Advertisment

Babula Returns Home: ମରିଗଲେ ବାପା-ମା’... ବାବୁଲା ଫେରିଲା ୩୨ ବର୍ଷ ପରେ

୩୨ ବର୍ଷ ପରେ ଘର ବାହୁଡ଼ା । ଗୋଟିଏ ପରିବାର ନିଇତି ଝୁରିଝୁରି ବଞ୍ଚିଛି । ବାଜୁଛି ବାଜା, ଗାଡ଼ିରେ ମାଇକ୍ ଲାଗି ଗୀତ ବାଜୁଛି । ଆଉ ଗାଁ ଦାଣ୍ଡରେ ବର ପରି ମୁକୁଟ ପିନ୍ଧି ଚାଲି ଚାଲି ଆସୁଛନ୍ତି ପୁଅ, ବୋହୂ ଆଉ ଦୁଇ ନାତି । ଏ ଖୁସି କେବଳ ଗୋଟିଏ ପରିବରର ନୁହଁ, ବରଂ ପୂରା ଗାଁର ।

author-image
Manas Ranjan Mohanty
Salepur-Babula-Return-Home

Salepur-Babula-Return-Home Photograph: (OTV)

୩୨ ବର୍ଷ ପରେ ଘର ବାହୁଡ଼ା । ଗୋଟିଏ ପରିବାର ନିଇତି ଝୁରିଝୁରି ବଞ୍ଚିଛି । ବାଜୁଛି ବାଜା, ଗାଡ଼ିରେ ମାଇକ୍ ଲାଗି ଗୀତ ବାଜୁଛି । ଆଉ ଗାଁ ଦାଣ୍ଡରେ ବର ପରି ମୁକୁଟ ପିନ୍ଧି ଚାଲି ଚାଲି ଆସୁଛନ୍ତି ପୁଅ, ବୋହୂ ଆଉ ଦୁଇ ନାତି । ଏ ଖୁସି କେବଳ ଗୋଟିଏ ପରିବରର ନୁହଁ, ବରଂ ପୂରା ଗାଁର । କାରଣ ସେ ଛୋଟ ପୁଅ ବାବୁଲାଟା ଆଜି ୩୨ ବର୍ଷ ପରେ ଘରକୁ ଫେରୁଛି । ଆଉ ସେଇଥି ପାଇଁ ଗାଁରେ ହୋଇଛି ଭୋଜି ଭାତର ଆୟୋଜନ । ଆଉ ପରିବାରର ସମସ୍ତ ସଦସ୍ୟ ବାବୁଲାଙ୍କୁ ଦେଖି ବେସ ଖୁସି ।

Advertisment



କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ଯମରା ଗାଁର ବାବୁଲା ମଲ୍ଲିକ । ୩୨ ବର୍ଷ ପୂର୍ବରୁ ମଧ୍ୟପ୍ରଦେଶ ଯାଇଥିଲେ । ଆଉ ସେଠାରେ ସେ ଏକ ସର୍କସରେ କାମ କରୁଥିଲେ । କିନ୍ତୁ ହଠାତ୍ କୌଣସି କାରଣରୁ ପୂର୍ବ କଥାକୁ ଭୁଲିଯାଥିଲେ ବାବୁଲା । ଯାହାଫଳାରେ ସେ ଆଉ ଗାଁକୁ ଫେରିପାରିନଥିଲେ । ହେଲେ ଏଇ ଗତ କିଛି ଦିନ ହେବ ସେ ତାଙ୍କ ବାପା-ମା’ଙ୍କୁ ସ୍ବପ୍ନରେ ଦେଖିଥିଲେ । ତେଣୁ ପୂର୍ବକଥା ତାଙ୍କର ମନେ ପଡ଼ିଥିଲା । ଯାହାଫଳରେ ପତ୍ନୀ ଓ ଦୁଇ ପିଲାଙ୍କ ସହ ବାବୁଲା ଘରକୁ ଫେରିଛନ୍ତି । ସ୍ବପ୍ନରେ ସିନା ବାବୁଲାଙ୍କ ବାପା-ମା’ ଉଭୟ ଆସିଥଲେ । ହେଲେ ଏବେ ଆଉ ତାଙ୍କ ବାପା-ମା’ ନାହାନ୍ତି । 

Advertisment