Advertisment

Koraput’s Big Makeover: ନୂଆ ପରିଚୟ ସୃଷ୍ଟି କରିବାକୁ ଯାଉଛି କୋରାପୁଟ, ଏଣିକି ସୁଙ୍କି ଘାଟିରେ ଆଉ ରହିବନି କୌଣସି ଭୟ

ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି ପରେ ଏବେ ଆଉ ଏକ ପରିଚୟ ସୃଷ୍ଟି କରିବାକୁ ଯାଉଛି କୋରାପୁଟ। ତିନି ରାଜ୍ୟକୁ ସଂଯୋଗ କରୁଥିବା ଭାରତମାଲା ଏକ୍ସପ୍ରେସ-ୱେର ଦୁଇଟି ଉଚ୍ଚତମ ଟନେଲ ଦେଇ ରାୟପୁର ଠାରୁ ବିଶାଖାପାଟଣାକୁ ଜାତୀୟ ରାଜପଥରେ ଯାତାୟାତ କରିବେ ଲୋକେ ।

author-image
Tapan Swain
Tunnel

Tunnel Photograph: (OTV)

ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି ପରେ ଏବେ ଆଉ ଏକ ପରିଚୟ ସୃଷ୍ଟି କରିବାକୁ ଯାଉଛି କୋରାପୁଟ। ତିନି ରାଜ୍ୟକୁ ସଂଯୋଗ କରୁଥିବା ଭାରତମାଲା ଏକ୍ସପ୍ରେସ-ୱେର ଦୁଇଟି ଉଚ୍ଚତମ ଟନେଲ ଦେଇ ରାୟପୁର ଠାରୁ ବିଶାଖାପାଟଣାକୁ ଜାତୀୟ ରାଜପଥରେ ଯାତାୟତ କରିବେ ଲୋକେ । ଏହା ଓଡ଼ିଶାର ପ୍ରଥମ ଓ ଉଚ୍ଚତମ ଟନେଲ। 

Advertisment

ଆନ୍ଧ୍ର ସୀମାନ୍ତ ତଥା କୋରାପୁଟ ଜିଲ୍ଲା ସୀମାରେ ଥିବା ପୂର୍ବଘାଟ ପର୍ବତମାଳାର ସୁଙ୍କି ଘାଟିରେ ଆଉ ରହିବନି କୌଣସି ପ୍ରକାର ଭୟ । ସମୁଦ୍ର ପତ୍ତନ ଠାରୁ ୩ହଜାର ଫୁଟ୍ ଉଚ୍ଚରେ ଥିବା ଏହି ଘାଟି ରାସ୍ତାରେ ନିର୍ମାଣ ହେଉଛି ରାଜ୍ୟର ପ୍ରଥମ ଟନେଲ ସହ ଛଅ ଥାକିଆ ହାଇୱେ ।  ଓଡିଶାରୁ ଆନ୍ଧ୍ର ଯିବା ପାଇଁ ତିନି ଥାକିଆ ରାସ୍ତା ଓ ଆନ୍ଧ୍ରରୁ ଓଡ଼ିଶା ଆସିବା ପାଇଁ ମଧ୍ୟ ତିନି ଥାକିଆ ରାସ୍ତା ନିର୍ମାଣ କରାଯାଇଛି । ଏହି ଦୁଇ ଟନେଲ ରାସ୍ତାର ଲମ୍ବା ଯଥାକ୍ରମେ ୩.୪୨ କିମି ଓ ୨.୮ କିମି ଲମ୍ବ ରହିଛି।

ଭାରତମାଲା ପ୍ରକଳ୍ପ ଅଧିନରେ ନିର୍ମାଣ ହେଉଥିବା ଛତିଶଗଡ଼ର ରାୟପୁର ଠାରୁ ଆନ୍ଧ୍ରର ବିଶାଖାପାଟଣା ରାସ୍ତା ଅଧିନରେ ଏହି ପ୍ରକଳ୍ପ ନିର୍ମାଣ ହେଉଛି  । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବା ନେଇ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି । 

Advertisment

କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଭାରତମାଲା ପ୍ରକଳ୍ପରେ ଛତିଶଗଡ଼ ରାଜ୍ୟ ରାୟପୁର ଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ୪୬୫ କିମି ରାସ୍ତା ନିର୍ମାଣ ହେଉଛି। ଜଙ୍ଗଲ ରାସ୍ତାରେ ୩୫ ମିଟର ଏବଂ ଅଣ ଜଙ୍ଗଲ ରାସ୍ତାରେ ୬୦ ମିଟର ଓସାରିଆ ରାସ୍ତା ନିର୍ମାଣ ହେଉଛି। ଏହି ରାସ୍ତା କୋରାପୁଟ ଜିଲ୍ଲାରେ ୧୨୪ କିମି ନିର୍ମାଣ ହୋଇଛି । କୋରାପୁଟ ଜିଲ୍ଲାରେ ୪୬୦୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।

ସେହିପରି କୋରାପୁଟ ଓ ନବରଙ୍ଗପୁର ଜିଲ୍ଳାର ୮୭୩ ହେକ୍ଟର ବେସରକାରୀ ଜମି, ୩୦୭ ହେକ୍ଟର ସରକାରୀ ଜମି ଏବଂ ୩୬୩ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇଛି। ଓଡ଼ିଶା ପଟୁ ଆନ୍ଧ୍ରକୁ ଯିବା ଟନେଲ ରାସ୍ତା କୁନ୍ଦୁଲି ନିକଟ ବରଜ ଗାଁ ଠାରୁ ଆରମ୍ଭ ହୋଇ ଚାନ୍ଦିଲି ଠାରେ ଶେଷ ହୋଇଛି । ..... 

ସେହିପରି ଆନ୍ଧ୍ର ପଟୁ ଓଡ଼ିଶାକୁ ଆସୁଥିବା ଟନେଲ ରାସ୍ତା କୁରାଲି ଠାରୁ ଆରମ୍ଭ ହୋଇ ସୁଙ୍କି ପଞ୍ଚାୟତର ଅମ୍ଫାବାଲି ଗାଁରେ ଶେଷ ହୋଇଛି। ଏହି ପ୍ରକଳ୍ପ ଦ୍ଵାରା କୋରାପୁଟ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ପର୍ଯ୍ୟଟନ କ୍ଷେତ୍ରରେ ବେଶ ସୁଦୃଢ଼ ହେବ।

Tunnel Koraput
Advertisment
Related Articles
Advertisment