ସଂକ୍ଷେପରେ ଆଜିର ତାଜା ଖବର - Friday, 17 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା, ୫୬ ଫୁଟ୍‌ର ବିଶ୍ୱକପ୍ ଟ୍ରଫି

ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ୫୬ ଫୁଟ୍ ଲମ୍ବର ଏକ ବିରାଟକାୟ ବିଶ୍ୱକପ୍ ଟ୍ରଫି ପ୍ରତିକୃତୀ ନିର୍ମାଣ କରିବା ସହ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଛନ୍ତି। More

ମଞ୍ଜୁର ହେଉନି ଆବେଦନ, ଭୂତ ନେଉଛନ୍ତି ପେନସନ୍‌

ଭୂତ ଖାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା । ଟାର୍ଗେଟ ଖାଲି ଅଛି, ହେଲେ ମଞ୍ଜୁର ହେଉନି ଆବେଦନ । ଡିବିଟିରେ ହିତାଧିକାରୀଙ୍କ ପାଖକୁ ବି ଯାଉନି ଟଙ୍କା ।  More

ପ୍ରକଳ୍ପ ପାଇଁ ଭାଙ୍ଗିଦେଲେ; ବାରଦୁଆର ସୁଣ୍ତିପିଣ୍ତା ହେଉଛନ୍ତି ଶ୍ରଦ୍ଧାଳୁ

ମାଟିରେ ମିଶିଛି ମଠବାଡ଼ି । ଧୂଳିସାତ୍ ହୋଇଛି ଧର୍ମଶାଳା । ଦୂରଦୂରାନ୍ତରୁ ଜଗଦର୍ଶନ ପାଇଁ ଆସୁଥିବା ଗରିବ ଗୁରୁବା ଭକ୍ତ ରାତି ରାତି ବଡ଼ଦାଣ୍ତରେ ପଡ଼ିରହିଛନ୍ତି । More

ନିର୍ମାଣସୌଧରେ ନିଲାମୀ ପାଲା, ୧୮ ଲକ୍ଷ ଟଙ୍କା ଗଣିବା ପରେ ସ୍ଥଗିତ ରହିଲା ନିଲାମ

୧୯୭୪ରେ ନଅ ତାଲା ନିର୍ମାଣ କରିଥିବା ଠିକାସଂସ୍ଥା କଷ୍ଟ୍ରକସନ ଇଣ୍ଡିଆର ୬ ଲକ୍ଷ ଟଙ୍କା ବାକି ରଖିଥିଲେ ରାଜ୍ୟ ସରକାର। ବାରମ୍ବାର ବକେୟା ଟଙ୍କା ମାଗିବା ସତ୍ତ୍ୱେ ନ ଦେବାରୁ ୧୯୮୨ରେ ଭୁବନେଶ୍ୱର ସିଭିଲ୍ ଜଜ୍ ସିନିୟର ଡିଭିଜନ କୋର୍ଟରେ କେସ୍ କରିଥିଲେ ଠିକା ସଂସ୍ଥାର ତତ୍କାଳୀନ ମୁଖ୍ୟ ବୀରେନ୍ଦ୍ର କୁମାର ପାଠକ। More

ମୋହର ମାରିଥିଲା କ୍ୟାବିନେଟ୍, ୪୮ ଘଣ୍ଟା ଭିତରେ ଲାଗିଲା ରୋକ୍

କ୍ୟାବିନେଟ ଅନୁମୋଦନ ପରେ ମାତ୍ର ୪୮ ଘଣ୍ଟା ଭିତରେ ଲାଗିଲା ରୋକ୍। ଉଠିଲା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ। ତେବେ ଆଦିବାସୀ ଜମିଜମା ସଂଶୋଧନ ପ୍ରସ୍ତାବକୁ କ୍ୟାବନେଟ୍ ମୋହର ପରେ କାହିଁକି ସରକାର ସ୍ଥଗିତ କଲେ। More

CMO ର ମୁଖ୍ୟ ପରାମର୍ଶଦାତା ହେଲେ ସୁରେଶ ମହାପାତ୍ର

ସୁରେଶଙ୍କୁ ଓଇଆର୍‌ସି ଅଧ୍ୟକ୍ଷ ପଦରୁ ଅବ୍ୟାହତି ଦିଆଗଲା । More

Vastu Tips: ବାସ୍ତୁର ଏହି ଦୋଷ ଯୋଗୁଁ ଘରର ମହିଳାମାନଙ୍କ ମଧ୍ୟରେ ଅଯଥା ଝଗଡ଼ା ହୋଇଥାଏ; ଜାଣନ୍ତୁ

ଘରର ଅଗ୍ନିକୋଣରେ ଦୋଷ ଥିଲେ ଧନ ଅଭାବ ହୋଇ ନିର୍ମାଣ କାର୍ଯ୍ୟରେ ଅନେକ ବାଧା ଆସିଥାଏ। ଏହି ବାସ୍ତୁଦୋଷ ବିଶେଷ ସ୍ତ୍ରୀଲୋକମାନଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ଘରେ ରହୁଥିବା ମହିଳାମାନଙ୍କ ମଧ୍ୟରେ ଅଯଥା ଝଗଡ଼ା ମଧ୍ୟ ହୋଇଥାଏ। More

‘ଡିପଫେକ୍‌ ଏକ ବଡ଼ ସମସ୍ୟା, AI ର ଦୁର୍ବ୍ୟବହାର ଅତ୍ୟନ୍ତ ଚିନ୍ତାଜନକ’

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ବ୍ୟବହାର କରି ଡିପଫେକ୍ ଭିଡିଓ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ଲୋକମାନଙ୍କୁ ଗଣମାଧ୍ୟମ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । More

କ୍ରିକେଟ୍‌ ମ୍ୟାଚ୍‌ ଦେଖିବାରେ ଡାକ୍ତର ବ୍ୟସ୍ତ ! ସେପଟେ ଚାଲିଗଲା ରୋଗୀଙ୍କ ଜୀବନ...

 ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।  More

ଏଣିକି ଅଳିଆ ଅଲଗା ନଦେଲେ ନେବନି ବିଏମ୍‌ସି

ଓଦା ଓ ଶୁଖିଲା ଅଳିଆ ଅଲଗା ଦେବାକୁ ବିଏମସିର ଅନୁରୋଧ କରିଛି । ଭୁବନେଶ୍ୱରର ୪ଟି ସ୍ଥାନରେ ବାୟୋ ମିଥେନ୍ ଗ୍ୟାସ ପ୍ଲାଣ୍ଟ ନିର୍ମାଣ ହେବ ବୋଲି କହିଛନ୍ତି ବିଏମସି କମିଶନର । More

ଗୋବରୀ ନଦୀରେ ବୁଡ଼ିଗଲେ ୨ ଭଉଣୀ

ଗୋବରୀ ନଦୀରେ ବୁଡ଼ିଗଲେ ୨ ସମ୍ପର୍କୀୟ ଭଉଣୀ । ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣକ ଏବେ ବି ନିଖୋଜ ଥିବା ସୂଚନା ମିଳିଛି । More

ଉଦ୍‌ଘାଟନ ହେଲା ନନ୍ଦନକାନନ ରୋପ୍‌ୱେ; କାଲିଠୁ ପର୍ଯ୍ୟଟକ ନେଇପାରିବେ ମଜା

ଦୀର୍ଘଦିନର ଅପେକ୍ଷା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଚାଲିଛି ରୋପ ୱେ । ପର୍ଯ୍ୟଟକମାନେ ନନ୍ଦନକାନନ, ବଟାନିକାଲ ଗାର୍ଡେନ ଚତୁପାର୍ଶ୍ଵର ମନୋଲୋଭା ପରିବେଶ ବୁଲି ମଜା ଉଠାଇବେ । More

ତ୍ରିପୁରା ସୀମାରେ ଓଡ଼ିଆ ବିଏସଏଫ ଯବାନଙ୍କ ମୃତ୍ୟୁ

ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ଘରକୁ ଖବର ଆସିବା ପରେ କାନ୍ଦବୋବାଳିରେ ଫାଟିପଡୁଛି ଘର । ସେ ୨୦୦୯ମସିହାରେ ବିଏସଏଫ ଯବାନ ଭାବେ ଯୋଗ ଦେଇ ତ୍ରିପୁରାରେ କାର୍ଯ୍ୟରତ ଥିଲେ । More

ନିର୍ମାଣ ସୌଧ କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ ଆସବାବପତ୍ର ନିଲାମ

କଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକଙ୍କ ମାମଲାର ଶୁଣାଣି ପରେ ଏଭଳି ରାୟ ଦେଇଛନ୍ତି କୋର୍ଟ । ପୂର୍ବରୁ ଏହି ମାମଲାରେ ସମୟ ନେଇଥିଲେ ମୁଖ୍ୟ ଯନ୍ତ୍ରୀ । More

କଳାହାଣ୍ଡିରେ ବିଧାୟକଙ୍କୁ ବିରୋଧ; ଗାଁ ମୁଣ୍ଡରୁ ଫେରିଆସିଲେ ଲାଞ୍ଜିଗଡ଼ ବିଧାୟକ

ତ୍ରିଲୋଚପୁରରେ ନିର୍ମାଣ ହୋଇଥିବା ପାର୍କ ଓ ଛେଳି ହଷ୍ଟେଲର ଉଦଘାଟନ ପାଇଁ ବିଧାୟକ ଯାଉଥିବା ବେଳେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । More

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି,ପ୍ରଥମେ ତିଆରି ହେବ ୱାର୍କିଂ ପ୍ଲାଟଫର୍ମ

ଗରୁଡ଼ ସ୍ତମ୍ଭ ପାଖରେ ଲୁହା ଭାରା ବନ୍ଧାଯିବ....ପ୍ରତିଦିନ ସକାଳ ୬ଟାରୁ ରାତି ୧୦ ଟା ମଧ୍ୟରେ କାମ ଚାଲିବ....ମରାମତି ବେଳେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ... More

‘ମୁଁ ମରିବାକୁ ଚାହେନି, ମୋତେ ବଞ୍ଚେଇ ଦିଅନ୍ତୁ ’: ବଞ୍ଚିବା ପାଇଁ ଗୁହାରି କରୁଛନ୍ତି ଅସହାୟ କବିତା

ଦେହର ମାଂସପିଣ୍ଡୁଳା ବଢାଇଦେଇଛି କଷ୍ଟ ....ନା ଶୋଇପାରୁଛନ୍ତି, ନା ବସିପାରୁଛନ୍ତି...ଟ୍ରିଟମେଣ୍ଟ ପାଇଁ ଦରକାର ଲକ୍ଷ ଲକ୍ଷ ଟଙ୍କା... More

Breaking News : ଟ୍ରକ୍‌ ଧକ୍କାରେ ୩ ମୃତ, ଜଣେ ଗୁରୁତର

ଜୀବନ ନେଇଗଲା ଟ୍ରକ୍‌ । ବସ୍‌ଟି ପଙ୍କଚର ହେବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ । ହଠାତ ଟ୍ରକ୍ ଆସି ୪ ଯାତ୍ରୀଙ୍କ ଉପରେ ମାଡ଼ିଗଲା । More

ବାଇକ୍‌କୁ ପଛରୁ ଧକ୍କାଦେଲା ବୋଲେରୋ; ୨ମୃତ

ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ବୋଲେରୋ ଡ୍ରାଇଭର ଗୁରୁତର ରହିଥିବା ଜଣାପଡ଼ିଛି । ତେବେ କିପରି ଏହି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ । More

ରାଜସ୍ୱ ବଢୁଛି, ନା ଖର୍ଚ୍ଚ କରୁନାହାନ୍ତି ସରକାର ? ଚାଷୀଠୁ ସରକାରୀ ଚାକିରିଆ ଯାଏଁ ସମସ୍ତଙ୍କ ମାଳମାଳ ସମସ୍ୟା

ବିଜେଡି ଶାସନର ୨୩ ବର୍ଷ ପରେ ବି ରାଜରାସ୍ତାରେ ଚାଷୀ, ଶିକ୍ଷକ, ଅଧ୍ୟାପକ, ଡାକ୍ତର, ଅଙ୍ଗନବାଡି, ଆଶା କର୍ମୀ । କାହାର ଦାବି ଦରମା ବୃଦ୍ଧି, ତ କାହାର ଦାବି ସ୍ଥାୟୀ ନିଯୁକ୍ତି...ପୁଣି ଗୋଟିଏ ମାସରେ ୩ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । More

ଡ୍ରଗସ୍ ବେପାର କରୁଥିଲେ ଦାନ୍ତ ଡାକ୍ତର, ଜେଲ୍ ପଠାଇଲା ଯାଜପୁର ପୋଲିସ୍‌

ଖୋଳତାଡ଼ବେଳେ ମହାବୀର ନଗରରେ ଡେଣ୍ଟାଲ୍ କ୍ଲିନିକ୍ କରିଥିବା ନିଗମାନନ୍ଦ ଖଟୁଆ ନାମକ ଏ ଦାନ୍ତ ଡାକ୍ତର ହିଁ ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ପାଇଥିଲା ପୋଲିସ୍। ସେଠୁ ସିଧା ଦାନ୍ତ ଡାକ୍ତର ନିଗମାନନ୍ଦଙ୍କ ପାଖେ ପହଞ୍ଚି ତାଙ୍କୁ ବାନ୍ଧିଥିଲା। More

ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ କି ରାଜ୍ୟ ସରକାର ? ଆୟୁଷ୍ମାନକୁ ନା ପରେ ଏବେ ପିଏମ୍ ଶ୍ରୀକୁ ନେଇ ମତ ଅସ୍ପଷ୍ଟ

୨୦୨୨ ସେପ୍ଟମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ସାରା ଦେଶରେ ୧୪ ହଜାର ୫୦୦ରୁ ଅଧିକ ପିଏମ୍ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରହିଛି । ଜାତୀୟ ଶିକ୍ଷା ନୀତି ଆଧାରରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍ ପ୍ରତିଷ୍ଠା, ଅତ୍ୟାଧୁନିକ ଲାବ୍, କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଭିତ୍ତିଭୂମିର ବିକାଶ ଲାଗି ପିଏମ୍‌ଶ୍ରୀରେ ବ୍ୟବସ୍ଥା ରହିଛି । More

ଜମିକୁ ଜଳ ନାଁରେ ଖୋଳାଯାଉଛି କି ମୃତ୍ୟୁର କୂଅ ? ରାଜ୍ୟବ୍ୟାପୀ ଆଁ କରିଛି ପ୍ରାୟ ୪୫ ହଜାର ବୋରୱେଲ ଗାତ

ଚାଷ ଜମିକୁ ଜଳଯୋଗାଣ ନାଁରେ ମରଣର ଜାଲ ବିଛାଇଛନ୍ତି କି ରାଜ୍ୟ ସରକାର ? ନଳକୂଅ ଖନନ ବ୍ୟବସ୍ଥା ସାଜିଛି କି ମୃତ୍ୟୁର କୂଅ ? ତଥ୍ୟ କହୁଛି, ବିଜୁ କୃଷକ ବିକାଶ ଯୋଜନାରେ ଏଭଳି ପ୍ରାୟ ଦେଢ଼ ଲକ୍ଷ ବୋରୱେଲ ଖୋଳାଯାଇଥିବା ବେଳେ ପ୍ରାୟ ୪୫ ହଜାର ବୋରୱେଲ୍ ଅବ୍ୟବହୃତ ହୋଇ ବିପଦସଙ୍କୁଳ ଅବସ୍ଥାରେ ରହିଛି। More