Advertisment

Robbery- ମାତିଛନ୍ତି ଲୁଟେରା ...ବନ୍ଧୁକ ଦେଖାଇ ନେଇଗଲେ ୪୦ ଭରି ସୁନା!

ବନ୍ଧୁକ ଦେଖାଇ, ହାତଗୋଡ଼ ବାନ୍ଧି ୪୦ ଭରି ସୁନା ଲୁଟି ନେଲେ। ବଣାଇ ଥାନା ହାଟପଦା ନିକଟରେ ବ୍ୟବସାୟୀଙ୍କ ଘରେ ପଶି ବିଧବା ମହିଳା ଓ ତାଙ୍କ ଝିଅକୁ ବାନ୍ଧି ଲୁଟି ନେଇଗଲେ ୫ ମୁଖାପିନ୍ଧା ଦୁର୍ବୃତ୍ତ।

author-image
Chinmayee Sahoo
Robbery

Robbery Photograph: (OTV)

ମାତିଛନ୍ତି ଲୁଟେରା। ବନ୍ଧୁକ ଦେଖାଇ ନେଇଗଲେ ୪୦ ଭରି ସୁନା । ହାତ ଗୋଡ଼ ବାନ୍ଧି, ମାଡ଼ ମାରି ୪୦ ଭରି ସୁନା ଲୁଟ୍ ହୋଇଥିବା ଅଭିଯୋଗ । ଏମିତି ଘଟଣା ଘଟିଛି ବଣାଇ ଥାନା ହାଟପଦା ନିକଟରେ । ବିଧବା ମହିଳା ଓ ତାଙ୍କ ଝିଅକୁ ବାନ୍ଧି ଲୁଟି ନେଇଗଲେ ୫ ମୁଖାପିନ୍ଧା ଦୁର୍ବୃତ୍ତ । ଘରେ ଥିବା ଜଣେ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। 
୪୦ ଭରି ସୁନା ସହ ନଗଦ ୨୫ ଲକ୍ଷ ଟଙ୍କା ନେଇ ୫ ଦୁର୍ବୃତ୍ତ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ତେବେ ଘଟଣା ସ୍ଥଳରେ ପୋଲସି ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଖୁବଶୀଘ୍ର ଦୁର୍ବୃତ୍ତ ପଡ଼ିବେ ବୋଲି ସୂଚନା ଦେଇଛନ୍ତି ବଣାଇ ଥାନା SDPO ରାମ ଚନ୍ଦ୍ର ବିଶ୍ୱାଳ ।

Advertisment

ଅଧିକ ଦେଖନ୍ତୁ:

Robbery
Advertisment
Related Articles
Advertisment