/odishatv-khabar/media/media_files/2026/01/12/piyush-tripathy-2026-01-12-18-26-12.jpg)
Piyush Tripathy Photograph: (OTV)
ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଓ ଅପେରା ସୂର୍ଯ୍ୟ ମନ୍ଦିରର ମାଲିକ ପ୍ରମୋଦ ସ୍ୱାଇଁଙ୍କ ଯାତ୍ରା ମଞ୍ଚ ବିବାଦ ଘଟଣାରେ ଭୁବନେଶ୍ୱର କୋର୍ଟରେ ହାଜର ହେଲେନି ପୀୟୂଷ। ତେବେ ନିଜ ଓକିଲଙ୍କ ଜରିଆରେ ଆଜି କୋର୍ଟରେ ସେ ନିଜ ପକ୍ଷ ରଖିଛନ୍ତି। ସିଭିଲ କୋର୍ଟ ଜୁନିୟର ଡିଭିଜନ କୋର୍ଟରେ ପକ୍ଷ ରଖିଛନ୍ତି ପୀୟୂଷଙ୍କ ଓକିଲ ବିଭୁ ତ୍ରିପାଠୀ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଜର ହୋଇ ପକ୍ଷ ରଖିବା ପାଇଁ ପୀୟୂଷଙ୍କୁ ରହିଥିଲା ନିର୍ଦ୍ଦେଶ ।
ସୂର୍ଯ୍ୟମନ୍ଦିର ନାଟ୍ୟ ଅନୁଷ୍ଠାନ ସହ ଦୁଇ ବର୍ଷିଆ ଚୁକ୍ତି ଖିଲାପ ଅଭିଯୋଗରେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ପୀୟୂଷ ମଞ୍ଚ ଚଢ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏନେଇ ଆଜି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା।
ମଞ୍ଚରେ ଚଢ଼ିଥିଲେ ପୀୟୂଷ
ଗତ ୮ ତାରିଖରେ ମଞ୍ଚରେ ଚଢ଼ିଥିଲେ ଓ ଯାତ୍ରା କରିଥିଲେ ଅଭିନେତା ପୀୟୂଷ। କଟକ ଟାଙ୍ଗୀରେ ସିଂହବାହିନୀ ମଞ୍ଚରେ ଚଢ଼ିଥିଲେ ଜଲିଉଡ୍ ଷ୍ଟାର୍ ପୀୟୂଷ। ବିବାଦ କେବଳ ଭୁଲ ବୁଝାମଣା ଓ ଅହଙ୍କାରକୁ ନେଇ, ଯାହାର ସମାଧାନ ମଧ୍ୟ ସମ୍ଭବ ବୋଲି କହିଥିଲେ ପୀୟୂଷ। ନ୍ୟାୟପାଳିକା ଉପରେ ତାଙ୍କର ଭରସା ରହିଛି ବୋଲି ଦୋହରାଇଥିଲେ ପୀୟୂଷ।...
କଟକ ଟାଙ୍ଗୀରେ ପୀୟୂଷଙ୍କ ଅଭିନୀତ ଯାତ୍ରା ସିଂହବାହିନୀ ସହ ୩ଟି ପାର୍ଟି ରଙ୍ଗ ମହଲ, ତୁଳସୀ ଓ ଶିବାନୀ ପ୍ରତିଯୋଗିତାକୁ ଓହ୍ଲାଇଥିଲେ। ଏହା ପରେ ପୀୟୂଷଙ୍କ ମଞ୍ଚ ଚଢ଼ିବା ଉପରେ କୋର୍ଟ ରୋକ୍ ଲଗାଇଥିଲେ ।
ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା। ଏଗ୍ରିମେଣ୍ଟ ସରି ନଥିବା ବେଳେ ୨୦୨୫-୨୬ ସିଜିନ୍ ପାଇଁ ସେ ସିଂହବାହିନୀ ସହ ଚୁକ୍ତି କରିଥିଲେ। ଯାହାକୁ ନେଇ ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ। ଚଳିତ ଯାତ୍ରା ଋତୁ ସରି ନଥିବା ବେଳେ ଗତ ୫ ତାରିଖରେ ମଞ୍ଚ ଚଢ଼ିବାରୁ କୋର୍ଟ ଯାଇଥିଲେ ସୂର୍ଯ୍ୟମନ୍ଦିର ମାଲିକ।
ଆଜି କୋର୍ଟରେ ହାଜର ହେଲେନି ଅଭିନେତା ପୀୟୂଷ
କୋର୍ଟରେ ନିଜ ଓକିଲ ଜରିଆରେ ରଖିଲେ ପକ୍ଷ
ସିଭିଲ କୋର୍ଟ ଜୁନିୟର ଡିଭିଜନ କୋର୍ଟରେ ରଖିଲେ ପକ୍ଷ
ଚୁକ୍ତି ଖିଲାପ ଅଭିଯୋଗ ଆଣିଥିଲେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ
ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀ ମଧ୍ୟ ହେବେ ହାଜର
ପୀୟୂଷଙ୍କୁ ମଞ୍ଚ ନ ଚଢ଼ିବାକୁ କୋର୍ଟ ଦେଇଥିଲେ ନିର୍ଦ୍ଦେଶ
Pollution Crisis in Paradip: ପ୍ରଦୂଷଣରେ ଅଣନିଃଶ୍ୱାସୀ ଶିଳ୍ପ ସହର, କଟକଣା କେବେ ଲାଗିବ…

Tension Outside Police Station: ଥାନା ଘେରିଲେ ଶତାଧିକ ମହିଳା ଓ ପୁରୁଷ, ସରପଞ୍ଚଙ୍କୁ ଛାଡିଲା ପୋଲିସ୍

Fatal Road Accident, Tractor Overturn : ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାକ୍ଟର ଓଲଟି ଜଣେ ଶ୍ରମିକ ମୃତ

Age No Bar for Love: ବୃଦ୍ଧାବସ୍ଥାରେ ପିଲାଙ୍କ ଉପସ୍ଥିତିରେ ଦ୍ୱିତୀୟ ବିବାହ, ଆରମ୍ଭ ହେଲା ପ୍ରେମର ଦ୍ୱିତୀୟ ଇନିଂସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)