/odishatv-khabar/media/media_files/2025/11/21/humane-sagar-2025-11-21-17-09-10.jpg)
humane sagar Photograph: (OTV)
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବିବାଦ ଥମିବାର ନାଁ ଧରୁନି । ତାଙ୍କ ଟିମରେ ଆଙ୍କର ଭାବେ କାମ କରୁଥିବା ଲିଜା ଏବେ ସାମନାକୁ ଆସି ମ୍ୟାନେଜରଙ୍କ ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି, ସ୍ୱାର୍ଥ ପାଇଁ ହ୍ୟୁମାନ ସାଗରଙ୍କୁ ମାରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ହ୍ୟୁମାନଙ୍କ ସାଙ୍ଗରେ ଅନ୍ୟ ଟିମ୍ ସଦସ୍ୟମାନଙ୍କୁ କଥା କରାଇ ଦେଉନଥିଲେ ମ୍ୟାନେଜର୍ ।
ହ୍ୟୁମାନଙ୍କ ସହ କେବଳ ପରମାନେଣ୍ଟ ସିଙ୍ଗରମାନଙ୍କୁ କଥା ହେବାକୁ ସୁଯୋଗ ଦେଉନଥିଲେ ମ୍ୟାନେଜର୍ । ଯେଉଁଠି ପ୍ରୋଗ୍ରାମ ହୁଏ, ଗ୍ରୀନ ରୁମରେ ହ୍ୟୁମାନଙ୍କ ପାଖରେ ଆଉ କେବଳ ଗୋଟିଏ ଚେୟାର ପଡିଥାଏ । ବରଗଡ଼ ଷ୍ଟେଜରେ ଲିଜା ଗୋଟିଏ ମିମିକ୍ରି କରିଥିଲେ ବୋଲି କହିଛନ୍ତି । ସେହି ମିମିକ୍ରି ପରେ ଭଲ ହୋଇଛି ବୋଲି କହି ନିଜେ ହ୍ୟୁମାନ ଆସି ହାଣ୍ଡଶେକ୍ କଲେ, କାମ ବହୁତ ବଢ଼ିଆ ଲାଗିଲା ବୋଲି କହିଲେ । ତା ପରେ କଣ ଚକ୍ରାନ୍ତ ହେଲା, ତା ପରେ ମୁଁ ଆଉ ଟିମରେ ନାହିଁ ବୋଲି ଜାଣିଥିଲେ ଲିଜା ।
ମ୍ୟାନେଜର ଲିଜାଙ୍କୁ ପରେ ଏହା ଜଣାଇଥିଲେ । ଏହା ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ ଟିମ୍ ହ୍ୟୁମାନ ସାଗରଙ୍କୁ କବ୍ଜା କରି ରଖିଥିଲେ ବୋଲି କହିଛନ୍ତି ଲିଜା। ଏହା ପରେ ଲିଜା ସେ ଟିମରୁ ଦୂରେଇ ଯାଇଥିଲେ ।
କିନ୍ତୁ ଏବେ ଯେତେବେଳେ ମ୍ୟାନେଜର ଜଣକ ହ୍ୟୁମାନ ସାଗରଙ୍କ ମାଆଙ୍କୁ ଗାଳି ଦେଉଥିବାର ଲିଜା ଦେଖିଲେ, ତାଙ୍କ ରକ୍ତ ଗରମ୍ ହୋଇଗଲା ସେ କହିଛନ୍ତି । ମ୍ୟାନେଜର ପାଖରେ ମାନବିକତା ବୋଲି କିଛି ନାହିଁ । ନିଜର ସ୍ୱାର୍ଥ ପାଇଁ ଗୋଟିଏ ଲୋକକୁ ବ୍ୟବହାର କରି କରି ମାରିଦେଲ ବୋଲି ଅଭିଯୋଗ କରିଛନ୍ତି ଲିଜା ।
ଯଦି ପୁଅର ମୃତ୍ୟୁ ପରେ ମାଆ ରିଆକ୍ଟ କଲେ, ତୁମେ ଶାନ୍ତ ଭାବେ ତାଙ୍କ ସହ କଥା ହେବ ନା ଗାଳି ଦେବ ବୋଲି ପ୍ରଶ୍ନ କରିଛନ୍ତି ଲିଜା । ତାକୁ ଆରେଷ୍ଟ କରାଯିବା ଦରକାର ବୋଲି ସେ କହିଛନ୍ତି । ହ୍ୟୁମାନ ନିଜେ ବ୍ୟାଣ୍ଡ କରିବା ପରେ ଲିଜା ତାଙ୍କ ଟିମ ସହ ଯୋଡି ହୋଇଥିଲେ । ଏହି ଅଭିଯୋଗ ସଂପର୍କରେ ସଂପୃକ୍ତ ମ୍ୟାନେଜରଙ୍କ ପ୍ରତିକ୍ରିୟା ମିଳିନାହିଁ ।
Rajamouli’s Hanuman Comment Triggers Fresh Controversy: ଭଗବାନଙ୍କୁ ମାନନ୍ତି ନାହିଁ ରାଜମୌଲୀ, ହନୁମାନଙ୍କୁ ନେଇ ଦେଲେ ବିବାଦୀୟ ବୟାନ

Play Turns Fatal:ସଢ଼େଇ ଖେଳ ହେଲା କାଳ, ଲୁଣ ଭାବି ବିଷ 'ଥିମେଟ୍' ଖାଇଦେଲେ ତିନି ଶିଶୁ

Bulldozers Roll Through Salia Sahi: ସାଲିଆସାହିରେ ସରିଲା ଜବରଦଖଲ ଉଚ୍ଛେଦ, ମାଟିରେ ମିଶିଲା ସମସ୍ତ ୫୬୨ଟି ଜବରଦଖଲ ଘର

Tremors Jolt Kolkata and Dhaka: କୋଲକାତା ଓ ଢାକାରେ ଅନୁଭୂତ ହେଲା ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 5.6

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)