ସଂକ୍ଷେପରେ ଆଜିର ତାଜା ଖବର - Tuesday, 24 June 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Piyush to Rejoin Singhabahini: ଯାହାଙ୍କ ସହ ବିବାଦ, ତାଙ୍କରି ସାଙ୍ଗେ ଯୋଡ଼ି; ଯାତ୍ରା ସିଂହବାହିନୀରେ ରହିବେ ପୀୟୁଷ ତ୍ରିପାଠୀ...

ଯାହାଙ୍କ ସହ ଥିଲା ବିବାଦ, ତାଙ୍କ ସହ ଏବେ ଘିଅ-ମହୁର ସଂପର୍କ। ଯାହାଙ୍କ ପାଇଁ ବର୍ଷେ ଯାଏଁ ବିଶ୍ରାମ ନେବାକୁ ଘୋଷଣା କରିଥିଲେ, ତାଙ୍କ ସହ ଆଗକୁ ୫ ବର୍ଷ ଯାଏଁ କାମ କରିବେ। ଯାତ୍ରା ମଞ୍ଚର ଖଳନାୟକ ତଥା ହାଇପେଡ୍ ଆର୍ଟିଷ୍ଟ ପୀୟୁଷ ତ୍ରିପାଠୀ। ସ୍ପଷ୍ଟ କରିଛନ୍ତି ସଂଜୀବ ପାଢ଼ୀଙ୍କ ଯାତ୍ରାପାର୍ଟି ସିଂହବାହିନୀ ସହ ୨୦୨୬ରୁ ୨୦୩୦ ଯାଏଁ କାମ କରିବାକୁ ଏଗ୍ରିମେଣ୍ଟ କରିଛନ୍ତି। More

Odisha CM Cracks Down on Pandian System: ପାଣ୍ଡିଆନ୍ ସିଷ୍ଟମ୍ ଉପରେ ମୋହନଙ୍କ ମାଡ଼; ୧୦ ବର୍ଷର ପୁରୁଣା ଫାଇଲ୍ ଖୋଜିଲେ ସିଏମ୍...

ପ୍ରଶାସନିକ କଳରେ ପାଣ୍ଡିଆନ ଷ୍ଟାଇଲ ଅପରେସନକୁ ହଟାଇବାକୁ ବଡ ପଦକ୍ଷେପ। ଆଉଟସୋର୍ସିଂ ସିଷ୍ଟମ ଚେର ଖୋଜିବାକୁ ପ୍ରୟାସ ଆରମ୍ଭ। ୧୦ ବର୍ଷର ଫାଇଲ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। More

Yellow warning for rain: ଝଡତୋଫାନ ପାଇଁ ୟେଲୋ ଆଲର୍ଟ, ୩୦ରୁ ୪୦ କିମି ବେଗରେ ବହିବ ପବନ

ୱାର୍ଣ୍ଣଂ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମେତ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିଭଳି ଆସନ୍ତାକାଲି ପାଇଁ ମଧ୍ୟ ପୁରା ରାଜ୍ୟକୁ ଝଡ଼ବର୍ଷା ପାଇଁ ଚେତାବନୀ ଜାରି ହୋଇଛି । More

Modak Chori : ମହାପ୍ରଭୁଙ୍କ ନୀତିରେ ବଡ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ

ଅଣବସର ଏକାଦଶୀରେ ଅର୍ଥାତ ଗତ ୨୧ ତାରିଖ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ଲାଗି ହେବାର ବିଧି ଥିବାବେଳେ ୭୦ଟି କମ୍ ଥିବା ଦେଖିବାକୁ ମିଳିଥିଲା। More

Panchang Today 24rd June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ମିଥୁନ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୨୪ ତାରିଖ ମଙ୍ଗଳବାର ।ଚନ୍ଦ୍ର- ବୃଷ ରାତ୍ରି ୧୧.୪୬ ଗତେ ମିଥୁନ।ତିଥି – ୧୪ଶୀ ସନ୍ଧ୍ୟା ୦୬.୫୯ ଗତେ ଅମାବାସ୍ୟା।ଘାତଚନ୍ଦ୍ର- ବିଛା ରାଶିର , ରାତ୍ରି ୧୧.୪୬ ଗତେ କନ୍ୟା ରାଶିର। More

Security at Lovers’ Points: ପ୍ରେମ ପକ୍ଷୀଙ୍କ ପାଇଁ ଆଉ କଣ୍ଟା ସାଜିବେନି ଅସାମାଜିକ; ପ୍ରେମୀ ଯୁଗଳଙ୍କୁ ଦିଆଯିବ ସୁରକ୍ଷା...

ସୁରକ୍ଷା ବଳୟରେ ରହିବ ଲଭର୍ସ ପଏଣ୍ଟ, ପ୍ରେମୀ ଯୁଗଳଙ୍କୁ ଦିଆଯିବ ସୁରକ୍ଷା। ଗୋପାଳପୁର ଲଜ୍ଜା ପରେ ରାଜ୍ୟ ସରକାର ଏଭଳି କିଛି ନିଷ୍ପତ୍ତି ନେବାକୁ ଯାଉଛନ୍ତି। More

Villagers Left Stranded: କମୁଛି ସୁବର୍ଣ୍ଣରେଖା ପାଣି, ଥମୁନି ବନ୍ୟା ପୀଡ଼ିତଙ୍କ ଦୁଃଖ...

ନା ଦେଖି ହେଉଛି, ନା ଦେଖିଲେ ସହି ହେଉଛି। ଦୀର୍ଘ ୪ ଦିନ ଧରି ବନ୍ୟା ଘେରରେ ରହିବା ପରେ ଏକପ୍ରକାର ଆକ୍ତାମାକ୍ତା ବନ୍ୟା ଦୁର୍ଗତ। More

Jatra Controversy: ଯାତ୍ରାରେ ଫୁଲ୍ ଯାତେରା; ପୀୟୂଷଙ୍କୁ ନେଇ ପୁଣି ବାଡ଼ିଆବାଡ଼ି, ମାଲିକ ସଂଘରେ ଫାଟ...

ମାଲିକ ମାଲିକ ଭିତରେ ଟଣାଭିଡ଼ା...ଯେଉଁ ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀ ଅଭିନେତା ପୀୟୂଷ ତାଙ୍କ ସହ ବିଶ୍ବାସଘାତକତା କଲେ ବୋଲି ମାଲିକ ସଂଘରେ ଫେରାଦ ହୋଇ ତାଙ୍କୁ ବର୍ଷେ ବସେଇଲେ, ସେଇ ସଂଜୀବ ପାଢ଼ୀ ସାମ୍ବାଦିକ ସମ୍ମିଳନୀ କରି ଏବେ କହୁଛନ୍ତି ଭିନ୍ନ କଥା... More

Kidnapping Drama: ଅପହରଣ ନାଟକ ରଚି ଟଙ୍କା ମାଗିଥିଲେ, ସତ ବାହାର କରିଦେଲା ପୋଲିସ୍

ଅପହରଣ ହୋଇଥିବା କହି ସେ ତାଙ୍କ ଘରକୁ ଫୋନ୍ କରି ଟଙ୍କା ମାଗିଥିଲେ । ତାଙ୍କ ବାପା ମଧ୍ୟ କିଛି ଟଙ୍କା ଦେଇଥିଲେ । ତାଙ୍କ ଭଉଣୀକୁ ଫୋନ୍ କରି ସେ ୫୦ ହଜାର ଟଙ୍କା ଦେବାକୁ କହିଥିଲେ । ତାଙ୍କ ଭଉଣୀ ଏ ସଂପର୍କରେ ପୋଲିସକୁ ଜଣାଇଥିଲେ । More

Flood Woes Continue in Baleswar: କମୁଛି ବନ୍ୟା ପାଣି, ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା; ଖାଦ୍ୟ-ପାଣି ବିନା ବିତାଉଛନ୍ତି ଜଳବନ୍ଦୀ ଜୀବନ...

ସୁବର୍ଣ୍ଣରେଖା ନଦୀର ଜଳସ୍ତର କମୁଥିବା ବେଳେ ବନ୍ୟା ଦୁର୍ଗତଙ୍କ ଉପରୁ ବିପଦ ଟଳିନି। ଭୋଗରାଇ ବ୍ଳକର ୧୨ ଗାଁ ଏବେ ବି ପାଣିଘେରରେ ରହିଛି। More