Advertisment

More Assembly Seats Coming: ରାଜ୍ୟରେ ବଢ଼ିବ ବିଧାନସଭା ସିଟ୍ ସଂଖ୍ୟା, ଖୁବଶୀଘ୍ର ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ

ରାଜ୍ୟରେ ଆହୁରି ୫୦ ବଢ଼ିପାରେ ବିଧାୟକଙ୍କ ସଂଖ୍ୟା। ଶେଷଥର ପାଇଁ ୨୦୦୭-୦୮ରେ ଓଡ଼ିଶାରେ ହୋଇଥିଲା ସୀମା ପୁନଃନିର୍ଦ୍ଧାରଣ। ଆଉ ପୁଣି ଥରେ ୨୦୨୯ ପୂର୍ବରୁ ହୋଇପାରେ ବୋଲି ଚର୍ଚ୍ଚା। ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ସଙ୍କେତ ଦେଇ କହିଛନ୍ତି ରାଜ୍ୟରେ ବଢ଼ିପାରେ ବିଧାନସଭା ସଂଖ୍ୟା।

author-image
Tapan Swain
MLA-SEAT

MLA-SEAT Photograph: (OTV)

ରାଜ୍ୟରେ ଆହୁରି ୫୦ ବଢ଼ିପାରେ ବିଧାୟକଙ୍କ ସଂଖ୍ୟା। ଶେଷଥର ପାଇଁ ୨୦୦୭-୦୮ରେ ଓଡ଼ିଶାରେ ହୋଇଥିଲା ସୀମା ପୁନଃନିର୍ଦ୍ଧାରଣ। ଆଉ ପୁଣି ଥରେ ୨୦୨୯ ପୂର୍ବରୁ ହୋଇପାରେ ବୋଲି ଚର୍ଚ୍ଚା। ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ସଙ୍କେତ ଦେଇ କହିଛନ୍ତି ରାଜ୍ୟରେ ବଢ଼ିପାରେ ବିଧାନସଭା ସଂଖ୍ୟା। ନୂଆ ବିଧାନସଭାରେ ୩୦୦ ସଦସ୍ୟ ବସିବା ଭଳି ବ୍ୟବସ୍ଥା କରାଯାଉଛି। ଖାଲି ନୂଆ ବିଧାନସଭା ନୁହେଁ ୩ ହଜାର ୬୨୩ କୋଟି ବ୍ୟୟରେ ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ...

Advertisment

ରାଜ୍ୟରେ ବଢ଼ିବ ବିଧାନସଭା ସିଟ ସଂଖ୍ୟା। ଖୁବ୍ ଶୀଘ୍ର ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ। ୧୪୭ରୁ ଆଉ ୫୦ ବଢ଼ିପାରେ ଓଡିଶାରେ ବିଧାୟକଙ୍କ ସଂଖ୍ୟା। ଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ନିର୍ମାଣ ହେବ ନୂଆ ବିଧାନସଭା। ୨୦୨୭ ଜନଗଣନା ପରେ ହୋଇପାରେ ଡି-ଲିମିଟେସନ। ନିଜେ ଖୋଦ୍ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଏହି ସୂଚନା।

ଆଜି ଲୋକସେବା ଭବନ କନଫରେନ୍ସ ହଲରେ ନୂଆ ଲୋକ ସେବା ଭବନ ଏବଂ ନୂଆ ବିଧାନସଭାର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ହୋଇପାରେ। ଏହା ଦ୍ୱାରା ଆଉ ୫୦ ସିଟ୍ ବଢ଼ିପାରେ। ଏବେ ବିଧାୟକଙ୍କ ସଂଖ୍ୟା ୧୪୭ ଅଛି, ଯାହା ୨୦୦ ହୋଇପାରେ। ଆଗାମୀ ୭୦ରୁ ୧୦୦ ବର୍ଷକୁ ଆଖି ଆଗରେ ରଖି ୩୦୦ ସଦସ୍ୟ ବସିବା ଭଳି ନୂଆ ବିଧାନସଭା ନିର୍ମାଣ କରାଯାଉଛି।

Advertisment

୧୯୭୩ରେ ୧୪୦ରୁ ୧୪୭କୁ ବଢ଼ିଥିଲା

ରାଜ୍ୟରେ ୪ ଥର ସୀମା ପୁନଃନିର୍ଦ୍ଧାରଣ ହୋଇଛି। ୧୯୫୨, ୧୯୬୩, ୧୯୭୩ ଏବଂ ଶେଷ ଥର ପାଇଁ ୨୦୦୭-୦୮ରେ ଓଡ଼ିଶାରେ ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ ହୋଇଥିଲା। ଶେଷ ଥର ଯଦିଓ ନିର୍ବାଚନ ମଣ୍ଡଳୀ ସଂଖ୍ୟା ସମାନ ରହିଥିଲା, କିନ୍ତୁ ଭୌଗୋଳିକ ସୀମାରେ ପରିବର୍ତ୍ତନ ହୋଇଥିଲା। କିନ୍ତୁ ୧୯୭୩ ମସିହାରେ ପୁନଃ ନିର୍ଦ୍ଧାରଣ ମାଧ୍ୟମରେ ନିର୍ବାଚନ ମଣ୍ଡଳୀ ସଂଖ୍ୟା ୧୪୦ରୁ ୧୪୭କୁ ବଢ଼ିଥିଲା। ୧୯୭୬ରେ ସମ୍ବିଧାନ ସଂଶୋଧନ ହୋଇଥିଲା ଯେଉଁଥିରେ ୨୦୨୬ ଯାଏଁ ବିଧାନସଭା ସିଟ୍ ବଢ଼ାଇ ହେବନି ବୋଲି ନିଷ୍ପତ୍ତି ହୋଇଥିଲା। 

୧୯୭୧ ଜନଗଣନା ଆଧାରରେ ୧୯୭୩ ମସିହାରେ ପୁନଃନିର୍ଦ୍ଧାରଣ ବେଳେ ଓଡ଼ିଶାର ଜନସଂଖ୍ୟା ପ୍ରାୟ ୨ କୋଟି ୨୦ ଲକ୍ଷ ଥିଲା। ଏବେ କିନ୍ତୁ ତାହା ଦୁଇ ଗୁଣା ହୋଇଛି। ତେଣୁ ୨୦୨୭ ଜନଗଣନା ଆଧାରରେ ସୀମା ପୁନଃନିର୍ଦ୍ଧାରଣ ହୋଇପାରେ ବୋଲି କୁହାଯାଉଛି। ୭୧ ଜନଗଣନା ଅନୁସାରେ ଦେଢ ଲକ୍ଷ ଲୋକଙ୍କୁ ଜଣେ ପ୍ରତିନିଧିତ୍ୱ କରୁଥିଲେ। ଏବେ କିନ୍ତୁ ସେହି ଜଣେ ପ୍ରାୟ ୩ରୁ ସାଢେ ୩ ଲକ୍ଷ ଲୋକଙ୍କ ପ୍ରତିନିଧିତ୍ବ କରୁଛନ୍ତି। ଯାହାକି ସମାନ ପ୍ରତିନିଧିତ୍ୱ ନିୟମର ବିରୁଦ୍ଧାଚରଣ କରୁଛି।

ଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ନୂଆ ବିଧାନସଭା ନିର୍ମାଣ

ଅନ୍ୟପଟେ ନିକଟରେ ନୂଆ ସଂସଦ ଭବନରେ ମଧ୍ୟ ୮୮୮ ସଦସ୍ୟଙ୍କ ପାଇଁ ସିଟ୍ ବ୍ୟବସ୍ଥା କରାଯାଇଛି। ତାହା ବି ପୂର୍ବରୁ ସୀମା ପୁନଃନିର୍ଦ୍ଧାରଣ ଏବଂ ଲୋକସଭା ସିଟ୍ ବୃଦ୍ଧି ନେଇ ସଙ୍କେତ ଦେଇଥିଲା। 
ମୁଖ୍ୟମନ୍ତ୍ରୀ ୩ ହଜାର ୬୨୩ କୋଟି ଟଙ୍କାରେ ନୂଆ ଲୋକ ସେବା ଭବନ ଏବଂ ନୂଆ ବିଧାନସଭା ସୌଧ ପାଇଁ ଆଜି ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି। ଯାହାର ଡିଜାଇନ କିଛି ଏଭଳି ରହିଛି।.... ଗୋଟିଏ କ୍ୟାମ୍ପସରେ ରହିବ ଉଭୟ ବିଲ୍ଡିଂ। ଯେଉଁଥିରେ ପାର୍କିଂକୁ ଅଧିକ ଗୁରୁତ୍ୱ ଦିଆଯାଇଛି।... 

Odisha Legislative Assembly
Advertisment