Advertisment

Missing Cadet Sarthak: ସାର୍ଥକଙ୍କ ନିଖୋଜ ପଛରେ ବଡ଼ ଷଡ଼ଯନ୍ତ୍ର, କଂପାନୀ କର୍ତ୍ତୃପକ୍ଷ ଖେଳିଛନ୍ତି କି ଚାଲ୍ ?

ସିଙ୍ଗାପୁରରୁ ସାର୍ଥକଙ୍କ ମାଆ ଓ ମାମୁ ନିରାଶ ହୋଇ ଫେରିବା ପରେ ଏବେ ପୁଳାପୁଳା ପ୍ରଶ୍ନ ପରିବାର ମନରେ ଉଙ୍କିମାରୁଛି । ସାର୍ଥକଙ୍କ ମା’ ଓ ମାମୁଙ୍କୁ କଂପାନୀ କୌଣସି ପ୍ରକାର ସହଯୋଗ କଲାନି । ଷ୍ଟାଫଙ୍କ ସହ କଥା କରାଇ ଦେଲେନି । ଜାହାଜକୁ ଯିବାକୁ ବାରମ୍ବାର ପ୍ରତିରୋଧ କରୁଥିଲେ ।

author-image
Tanmay Kumar Mahalik
Sarthak Mother Returned From Singapur

Sarthak Mother Returned From Singapur Photograph: (OTV)

ସାର୍ଥକଙ୍କ ନିଖୋଜ ପଛରେ ବଡ଼ ଷଡ଼ଯନ୍ତ୍ର ! ଜାଣିଶୁଣି କଂପାନୀ କର୍ତ୍ତୃପକ୍ଷ ଖେଳିଛନ୍ତି କି ଚାଲ୍ ? କାହିଁକି ସାର୍ଥକଙ୍କ ସଂପର୍କରେ ତଥ୍ୟ ଦେଲେନି ଏଚ.ଆର୍ ? ମାମୁ ଓ ମା’ଙ୍କୁ କ’ଣ ପାଇଁ ଜାହାଜ ଭିତରକୁ ଯିବାକୁ ଦିଆଗଲାନି ଅନୁମତି ? କାହିଁକି ମାତ୍ର ୨ ଘଣ୍ଟାରେ ମାମୁ ଓ ମା’ଙ୍କୁ ଓହ୍ଲାଇ ଦିଆଗଲା ? ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣାକୁ ନେଇ ଆହୁରି ବଢ଼ିଲା ସନ୍ଦେହ ।

Advertisment

ସିଙ୍ଗାପୁରରୁ ସାର୍ଥକଙ୍କ ମାଆ ଓ ମାମୁ ନିରାଶ ହୋଇ ଫେରିବା ପରେ ଏବେ ପୁଳାପୁଳା ପ୍ରଶ୍ନ ପରିବାର ମନରେ ଉଙ୍କିମାରୁଛି । ସାର୍ଥକଙ୍କ ମା’ ଓ ମାମୁଙ୍କୁ କଂପାନୀ କୌଣସି ପ୍ରକାର ସହଯୋଗ କଲାନି । ଷ୍ଟାଫଙ୍କ ସହ କଥା କରାଇ ଦେଲେନି । ଜାହାଜକୁ ଯିବାକୁ ବାରମ୍ବାର ପ୍ରତିରୋଧ କରୁଥିଲେ ।

ସାର୍ଥକଙ୍କ ବାବଦରେ ପଚାରିବା ବେଳେ ଅଟକାଉଥିଲେ ବୋଲି ଓଡ଼ିଶାକୁ ଫେରି ଏମିତି କିଛି ସାଂଘାତିକ ବୟାନ ଦେଇଛନ୍ତି ସାର୍ଥକଙ୍କ ମାମୁ ସନ୍ତୋଷ ସାହୁ । ଯାହାଫଳରେ ସଂପୃକ୍ତ କଂପାନୀ ଉପରେ ବଢ଼ଛି ସନ୍ଦେହ । 

Advertisment

ସିଙ୍ଗାପୁରରେ ସାର୍ଥକଙ୍କ ମାଆ ଓ ମାମୁ ପହଞ୍ଚିବା ପରେ ସେମାନଙ୍କ ଆଗରେ ନିଜର ସ୍ବାର୍ଥ ଦେଖାଇଥିଲେ କଂପାନୀର କର୍ମଚାରୀ । ପୁଅକୁ ହଜାଇ ଭାଙ୍ଗିପଡ଼ିଥିବା ମା’ ଆଗରେ ରଖିଥିଲେ ସର୍ତ୍ତମୂଳକ କିଛି ଡକ୍ୟୁମେଣ୍ଟ । ଯେମିତିକି ସାର୍ଥକଙ୍କ ପରିବାର କଂପାନୀ ବିରୋଧରେ କୌଣସି କେସ୍ କରିନପାରନ୍ତି ସେଥିପାଇଁ ଡକ୍ୟୁମେଣ୍ଟରେ ଦସ୍ତଖତ କରିବାକୁ କହିଥିଲେ ।

କେବଳ ସାର୍ଥକଙ୍କ କ୍ୟାବିନକୁ ଯିବାକୁ ଅନୁମତି ମିଳିଥିଲା । ହେଲେ ଜାହାଜର ଅନ୍ୟ କୌଣସି ସ୍ଥାନକୁ ଆଦୌ ଛାଡ଼ାଯାଇନଥିଲା । ମାତ୍ର ୨ ଘଣ୍ଟା ମଧ୍ୟରେ ଜାହାଜରୁ ଓହ୍ଲାଇ ଦେଇଥିଲେ । ଯାହା ସନ୍ଦେହ କରୁଛୁ, ତାହା ହିଁ ହୋଇଥାଇପାରେ । ସାର୍ଥକଙ୍କ ସହ କିଛି ଅଘଟଣ ଘଟିଛି ବୋଲି ସାର୍ଥକଙ୍କ ମାମୁ ସନ୍ତୋଷ ସାହୁ କହିଛନ୍ତି ।

ତା’ ସହ ସେ ଆହୁରି କହିଛନ୍ତି, ଡିଜି ସିପିଂର ୨ ଅଧିକାରୀ ଆମକୁ ବହୁତ ସହଯୋଗ କଲେ । କଂପାନୀର ଅନେକ ଦୋଷ ତ୍ରୁଟି ସେମାନେ ବାହାରକୁ ଆଣିଲେ । ହେଲେ ସାର୍ଥକ ବିଷୟରେ ଆମକୁ ସହଯୋଗ କଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ମାମୁ ।

ପୁଅକୁ ନପାଇ ସାର୍ଥକଙ୍କ ମା’ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ କର୍ତ୍ତୃପକ୍ଷ ଭିତରକୁ ଛାଡ଼ି ନଥିବାରୁ ନାତି ଜାହାଜ ଭିତରେ ହିଁ ରହିଛି ବୋଲି ସନ୍ଦେହ କରିଛନ୍ତି ସାର୍ଥକଙ୍କ ଆଈ । 

ଦିନ ପରେ ଦିନ ଗଡୁଥିଲେ ବି ସାର୍ଥକଙ୍କ ସନ୍ଦାନ ମିଳୁନି । ପରିବାରର ମନରେ ପାପ ଛୁଉଁଛି । ସିଙ୍ଗାପୁର ଯାଇ ପୁଅ ସଂପର୍କରେ ମାମୁ ଓ ମା’ ବୁଝିବାକୁ ଚେଷ୍ଟା କରିଥିଲେ ବି କଂପାନୀର ବିନା ସହଯୋଗରେ କିଛି ବି ସୁରାକ ମିଳିନି ।

ତେଣୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଛି । ସେପଟେ ସାର୍ଥକଙ୍କ ମାମୁଙ୍କ ଅଭିଯୋଗ ଉପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି । 

Missing Sarthak Mahapatra Missing sarthak mohapatra news sarthak mahapatra missing news sarthak moahapatra missing case
Advertisment