Advertisment

Family Files No Complaint After Death: ହ୍ୟୁମାନ ମୃତ୍ୟୁ ପରେ ପରିବାର ତରଫରୁ ଗୋଟିଏ ବି ଏତଲା ହୋଇନି, ମୁହଁ ଖୋଲୁନାହାନ୍ତି ମ୍ୟାନେଜର ପପୁ ଓ ପ୍ରଶାନ୍ତ

ରାଜ୍ୟ ତମାମ ଲମ୍ବୁଛି ଏତଲା, ହେଲେ କେବେ ହେବ ଦୁଇ ମ୍ୟାନେଜରଙ୍କ ବିରୋଧରେ ଆକ୍ସନ ? ହ୍ୟୁମାନ ସାଗରଙ୍କ ମୃତ୍ୟୁର ୧୨ ଦିନ ପରେ ଥମୁନି ବିବାଦ। ମ୍ୟାନେଜର ପପୁ ଓ ପ୍ରଶାନ୍ତଙ୍କ ନାଁରେ କଟକ ମହିଳା ଥାନାରେ ହେଲା FIR ।

author-image
Tapan Swain
HUMANE SAGAR

HUMANE SAGAR Photograph: (OTV)

ରାଜ୍ୟ ତମାମ ଲମ୍ବୁଛି ଏତଲା, ହେଲେ କେବେ ହେବ ଦୁଇ ମ୍ୟାନେଜରଙ୍କ ବିରୋଧରେ ଆକ୍ସନ ? ହ୍ୟୁମାନ ସାଗରଙ୍କ ମୃତ୍ୟୁର ୧୨ ଦିନ ପରେ ଥମୁନି ବିବାଦ। ମ୍ୟାନେଜର ପପୁ ଓ ପ୍ରଶାନ୍ତଙ୍କ ନାଁରେ କଟକ ମହିଳା ଥାନାରେ ହେଲା FIR । ହ୍ୟୁମାନଙ୍କ ମାଆଙ୍କୁ ସର୍ବସାଧାରଣରେ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଗିରଫ ପାଇଁ ତେଜିଲା ଦାବି । ସେପଟେ ଏଯାଏଁ ଦୁଇ ମ୍ୟାନେଜର ମୁହଁ ଖୋଲୁନଥିବାବେଳେ ଆଇନଜୀବୀ କହିଛନ୍ତି, ହ୍ୟୁମାନଙ୍କ ପରିବାର ଲିଖିତ ଅଭିଯୋଗ ନକରିବା ଯାଏଁ ମାଳମାଳ ଏତଲାର କୌଣସି ଗୁରୁତ୍ବ ନାହିଁ ।

Advertisment

ହ୍ୟୁମାନଙ୍କ ମ୍ୟାନେଜରଙ୍କୁ ଶନିଦଶା । ଥାନାରେ ଦାୟର ହେଉଛି ଗଦା ଗଦା FIR । ହ୍ୟୁମାନଙ୍କ ମାଆଙ୍କୁ ଗାଳି ପଡ଼ିଯିବ କି ଭାରି ?
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ବିତିଗଲାଣି ୧୨ ଦିନ। ହେଲେ ଏବେ ବି ନା ଥମୁଛି ବିବାଦ ନା ମୃତ୍ୟୁ ରହସ୍ୟରୁ ହଟୁଛି ପରଦା। ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମ୍ୟାନେଜର ଦିନେଶ ବେହେରା ଓରଫ ପପୁଙ୍କୁ ଦାୟୀ କରାଯାଉଛି। ଏପରିକି ହ୍ୟୁମାନଙ୍କ ମାଆଙ୍କୁ କରିଥିବା ଅଶ୍ଳୀଳ ବ୍ୟବହାର ପାଇଁ ଆହୁରି ବିବାଦୀୟ ହୋଇପଡ଼ିଛନ୍ତି ଦିନେଶ। ତାଙ୍କ ବିରୁଦ୍ଧରେ ପୁଣି ଏକ ଏତଲା କଟକ ମହିଳା ଥାନାରେ ଦାଖଲ କରାଯାଇଛି।

ସବୁ ମହିଳାଙ୍କୁ ଅପମାନିତ କରିଥିବା ଅଭିଯୋଗ

ଷ୍ଟେଟ ହ୍ୟୁମାନ ରାଇଟସ କାଉନସିଲ ନାମକ ଏକ ସଂଗଠନ ପକ୍ଷରୁ FIR ଦିଆଯିବା ସହ ଦିନେଶଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରଯାଇଛି। ହ୍ୟୁମାନଙ୍କ ମୃତଦେହକକୁ ଘରକୁ ନେଉଥିବା ସମୟରରେ ତାଙ୍କ ମାଆ ଶେଫାଳୀଙ୍କୁ ଗାଳିଗୁଲଜ କରିଥିଲେ ଦିନେଶ। ଯାହାକୁ ଏହି ସଂଗଠନ କଡ଼ା ନିନ୍ଦା କରିଛି। ଏଭଳି ଅସଭ୍ୟ ଭାଷା ପ୍ରୟୋଗ କରି ସେ କେବଳ ହ୍ୟୁମାନଙ୍କ ମାଆଙ୍କୁ ନୁହେଁ ବରଂ ସବୁ ମହିଳାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି । 

Advertisment

ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ମ୍ୟାନେଜର ପ୍ରଶାନ୍ତ ଓ ଦିନେଶଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ମାଆ। ଦେହ ଖରାପ ସତ୍ତ୍ବେ ହ୍ୟୁମାନଙ୍କୁ ଷ୍ଟେଜ ଶୋ ପାଇଁ ବାଧ୍ୟ କରାଯାଉଥିଲା। ଡାକ୍ତର ନଦେଖାଇ ପଇସା ଲୋଭରେ ତାଙ୍କୁ ୟୁଜ କରାଯାଉଥିବା କଥା କହିଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ରାଜ୍ୟର ବିଭିନ୍ନ ଥାନାରେ ଦୁଇ ମ୍ୟାନେଜରଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ପ୍ରଶଂସକ ।

ତେବେ ଆଇନଜୀବୀଙ୍କ ମତରେ ଏପରି ମାଳ ମାଳ ମାମଲାର କିଛି ମୂଲ୍ୟ ନାହିଁ । ଯେପର୍ଯ୍ୟନ୍ତ ହ୍ୟୁମାନଙ୍କ ପରିବାର ପକ୍ଷରୁ FIR ହୋଇନାହିଁ ଏସବୁ ମାମଲାର ଗୁରୁତ୍ବ ରହିବନି ।
ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମ୍ୟାନେଜରଙ୍କ ଭୂମିକା ଏବେ ସନ୍ଦେହ ଘେରରେ। ବିବାଦ ଦିନକୁ ଦିନ ବଢୁଥିବାବେଳେ ଏଯାଏଁ ମୁହଁ ଖୋଲିନାହାନ୍ତି ପପୁ ଓ ପ୍ରଶାନ୍ତ । ଆଗକୁ ସେମାନଙ୍କ ବିରୋଧରେ ତଦନ୍ତ ହେଉଛି କି ନାହିଁ ତାହା ଉପରେ ନଜର....

FIR humane sagar case
Advertisment
Related Articles
Advertisment