Advertisment

Shri Lakshmi Baraha Temple: ଉନ୍ନତି ରଣ କହି ଉଠିଥିଲା ୬ କୋଟି, କୁଆଡ଼େ ଗଲା ଏତେ ଟଙ୍କା ?

କେନ୍ଦ୍ରାପଡା ଜିଲ୍ଲା ଆଳିର ଶ୍ରୀ ଲକ୍ଷ୍ମୀ ବରାହ ଜୀଉଙ୍କ ମନ୍ଦିର । ୨୦୨୪ରେ ମନ୍ଦିରର ଉନ୍ନିତକରଣ ପାଇଁ ୬କୋଟି ବ୍ୟୟ ଅଟକଳରେ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଥିଲା ।

author-image
Tanmay Kumar Mahalik
Shree Laxmi baraha Temple

Shree Laxmi baraha Temple Photograph: (OTV)

ମାଟି ଖୋଳାରେ ଖର୍ଚ୍ଚ ହେଲା ପାଣି ପରି ଟଙ୍କା । ସୌନ୍ଦର୍ଯ୍ୟକରଣ ନାଁରେ ଉଡ଼ିଲା ବିଡ଼ା ବିଡ଼ା ନୋଟ୍ । ମନ୍ଦିର ଉନ୍ନତି କରଣ କହି ଉଠିଥିଲା ୬ କୋଟି । ଆଉ ସତେ ଯେମିତି ସେହି ଟଙ୍କାକୁ ଏଇଠି ପୋତିଦେଲେ ଠିକାଦାର ।

Advertisment

କେନ୍ଦ୍ରାପଡା ଜିଲ୍ଲା ଆଳିର ଶ୍ରୀ ଲକ୍ଷ୍ମୀ ବରାହ ଜୀଉଙ୍କ ମନ୍ଦିର । ୨୦୨୪ରେ ମନ୍ଦିରର ଉନ୍ନିତକରଣ ପାଇଁ ୬କୋଟି ବ୍ୟୟ ଅଟକଳରେ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଥିଲା । ମନ୍ଦିର ପଛପଟେ ଥିବା ପୋଖରୀର ସୌନ୍ଦର୍ଯ୍ୟ କରଣ, ରୋଷଶାଳା, ଏବଂ ମନ୍ଦିର ସମୁଖ ରାସ୍ତାରେ ପେଭର ବ୍ଲକ ପକାଇବା ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଥିଲା ।

ହେଲେ ଆରମ୍ଭ ହେବାର ୨ ବର୍ଷ ପୂରଣ ହେବାକୁ ବସିଥିଲେ ବି କାମ ସରିବାର ନାଁ ନେଉନାହିଁ । ଯାହାକୁ ନେଇ ମନ୍ଦିର ପୂଜକ ଓ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Advertisment

୨୦୨୪ରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଧୀରେ ଧୀରେ ଆଗକୁ ବଢ଼ିଥିଲା ପ୍ରଭୁ ଶ୍ରୀ ଲକ୍ଷ୍ମୀ ବରାହ ମନ୍ଦିରର ଉନ୍ନତି କରଣ କାମ । ହେଲେ ଭିତ୍ତିପ୍ରସ୍ତର ସ୍ଥାପନର ୨ବର୍ଷ ପରେ ମଧ୍ୟ ସମସ୍ତ ପ୍ରକଳ୍ପ ଗୁଡିକ ଅଧାଗଢ଼ା ହୋଇ ରହିଯାଇଛି ।

ଏନେଇ ଆମେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଥିଲୁ । ସେ କହିଛନ୍ତି ପ୍ରକଳ୍ପର ରିଭ୍ୟୁ କରାଯାଉଛି । କିଛି ସମସ୍ୟା ଥିଲା ସମାଧାନ କରିବା ପାଇଁ ଚେଷ୍ଟା କରାଯାଉଛି । 

ତେବେ କେବେ ସରିବ ପ୍ରଭୁ ଶ୍ରୀ ଲକ୍ଷ୍ମୀବରାହ ମନ୍ଦିରର ଉନ୍ନତିକରଣ କାମ ? ଏହି ପ୍ରଶ୍ନକୁ ନେଇ ସ୍ଥାନୟ ଲୋକେ ବାରମ୍ବାର ଅସନ୍ତୋଷ ପ୍ରକାଶ କରୁଥିବା ବେଳେ କେବ ସରୁଛି କାମ ତା’ ଦେଖିବାକୁ ବାକି ରହିଲା । 

Kendrapara Temple Odisha Rural Devlopment
Advertisment