/odishatv-khabar/media/media_files/2025/12/06/sezal-2025-12-06-21-24-39.jpg)
sezal Photograph: (OTV)
ଓଡ଼ିଆ ଯୁବକ ଅମର ଏବଂ ଆମେରିକାରେ ପାଳିତା କନ୍ୟା ସେଜଲ ଓରଫ ପୂଜାଙ୍କ ପ୍ରେମ କାହାଣୀରେ ନିଇତି ନୂଆ ନୂଆ ଷ୍ଟୋରୀ। ନିଜ ପ୍ରେମିକ ତଥା ବାଲେଶ୍ବର ଜିଲ୍ଳାର ଅମର ଦାସଙ୍କ ପାଖକୁ ଫେରି ଆସିବା ପାଇଁ ନାନା ମିଛ କାହାଣୀ ରଚନା କରିଥିବା ସେଜଲଙ୍କ ମନ୍ତବ୍ୟ ପରେ ବିବାଦୀୟ ହୋଇପଡ଼ିଥିବା ଅମର ଏବେ ନିଜେ ପୁଣି ସଫେଇ ଦେଇଛନ୍ତି।
ଏକ ଭିଡ଼ିଓ ଜାରି କରି କହିଛନ୍ତି, ମୁଁ ସେଜଲ୍ କିମ୍ବା ତାଙ୍କ ମା’ଙ୍କୁ ୧ କୋଟି ଟଙ୍କା ମାଗିନାହିଁ। ବରଂ ସେମାନେ ତାଙ୍କ ଆଡୁ କୋଟିଏ ଟଙ୍କା ଯାଚିଥିଲେ। ଓଡ଼ିଶା ଫେରିବା ପାଇଁ ସେଜଲ୍ ବୟାନ ଦେଇଥିବା ଭିଡ଼ିଓ ଗୁଡ଼ିକୁ ବନ୍ଦ କରିବା ଏବଂ ନ୍ୟୁଜରେ ଖବର ପ୍ରସାରଣ ନକରିବାକୁ କୋଟିଏ ଟଙ୍କା ପଠାଇବାକୁ ଚାହୁଁଥିଲେ ସେମାନେ। ସେଥିପାଇଁ ମୁଁ ଆକାଉଣ୍ଟ ନମ୍ବର ଦେଇଥିଲି, କିନ୍ତୁ ଟଙ୍କା ନେବାକୁ ସଫା ସଫା ମନା କରିଦେଇଥିଲି ବୋଲି କହିଛନ୍ତି ଅମର।
ଆଉ ଖବର ପ୍ରସାରଣ ପରେ ତାଙ୍କ ଆମେରିକୀୟ ମା’ ଫସିଯିବା ଆଶଙ୍କା କରି ସେଜଲ୍ ଓଡ଼ିଶା ଆସି ନିଜର ବୟାନ ବଦଳାଇଥିବା ଅମର କହିଛନ୍ତି। ଅପରପକ୍ଷେ ଅମରଙ୍କୁ ପାଇବା ପାଇଁ ଓଡ଼ିଶା ଫେରିଆସିଥିବା ସେଜଲଙ୍କୁ ନାରୀ ଶକ୍ତି ସଦନରେ ରଖି କାଉନସେଲିଂ କରାଯାଉଛି। ତେବେ ଅମରଙ୍କ ଏଭଳି ମନ୍ତବ୍ୟକୁ ନେଇ ସେଜଲ୍ କିମ୍ବା ସେଜଲଙ୍କ ମା’ ସୁସି ଜନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।.....
‘ମୋତେ ଯାଚିଥିଲେ କୋଟିଏ ଟଙ୍କା’
ଅମର ଦାସ ଓ ସେଜଲଙ୍କ କାହାଣୀରେ ନିଇତି ନୂଆ ଟ୍ବିଷ୍ଟ
ସେଜଲଙ୍କ ବୟାନ ପରଠୁ ବିବାଦୀୟ ଅମରଙ୍କ ନୂଆ ଭିଡ଼ିଓ
ବିବାଦୀୟ ଅମର ଦାସ ଏବେ ପୁଣି ସଫେଇ ଦେଇଛନ୍ତି
ମୁଁ ସେଜଲ୍ କିମ୍ବା ତାଙ୍କ ମା’ଙ୍କୁ ୧ କୋଟି ଟଙ୍କା ମାଗିନାହିଁ: ଅମର
ବରଂ ସେମାନେ ତାଙ୍କ ଆଡୁ ମୋତେ କୋଟିଏ ଯାଚିଥିଲେ: ଅମର
‘ସେଜଲଙ୍କ ଭିଡ଼ିଓ ପରେ ଅଡୁଆରେ ପଡ଼ିଛନ୍ତି ତାଙ୍କ ମା’
‘ତେଣୁ ସେଜଲଙ୍କ ଭିଡ଼ିଓ ବନ୍ଦ ପାଇଁ କୋଟିଏ ଟଙ୍କା ପଠାଇବାକୁ ଚାହୁଁଥିଲେ’
‘ମୁଁ ଆକାଉଣ୍ଟ ନମ୍ବର ଦେଇଥିଲି, କିନ୍ତୁ ଟଙ୍କା ପାଇଁ ମନା କରିଦେଇଥିଲି’
‘ତାଙ୍କ ମା’ ଅକଳରେ ପଡ଼ିଥିବାରୁ ସେଜଲ୍ ଓଡ଼ିଶା ଆସି ବୟାନ ବଦଳାଇଛନ୍ତି’
IndiGo Issues Official Notice: ଆସିଲା ବଡ଼ ଖବର , ଟଙ୍କା ଫେରାଇବ ଇଣ୍ଡିଗୋ

After IndiGo Crisis: ସାରା ଦେଶରେ ବଢିଚାଲିଛି ବିମାନ ଟିକେଟ ଦର , ପଞ୍ଚମ ଦିନରେ ଇଣ୍ଡିଗୋ ଅଚଳାବସ୍ଥା ... ଯାତ୍ରୀ ହନ୍ତସନ୍ତ

Major Defection in Bhadrak: ବିଜେଡିକୁ ବଡ଼ ଝଟକା , ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ ଓ ଭଉଣୀ

Key BJD Leaders From Bhadrak : ପ୍ରଫୁଲ୍ଲଙ୍କୁ ଏକା କରି ଦଳ ଛାଡ଼ିଦେଲେ ଦୁଇ ପୁଅ ଓ ଭଉଣୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)