/odishatv-khabar/media/media_files/2026/02/18/impact-2026-02-18-12-35-20.jpg)
Impact Photograph: (OTV)
ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ସାହିରେ ଲାଗିଲା ଷ୍ଟ୍ରିଟ୍ ଲାଇଟ। ଖବର ବାଜିଲା, ପ୍ରଶାସନ ଚେତିଲା ଆଉ ଲାଇଟ ଲାଗିଲା | ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଡ଼ୁମେରଚୁଆଁ ଗାଁର ଦଳିତ ପଡ଼ାକୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା |
ପଡ଼ାକୁ ଷ୍ଟ୍ରିଟ ଲାଇଟ ଦିଆଯାଇନଥିବା, ପିଇବା ପାଣି ଦିଆଯାଉନଥିବା ନେଇ ଅଭିଯୋଗ କରିଥିଲେ ପଡ଼ାବାସୀ | ଖବର ପ୍ରସାରଣ ହେବା ପରେ ବ୍ଲକ ପ୍ରଶାସନ ତରଫରୁ ରାତାରାତି ଦଳିତ ପଡାରେ ତିନୋଟି ଷ୍ଟ୍ରିଟ ଲାଇଟ ଲଗାଯାଇଛି | ସେପଟେ ପାଇପ ଯୋଗେ ଦେଢ଼ ବର୍ଷ ହେଲା ପାଣି ଆସୁନାହିଁ | ନଳକୂପ ଅଚଳ ହୋଇପଡିଛି | ତାର ସମାଧାନ ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ |
ଚେତିଲା ପ୍ରଶାସନ, ତୁଟିଲା ସମସ୍ୟା
ଖବର ପ୍ରସାରଣ ପରେ ସମସ୍ୟାର ହେଲା ସମାଧାନ
ସାହିରେ ଲାଗିଲା ଷ୍ଟ୍ରିଟ୍ ଲାଇଟ
ସାମାଜିକ ବାସନ୍ଦ କରି ବିଦ୍ୟୁତ ଲାଇଟ୍ କାଟି ଦେଇଥିଲେ ଗ୍ରାମବାସୀ
ଖବର ପ୍ରସାରଣ ପରେ ଲାଗିଲା ଲାଇଟ୍
ଲାଇଟ ଓ ପାଣି ସମସ୍ୟା ନେଇ ଅଭିଯୋଗ କରିଥିଲେ ଗ୍ରାମବାସୀ
ଏବେବି ପାଣି ସମସ୍ୟାର ହୋଇନି ସମାଧାନ
ପାଇପଲାଇନରେ ଆସୁନି ପିଇବା ପାଣି
ପିଇବା ପାଣି ସମସ୍ୟାର ସମାଧାନ ଦାବି
Missing Cadet Sarthak: ସାର୍ଥକଙ୍କ ନିଖୋଜ ପଛରେ ବଡ଼ ଷଡ଼ଯନ୍ତ୍ର, କଂପାନୀ କର୍ତ୍ତୃପକ୍ଷ ଖେଳିଛନ୍ତି କି ଚାଲ୍ ?

Ganjam Road Tragedy Under Scanner: ଗଞ୍ଜାମ ସଡ଼କ ଦୁର୍ଘଟଣା: ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ ରାସ୍ତା ନିରାପତ୍ତା କମିଟି

High Drama in Assembly: ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ, ଧାନମଣ୍ଡି ସମସ୍ୟାକୁ ନେଇ ବିଜେଡି ଓ କଂଗ୍ରେସର ପ୍ରତିବାଦ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)