/odishatv-khabar/media/media_files/2026/01/24/yuva-congress-2026-01-24-15-43-41.jpg)
Yuva Congress Photograph: (OTV)
ଢେଙ୍କାନାଳ ପରଜଙ୍ଗରେ ଜଣେ ଧର୍ମ ପ୍ରଚାରକଙ୍କୁ ଆକ୍ରମଣ ଘଟଣା। ଘଟଣାକୁ ନେଇ ଯୁବ କଂଗ୍ରେସର ପ୍ରତିବାଦ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି ଯୁବ କଂଗ୍ରେସ କର୍ମୀ। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି କରିଛନ୍ତି ଯୁବ କଂଗ୍ରେସ କର୍ମୀ। ଯେଉଁମାନେ ଆଇନକୁ ହାତକୁ ନେଇଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
କେବଳ ଏହି ଘଟଣା ନୁହେଁ କିଛିଦିନ ପୂର୍ବରୁ ବାଲେଶ୍ୱରରେ ମଧ୍ୟ ଅନ୍ୟ ଏକ ଘଟଣାରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ମଧ୍ୟ ପୋଲିସ ନିରବ ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି।
ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଆନ୍ଦୋଳନକୁ ନେଇ ଏଜି ଛକ ଠାରୁ ରାଜଭବନ ରାସ୍ତାକୁ ପୋଲିସ ବନ୍ଦ କରିବା ସହ ସୁରକ୍ଷା କଡାକଡି କରାଯାଇଛି। କିଛିଦିନ ତଳେ କିଛି ଲୋକ ଯୁବକ ଜଣଙ୍କୁ ଗୋବର ପାଣି ପିଆଇବା ସହ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ AICC ସାଧାରଣ ସମ୍ପାଦକ କେସି ବେନୁଗୋପାଲଙ୍କ ସହ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖି କାର୍ଯ୍ୟନୁଷ୍ଠାନ ଦାବି କରିଥିଲା ଯୁବ କଂଗ୍ରେସ।...
Shocking Discovery: ରାସ୍ତା କଡରେ ପଡିଛି କୁଢ଼ କୁଢ଼ ଭ୍ୟାକସିନ୍ ବୋତଲ, ଲେଖାଅଛି ଏକ୍ସପାଏରୀ ଡେଟ ନଭେମ୍ବର ୨୦୨୬

No Mercy for Cow Mafia: ରାବଣ ରୂପୀ ଗୋ ମାଫିଆଙ୍କୁ ବଧ କରାଯିବ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

US Horror Case: ଆମେରିକାରେ ୪ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା, ପତ୍ନୀ ଓ ୩ ସମ୍ପର୍କୀୟଙ୍କୁ ହତ୍ୟା କଲା ସୈତାନ ସ୍ୱାମୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)