/odishatv-khabar/media/media_files/2025/11/09/konark-2025-11-09-08-57-17.jpg)
KONARK Photograph: (OTV)
ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟ ମଣ୍ଡପ। ଏହି ନିଷ୍ପତ୍ତି ନେଇଛି ASI । ସୂର୍ଯ୍ୟମନ୍ଦିର ସମ୍ମୁଖ ସ୍ଥିତ ନାଟ୍ୟ ମଣ୍ଡପରେ ସେଲ୍ଫି ନେବା ବେଳେ ଓ ଅସାବଧାନତା କାରଣରୁ ପର୍ଯ୍ୟଟକ ମାନେ ତଳକୁ ଖସି ପଡ଼ୁଥିବା କାରଣ ଦର୍ଶାଇ ASI ଏହି ନିଷ୍ପତ୍ତି ନେଇଛି । ମନୁମେଣ୍ଟ ଆଇନ ଅନୁଯାୟୀ ମନୁମେଣ୍ଟ ଉପରେ ଚଢ଼ିବା ବାରଣ ଥିବା କାରଣ ଦର୍ଶାଇଛି ASI ।
Advertisment
ନାଟ୍ୟ ମଣ୍ଡପର ଚାରିଦ୍ବାର ସମ୍ମୁଖରେ ବାରିକେଡ ଲଗାଇ ବନ୍ଦ କରାଯାଇଛି। ଫଳରେ ହଜାର ହଜାର ପର୍ଯ୍ୟଟକ ନାଟମଣ୍ଡପ ଉପରେ ଥିବା ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି। ବିକଳ୍ପ ବ୍ୟବସ୍ଥା ନକରି ASI କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଇଁ ନାଟ୍ୟ ମଣ୍ଡପ ବନ୍ଦ କରିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।
• ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା କୋଣାର୍କ ନାଟ୍ୟ ମଣ୍ଡପ
• ଦୁର୍ଘଟଣା ପ୍ରସଙ୍ଗ ଦେଖାଇ ବନ୍ଦ କଲା ASI
• ନାଟ୍ୟ ମଣ୍ଡପର ଚାରିଦ୍ବାର ସମ୍ମୁଖରେ ଲଗାଗଲା ବାରିକେଡ
Advertisment



Related Articles
Elephant Calf Rescued: କାଦୁଅରେ ଫସିଗଲା ୧୫ ଦିନର ହାତୀ ଛୁଆ: ଉଦ୍ଧାର କଲା ବନ ବିଭାଗ
POSTED

CRPF Dog Martyred: ନକ୍ସଲ ଆକ୍ରମଣରେ ଯବାନ ଆହତ, ପୋଲିସ କୁକୁର ସହିଦ
POSTED

Air Force Helicopter In Nuapada: ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି: ଗୋତମା ଏୟାରଷ୍ଟ୍ରିପରେ ଅବତରଣ
POSTED

Nuapada Bypoll: ନୂଆପଡା ଉପନିର୍ବାଚନ: ଆଜି ପ୍ରଚାରର ଶେଷଦିନ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)