• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

କଟକ ସହରରେ ବି.ଟେକ୍ ପାସ୍ କରିଥିବା ଜଣେ ଯୁବକ ରଚିଥିଲେ ଅପହରଣ ନାଟକ । କ୍ରିପ୍ଟୋ କରେନ୍ସୀରେ ଅର୍ଥ ବିନିଯୋଗ କରି କ୍ଷତି ସହିବା ପରେ ସେ ମାନସିକ ଭାବେ ଦୁର୍ବଳ ହୋଇପଡିଥିଲେ । କଣ କରିବେ, କିଛି ଭାବିପାରିନଥିଲେ । ହଠାତ୍ ତାଙ୍କ ମୁଣ୍ଡକୁ ଏକ ଆଇଡିଆ ଜୁଟିଲା । ସେ ସାଙ୍ଗମାନଙ୍କ ସହ ମିଶି ଅପହରଣ ନାଟକ ରଚିଥିଲା । କଟକ ଡିସିପି ଋଷିକେଶ ଖିଲାରି କହିଛନ୍ତି, ଅପହରଣ ସଂପର୍କରେ ଛାତ୍ରଙ୍କ ଭଉଣୀ ଥାନାରେ ଅଭିଯୋଗ କରିଥିଲେ ।

ଏହା ପରେ ପୋଲିସ୍ ଫୋନ୍ ଟ୍ରାକ୍ କରିବା ଆରମ୍ଭ କରିଥିଲା । ତାଙ୍କୁ କମ୍ ସମୟ ମଧ୍ୟରେ ଟ୍ରେସ୍ କରାଯାଇ ପାରିଥିଲା । ଅପହରଣ ହୋଇଥିବା କହି ସେ ତାଙ୍କ ଘରକୁ ଫୋନ୍ କରି ଟଙ୍କା ମାଗିଥିଲେ । ତାଙ୍କ ବାପା ମଧ୍ୟ କିଛି ଟଙ୍କା ଦେଇଥିଲେ । ତାଙ୍କ ଭଉଣୀକୁ ଫୋନ୍ କରି ସେ ୫୦ ହଜାର ଟଙ୍କା ଦେବାକୁ କହିଥିଲେ । ତାଙ୍କ ଭଉଣୀ ଏ ସଂପର୍କରେ ପୋଲିସକୁ ଜଣାଇଥିଲେ ।

ପୋଲିସ ଏହି ଛାତ୍ରଙ୍କୁ ଧରିବା ପରେ ପଚରାଉଚରା କରିଥିଲା । ଛାତ୍ରଜଣକ କ୍ରିପ୍ଟୋକରେନ୍ସୀରେ କିଛି ଅର୍ଥ ବିନିଯୋଗ କରିଥିବାର ପୋଲିସକୁ କହିଥିଲେ । ଏହି ଛାତ୍ରଙ୍କୁ ସହଯୋଗ କରିଥିବା ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିଲା । ଛାତ୍ରଜଣକ ସବୁ କଥା ମାନିଯାଇଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ କେଶ୍ ରୁଜୁ କରିଛି । ଏହି ଘଟଣା ଚାଉଳିଆଗଞ୍ଜ ଅଞ୍ଚଳରେ ଘଟିଛି ।

ଏଭଳି ଘଟଣା ବାରମ୍ୱାର ଘଟୁଥିବାରୁ ଘର ଲୋକମାନେ ଛାତ୍ରମାନଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି କଟକ ଡିସିପି । ସେ କହିଛନ୍ତି, ଯଦି ଜଣେ ଅନଲାଇନ୍ ଗେମ୍ ଖେଳୁଛନ୍ତି କିମ୍ୱା କୌଣସି ଆପରେ ଅର୍ଥ ବିନିଯୋଗ କରୁଛନ୍ତି, ତାଙ୍କ ଉପରେ ନଜର ରଖନ୍ତୁ । ଜଣେ ଟଙ୍କା ବିନିଯୋଗ କରିବା ପୂର୍ବରୁ ଭାବିଚିନ୍ତି ଟଙ୍କା ଲଗାନ୍ତୁ ।

ଯେଉଁଠି ଅଧିକ ଲାଭର ପ୍ରତିଶ୍ରୁତି ଦିଆଯାଉଛି, ସେଠାର ଠକାମୀ ବା ଟଙ୍କା ବୁଡିଯିବାର ଆଶଙ୍କା ରହିଛି । ତେଣୁ ଛାତ୍ରଛାତ୍ରୀମାନେ ଏହାଠାରୁ ଦୂରରେ ରୁହନ୍ତୁ । କାରଣ ଅନଲାଇନରେ ଏବେ ବହୁତ ଠକେଇ ହେଉଛି । ଯଦି କେହି ଉଦାସ ରହୁଥିବାର ନଜର ଆସୁଛନ୍ତି, ତେବେ ତାଙ୍କୁ ଭଲରେ ପଚାରି ବୁଝାସୁଝା କରନ୍ତୁ ।

ଅଧିକ ପଢ଼ନ୍ତୁ: ଗଣଦୁଷ୍କର୍ମର ଭିଡିଓ ବନାଇଥିଲେ ଅଭିଯୁକ୍ତ, କ୍ରାଇମବ୍ରାଞ୍ଚ ହାତରେ ଡିଜିଟାଲ ପ୍ରମାଣ

  • Reported by:
  • Biswajit Acharya