ସଂକ୍ଷେପରେ ଆଜିର ତାଜା ଖବର - Wednesday, 13 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି, IT ରେଡ୍‌ ପରେ ସିଏମ୍‌ କାହିଁକି ଚୁପ୍‌ ବୋଲି କଲା ପ୍ରଶ୍ନ

ଏହାସହ ମେକ୍ ଇନ୍ ଓଡ଼ିଶାରେ ୨୦୧୮ରେ ଡିଷ୍ଟ୍ରିଲାରି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା ଆଉ ତାକୁ ଅଗଷ୍ଟ ୨୦୧୯ ସୁଧା ସମସ୍ତ ପ୍ରକାର କ୍ଲିୟରାନ୍ସ ଦେଇ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଅନ୍ୟ ପ୍ରକଳ୍ପ ଅପେକ୍ଷା ଏହି ପ୍ରକଳ୍ପରେ କାହିଁକି ଏତେ ଦ୍ରୁତ ପଦକ୍ଷେପ ବୋଲି ପ୍ରଶ୍ନ କରିଛି ଦଳ। More

ଦକ୍ଷିଣ ଓଡ଼ିଶାରେ ବି ମେଲିଛି ଦେଶୀ ମଦର କାୟା, ଗଞ୍ଜାମ ଜିଲ୍ଲା ପାଲଟିଛି ପେଣ୍ଠସ୍ଥଳୀ

ଗଞ୍ଜାମରେ ବ୍ରହ୍ମପୁର ଓ ଛତ୍ରପୁର ଭଳି ଦୁଇଟି ଅବକାରୀ ଜିଲ୍ଲା ରହିଛି । ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ୨୫ଟି ଦେଶୀ ମଦଭାଟି ଥିବା ବେଳେ ଛତ୍ରପୁର ଅବକାରୀ ଜିଲ୍ଲାରେ ଚାଲିଛି ୪୭ଟି ଭାଟି। More

ଚର୍ଚ୍ଚାରେ ବୋରୱେଲରୁ ଉଦ୍ଧାର ନବଜାତ; କିଏ କହୁଛି ବିଜୁଳି କନ୍ୟା, ତ କିଏ କହୁଛି ଭାଗ୍ୟବତୀ

କିଏ ସେହି ରାକ୍ଷସୀ ଯିଏ ଏତେଦିନ ଗର୍ଭଧାରଣ କରି ଜନ୍ମ ପରେ ଏତେ ଦଶାକଲା ପିଲାଟିକୁ ? କିଏ ସେହି ନୃଶଂସ ପୁରୁଷ, ଯିଏ ସୁଖ ଓ କାମନାରେ ଅନ୍ଧ ସାଜି ବାପ ବନିବା ପରେ ଆଜି ସେହି ରକ୍ତ ମାଂସର ପିଣ୍ଡୁଳାକୁ ଫିଙ୍ଗିଦେଇଥିଲା ଅନ୍ଧାରୀ ଗାତ ଭିତରେ ? ଆଜି ସବୁରି ମୁହଁରେ ସେହି ଗୋଟିଏ ପ୍ରଶ୍ନ । More

ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା

ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା More

ଓଡ଼ିଶାରେ ଅନଲାଇନରେ ମିଳୁଛି ଡ୍ରଗ୍ସ, ଫୁଡ୍ ଡେଲିଭରି ସଂସ୍ଥା ଜରିଆରେ ହେଉଛି କାରବାର

ସ୍ୱିଗି ପରି ଫୁଡ୍‌ ଡେଲିଭରି ସଂସ୍ଥାକୁ ଡ୍ରଗ୍ସ ମଗାଇବାରେ ବ୍ୟବହାର କରାଯାଉଛି । ସେମାନେ ଯୋଗାଉଥିବା ପ୍ୟାକେଟରେ କ’ଣ ଅଛି, ତାହା ପଚାରିବାର ଅଧିକାର ସ୍ୱିଗିର ନାହିଁ । ପୂର୍ବରୁ କେବଳ ସହରରେ ଡ୍ରଗ୍ସ ମିଳୁଥିଲା । ହେଲେ ତାହା ଏବେ ଉପାନ୍ତକୁ ବ୍ୟାପିଲାଣି । More

ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା

୨୦ ତାରିଖରେ ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ପରେ ଫେବ୍ରୁଆରୀ ୨୩ ତାରିଖରେ ଇଂରାଜୀ ପରୀକ୍ଷା ହେବ । More

OSSC CTS Recruitment : OSSCର ନୂଆ ବିଜ୍ଞପ୍ତି; ଦଶମ ପାଶ୍ କରିଥିଲେ ବି କରିପାରିବେ ଆବେଦନ

OSSC ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୪୩୦ ପଦବୀ ପୂରଣ ହେବ। ଜାଣନ୍ତୁ ପୂରା ଡାଟା… More

ରାତିରେ ଶୀତ କାକରରେ ବାସନ ମାଜିଲେ ଛାତ୍ର, ଭିଡିଓ ଭାଇରାଲ୍‌...

ଭୋଜି ଭାତ ପରେ ବଡ଼ ଟପ୍‌ ଓ ବାଲ୍‌ଟି, ଡଙ୍କି, ଚାପା, ଡାବୁ, ଆଦି ରୋଷେଇରେ ବ୍ୟବହୃତ ଉପକରଣକୁ ବିଦ୍ୟାଳୟର ୧୦ରୁ ଅଧିକ ଛାତ୍ର ସଫା କରୁଥିବା ଦେଖିବାକୁ ମିଳିଥିଲା । More

ପୁରୀରେ ଶିଶୁକୁ କୁକୁର କାମୁଡ଼ି ମାରିଦେବା ଘଟଣା: ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

୨୦୧୬ ମସିହା ଡିସେମ୍ବର ମାସରେ ୪ ବର୍ଷର ଶିଶୁପୁତ୍ରକୁ ବୁଲା କୁକୁର କାମୁଡ଼ି ମାରି ଦେଇଥିଲା । ପର୍ଯ୍ୟଟନ ସହର ପୁରୀରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଥିଲା ।  More

ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ପ୍ରଶ୍ନ: ଆଇନ ତା ବାଟରେ ଯିବ କହୁଥିବା ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ?

ମଦ ବ୍ୟବସାୟୀଙ୍କ ଘରୁ ୩୫୦ କୋଟିରୁ ଅଧିକ ଜବତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି। ଆଇନ ତା ବାଟରେ ଯିବା କହୁଥିବା ମୁଖ୍ୟମନ୍ତ୍ରୀ ୭ ଦିନ ପରେ ବି କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛି ବିଜେପି । More

ପରୀକ୍ଷା ଦେବା ପାଇଁ ୬ କି.ମି. ଚାଲିଲେ ୯୦ ଛାତ୍ରୀ

ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ପ୍ରଧାନ ଶିକ୍ଷୟିତ୍ରୀ ୬ କିଲୋମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିଥିବା ସୂଚନା ମିଳିଛି ।  More

ସରକାରୀ ଗାଡ଼ି ବୋଲି କ’ଣ ସାତଖୁନ୍‌ ମାଫ୍‌..ଆଇନ ବାହାରେ କି ଓମଫେଡ୍ ଗାଡି?

କଟକ ବିଦ୍ୟାଧରପୁର ସ୍ଥିତ ଓମଫେଡ ଡାଏରୀ ପ୍ଲାଣ୍ଟରେ ବେଆଇନ ଭାବରେ ୪୦ ରୁ ଅଧିକ କ୍ଷୀର ପରିବହନ ଗାଡ଼ି ଚାଲିଥିବା ନେଇ ଅଭିଯୋଗ ହୋଇଛି । More

ବ୍ୟାଙ୍କ ଖୋଲିନି, ହେଲେ ତା’ ପୂର୍ବରୁ ଲମ୍ବା ଲାଇନ୍....

ଆବେଦନ ପାଇଁ ସୀମିତ ସମୟ ଥିବାରୁ ନବରଙ୍ଗପୁର ୟୁନିୟନ ବ୍ୟାଙ୍କରେ ଟଙ୍କା ପୈଠ ଏବଂ ବ୍ୟାଙ୍କରେ ଖାତା ଖୋଲିବା ଲାଗି ବ୍ୟାଙ୍କ ସାମ୍ନାରେ ଭିଡ଼ ଦେଖିବାକୁ ମିଳିଛି l More

Panchang Today 13th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ବୁଧବାର । More

ଅଦିନିଆ ବର୍ଷା ପରେ ହଠାତ୍ ବଢିଲା ଶୀତ, ୪ ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ...

ଗତକାଲି ୪ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିଲା । କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ଖସିବା ଫଳରେ ଏହା ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । More

ଲୁହା ପାଇପ୍‌ର ୧୩ ଫୁଟ ଭିତରେ ଫସି ରହିଥିଲା ଶିଶୁ...ଜାଣନ୍ତୁ, କେମିତି ବୋର୍‌ୱେଲରୁ ଉଦ୍ଧାର ହେଲା ଶିଶୁକନ୍ୟା ?

ଶିଶୁଟିକୁ ଉଦ୍ଧାର କରାଯିବା ପରେ ଚାରିଆଡ଼େ ଖୁସିର ଲହରି ଖେଳି ଯାଇଛି । ବିଶେଷ କରି ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଯୋଗୁ ଶିଶୁଟି ସୁରକ୍ଷିତ ଭାବେ ପାଇପ୍‌ରୁ ଉଦ୍ଧାର ହୋଇଛି ।  More

ସେଫ୍‌ ନୁହଁ ଭୁବନେଶ୍ୱର ! ୫ ଫ୍ଲାଟ୍‌ରୁ ଲୁଟିନେଲେ, ଫ୍ରିଜ୍‌ରୁ ଜୁସ୍‌ ପିଇ ଫେରାର୍‌ ହେଲେ..

ଆପାର୍ଟମେଣ୍ଟ ବାସିନ୍ଦାଙ୍କ ମୁହଁରେ ରାଗ ଆଉ ଆକ୍ରୋଶ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ସେମାନଙ୍କ ଧନ ଆଉ ଜୀବନକୁ କିଏ ଦେବ ସୁରକ୍ଷା ? More

ଶୀତରେ ଥରୁଛି ଓଡ଼ିଶା; ଟ୍ରଙ୍କ ଭିତରୁ ବାହାରିଛି ଶୀତ ପୋଷାକ

ଡିସେମ୍ବର ଅଧାରେ ଶୀତ ରାଜୁତି। ରାଜ୍ୟର ୪ ସ୍ଥାନରେ ୧୦ ଡିଗ୍ରୀ ତଳେ ରାତି ପାରଦ ୭.୨ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା। ଟ୍ୱିନ୍‌ସିଟିରେ ୧୫ ଡିଗ୍ରୀରୁ କମ୍ ରାତି ତାପମାତ୍ରା। ଆଗାମୀ ୫ଦିନ ସ୍ଥିତି ଅପରିବର୍ତ୍ତିତ ରହିବା ପୂର୍ବାନୁମାନ More

ଜିତିଲା ଜୀବନ; ବୋରୱେଲ୍‌ରୁ ଜୀବିତ ଉଦ୍ଧାର ହେଲା କଅଁଳା ଶିଶୁକନ୍ୟା

ଶେଷରେ ବୋରୱେଲ୍‌ରୁ ଜୀବିତ ଅବସ୍ଥାରେ ଉଦ୍ଧାର ପାଇଲା କଅଁଳା ଶିଶୁ । More

୧୬ତମ ଟାଇମପାସ୍‍ ବୁକର ପୁରସ୍କାର ପାଇବେ ମହାଶ୍ୱେତା ସାହୁ, ଚାରିଜଣଙ୍କୁ ବେଷ୍ଟସେଲର୍‍

ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ଯୁବକଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୬ ବର୍ଷ ଧରି ପ୍ରଦାନ କରାଯାଇଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଗାଳ୍ପିକା ମହାଶ୍ୱେତା ସାହୁଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଅକ୍ଟୋପସ୍‍ର ଆତ୍ମା’ ପାଇଁ ପ୍ରଦାନ କରାଯିବ। More

‘ମୁଁ ତ ଆଜି ଆସିଲି, ଅପେକ୍ଷା କର ଆଗକୁ ସମସ୍ତଙ୍କ ମୁଖା ଖୋଲିଦେବି’

ଏକଜାମ୍ ହଲ୍‌ରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ବିଷୋଦଗାର କରିଥିଲେ ଅର୍ଚ୍ଚନା । କହିଥିଲେ, ସମସ୍ତଙ୍କ ମୁଖା ଖୋଲି ଦେବି, କିଛିଦିନ ଅପେକ୍ଷା କରନ୍ତୁ । ଯେଉଁମାନେ ମୋ ପାଇଁ କଣ୍ଟା ବୁଣିଥିଲେ, ସେସବୁ ଫୁଲ ପାଲଟିଛି । More