Advertisment

Pollution Crisis in Paradip: ପ୍ରଦୂଷଣରେ ଅଣନିଃଶ୍ୱାସୀ ଶିଳ୍ପ ସହର, କଟକଣା କେବେ ଲାଗିବ…

ରାଜ୍ୟର ୫ଟି ସହରରେ ପ୍ରଦୂଷଣ କଟକଣା ଲାଗି ସାରିଲାଣି, ପାରାଦୀପରେ କେବେ ? କେତେବେଳେ ଧୂଳି-ଧୂଆଁ ତ କେତେବେଳେ ବିଷାକ୍ତ ବାଷ୍ପ ନ ହେଲେ ଜିପ୍‌ସମ୍‌ ଗୁଣ୍ଡ କରି ପକାଉଛି ପାରାଦୀପବାସୀଙ୍କୁ ଅଣନିଃଶ୍ୱାସୀ। ଶିଳ୍ପ ବିକାଶର ନାରାବାଜି ଭିତରେ ପରିବେଶ ଉଜୁଡି ଯାଉଥିବା ଅଭିଯୋଗ।

author-image
Pramod Behera
Pollution Crisis in Paradip

ପ୍ରଦୂଷଣରେ ଅଣନିଃଶ୍ୱାସୀ ଶିଳ୍ପ ସହର Photograph: (OTV)

ରାଜ୍ୟର ୫ଟି ସହରରେ ପ୍ରଦୂଷଣ କଟକଣା ଲାଗି ସାରିଲାଣି, ପାରାଦୀପରେ କେବେ ? କେତେବେଳେ ଧୂଳି-ଧୂଆଁ ତ କେତେବେଳେ ବିଷାକ୍ତ ବାଷ୍ପ ନ ହେଲେ ଜିପ୍‌ସମ୍‌ ଗୁଣ୍ଡ କରି ପକାଉଛି ପାରାଦୀପବାସୀଙ୍କୁ ଅଣନିଃଶ୍ୱାସୀ। ଶିଳ୍ପ ବିକାଶର ନାରାବାଜି ଭିତରେ ପରିବେଶ ଉଜୁଡି ଯାଉଥିବା ଅଭିଯୋଗ ହେଉଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ପ୍ରତିକ୍ରିୟା ଭୃକୁଞ୍ଚନ ସୃଷ୍ଟି କରିଛି।

Advertisment

ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି ଭାବରେ ରୂପାନ୍ତରିତ ହେବାକୁ ଯାଉଛି ପାରାଦୀପ। ୨୦୧୬ ମସିହାରେ ଏନେଇ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ସାଗରମାଳା ଯୋଜନାରେ ନାନା ଉନ୍ନୟନମୂଳକ କାର୍ଯ୍ୟ ଜାରିରହିଛି। ଏହାରି ଭିତରେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଛି ଯେ ପାରାଦୀପକୁ ଧୂଳି ଓ ଧୂଆଁର ସହର ବୋଲି କହୁଛନ୍ତି ଲୋକେ।

କୋଇଲା ଗୁଣ୍ଡ, ଲୁହାପଥର ଗୁଣ୍ଡକୁ ଛାଡ଼ିଲେ ନାକେଦମ କରୁଛି ଜିପ୍‌ସମ୍‌ ଗୁଣ୍ଡ। ମଝିରେ ମଝିରେ ସାର କାରଖାନାରୁ ନିର୍ଗତ ବିଷାକ୍ତ ଆମୋନିଆ ଗ୍ୟାସ, ତା ସାଙ୍ଗକୁ ଅପର୍ଯ୍ୟାପ୍ତ ଧୂଳି ଓ ରାସାୟନିକ ପଦାର୍ଥ ଜନଜୀବନକୁ ପ୍ରଭାବିତ କରୁଛି। ତା’ ସାଙ୍ଗକୁ କଳକାରଖାନା ଏବଂ ଗାଡିମଟରରୁ ନିର୍ଗତ ଧୂଆଁର୍ର୍ ଆକ୍ତାମାକ୍ତା ହୋଇ ପଡୁଛନ୍ତି ଲୋକେ। ଗଛଲତା, ରାସ୍ତାଘାଟ, ଜଳାଶୟ, ବାୟୁମଣ୍ଡଳ, ପରିବେଶ ସବୁ ଏଠି ପ୍ରଦୂଷିତ। ଏଲର୍ଜି, ଥଣ୍ଡା, କାଶ, ଶ୍ଵାସ ରୋଗରୁ ନେଇ ଫୁସଫୁସ ସଂକ୍ରମଣଜନିତ ରୋଗରେ ଘାଣ୍ଟି ହେଉଛନ୍ତି ଲୋକେ। 

Advertisment

ଏହା ସହିତ ବିଭିନ୍ନ ସମୟରେ ନଦୀନାଳରେ ଦେଖାଯାଉଛି ମାଛମଡକ। ଗଛଲତା ପତ୍ର ଉପରେ ଧୂଳି ଧୂଆଁ ର ପ୍ରଲେପ। ବିଷାକ୍ତ ରାସାୟନିକ ବାଷ୍ପ ପ୍ରଭାବରେ ଜଳିଯାଉଛି ଗଛପତ୍ର, ଅଣନିଃଶ୍ୱାସୀ ହୋଇ ମାସ୍କ ପିନ୍ଧୁଛନ୍ତି ଲୋକେ।

ପରିବେଶ ପ୍ରଦୂଷଣ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ଭୃକୁଞ୍ଚନ ସୃଷ୍ଟି କରିଛି। କଳକାରଖାନାଗୁଡିକ ନୀତିନିୟମ ମାନୁଛନ୍ତି, କିନ୍ତୁ ପ୍ରଦୂଷଣ କରୁଛନ୍ତି ଗାଡିମୋଟର ବୋଲି କହୁଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପାରାଦୀପ ଆଞ୍ଚଳିକ ଅଧିକାରୀ। ଏହାକୁ ଶୁଣି ହତବାକ୍ ପାରାଦୀପବାସୀ। ତେବେ ଗାଡିମଟର ପ୍ରଦୂଷଣକୁ ରୋକିବା ପାଇଁ କେଉଁ ବିଭାଗର କେଉଁ ଅଧିକାରୀ କେବେ ପଦକ୍ଷେପ ନେବେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

Environment Pollution Paradeep
Advertisment
Advertisment