ଆକ୍ସନ ପରେ ଆଜି ସ୍ମାର୍ଟ ସିଟି ଅଟୋଚାଳକ ସଙ୍ଘ କ୍ୟାପିଟାଲ ଥାନା ଘେରାଓ କରିଛି। ଦୋଷୀକୁ ପୋଲିସ ଗିରଫ ନ କରି ନିର୍ଦ୍ଦୋଷକୁ ଗିରଫ କରିଥିବା ଅଭିଯୋଗ କରି କ୍ୟାପିଟାଲ ଥାନା ଆଗରେ ବିକ୍ଷୋଭ କରାଯାଉଛି ।

Advertisment

ଅଧିକ ଦେଖନ୍ତୁ:

Bhubaneswar
Advertisment
Related Articles
Advertisment