• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଡିପଫେକ୍ ଭିଡିଓ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବେଗ । ଏଥିପାଇଁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିସହ ଏଭଳି ଭିଡିଓ ଆସିଲେ ଚିହ୍ନଟ କରି ଲୋକମାନଙ୍କୁ ସତର୍କ କରିବାକୁ ଚାଟ୍ ଜିପିଟିକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ବ୍ୟବହାର କରି ଏଭଳି ଡିପଫେକ୍ ଭିଡିଓ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ଲୋକମାନଙ୍କୁ ଗଣମାଧ୍ୟମ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଡିପଫେକର ଶିକାର ହେଉଥିବା ବ୍ୟକ୍ତିମାନେ ପୋଲିସ ନିକଟରେ ଅଭିଯୋଗ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ କାଟ୍ରିନା କୈଫ୍‌ଙ୍କ ଡିପଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଆଜି ବଲିଉଡ୍ ଅଭିନେତ୍ରୀ କାଜଲଙ୍କ ଡିପଫେକ୍ ଭିଡିଓ ଭାଇରାଲ ହେଉଛି ।

ମୋଦି କହିଛନ୍ତି, “ନିକଟରେ ମୁଁ ଏମିତି ଗୋଟିଏ ଭିଡିଓ ଦେଖିଛି ଯେଉଁଥିରେ ମୁଁ ଗରବା ଗୀତ ଗାଉଛି । ଏପରି ଅନେକ ଭିଡିଓ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ରହିଛି । ମୋତେ ଭଲ ପାଉଥିବା ଲୋକମାନେ ଏହାକୁ ଶେୟାର ମଧ୍ୟ କରିଥିଲେ । ସମସ୍ତେ ଭାବୁଥିଲେ ଯେ ମୁଁ ଗୀତ ଗାଇଛି । କିନ୍ତୁ ବାସ୍ତବରେ ଏହା ଡିପଫେକ୍‌ । ଡିପଫେକ୍‌ର ବିପଦ ଦିନକୁ ଦିନ ଘନେଇବାରେ ଲାଗିଛି । ଏହା ଆମ ସମସ୍ତଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ । ଡିପଫେକ୍‌ ବିଷୟବସ୍ତୁ ତିଆରି କରିବା ପାଇଁ AI ର ବ୍ୟବହାର କରିବା ଅତ୍ୟନ୍ତ ସମସ୍ୟାଜନକ ।”

ମିଥ୍ୟା ତଥ୍ୟର ପ୍ରଚାର କିମ୍ବା ମନ୍ଦ ଉଦ୍ଦେଶ୍ୟ ରଖି ଡିପଫେକ୍‌ ବିଷୟବସ୍ତୁ ପ୍ରସ୍ତୁତ କରାଯାଉଛି । ଲୋକଙ୍କୁ ହତାଶ, ଅପମାନିତ ଓ ତଳୁଆ କରି ଦେଖାଇବା ପାଇଁ ଡିପଫେକର ସାହାରା ନିଆଯାଉଛି । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଡିପଫେକ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ବିଭ୍ରାନ୍ତ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି ।