ସଂକ୍ଷେପରେ ଆଜିର ତାଜା ଖବର - Sunday, 27 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆଉ ନାହାନ୍ତି ବିଶିଷ୍ଟ କବି ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର

ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ ହୋଇଛି । ଆଜି SCB ବଡ ମେଡିକାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । More

ବଦଳିଛି ରାକ୍ଷୀ ଟ୍ରେଣ୍ଡ; ପ୍ଲାଷ୍ଟିକ ନୁହେଁ... କ୍ଷୀର, ଦହିରୁ ତିଆରି ହେଉଛି ଆକର୍ଷଣୀୟ ରାକ୍ଷୀ

ରଙ୍ଗୀନ, ଚକାଚକ୍, ମନଲୋଭା । ଖୋଲାରେ ଯେତିକି ସୁନ୍ଦର, ପ୍ୟାକେଟରେ ତା’ଠୁ ଅଧିକ ଆକର୍ଷଣୀୟ । ଏ ରାକ୍ଷୀ ପ୍ଲାଷ୍ଟିକ ନୁହେଁ, କି ବିଦେଶରୁ ଆମଦାନୀ ହୋଇନି । ବରଂ ଖାଣ୍ଟି ଦେଶୀ ଆଉ ପରିବେଶ ଉପଯୋଗୀ । More

ଜାଗା ମିଶନରେ ବ୍ୟାପକ ଜାଲିଆତି ! ତାତିଲେ ରାଜଧାନୀର ବସ୍ତିବାସିନ୍ଦା

ହିତାଧିକାରୀ ତାଲିକାରୁ ବାଦ ପଡିଲେ ସ୍ଥାୟୀ ବସ୍ତି ବାସିନ୍ଦା । ଯେଉଁଥି ପାଇଁ ତାତିଛନ୍ତି ରାଜଧାନୀର ବସ୍ତିରେ ରହୁଥିବା ଲୋକେ । କେଉଁଠି ପଟ୍ଟା ବର୍ଜନ ନିଷ୍ପତ୍ତି ତ ଆଉ କେଉଁଠି ଭୁବନେଶ୍ୱର ମେୟର ଓ ବିଧାୟକଙ୍କ ଘର ଘେରାଉ । More

ରାଜଧାନୀରେ ଫିଲ୍ମ ଷ୍ଟାଇଲ୍‌ରେ ଚୋରି; ନକଲି CBI ଅଧିକାରୀ କହି ଲୁଟିନେଲେ ୨ କୋଟି

ବିଡ଼ା ବିଡ଼ା ହୋଇ ଥୁଆହେଇଛି ପାଞ୍ଚଶହ ଟଙ୍କିଆ ନୋଟ୍ । ଜବତ ହୋଇଛି ବନ୍ଧୁକ ଓ ସୁନା ଅଳଙ୍କାର । ରାଜଧାନୀରେ ନିଜକୁ ସିବିଆଇ ଅଧିକାରୀ କହି କଳାକନା ବୁଲାଇଥିବା ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । More

ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ; ସ୍ଥିତି ବିଗିଡ଼ିବା ପରେ ଭାଙ୍ଗିଲା ସରକାରଙ୍କ ନିଦ

ଆଜିଠୁ ସ୍ୱତନ୍ତ୍ର ଟେଷ୍ଟିଂ କାଉଣ୍ଟରରେ ଆରମ୍ଭ ହୋଇଛି ଡେଙ୍ଗୁ ନମୁନା ପରୀକ୍ଷା । ଏହାସହ ଟେଷ୍ଟିଂ ସମୟକୁ ବି ବଢ଼ାଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ପୂର୍ବରୁ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ରୋଗୀଙ୍କ ନମୁନା ସଂଗ୍ରହ ହେଉଥିବା ବେଳେ ଏବେ ସକାଳ ୮ଟାରୁ ଅପରାହଣ ୫ଟା ଯାଏଁ ନମୁନା ସଂଗ୍ରହ କରାଯିବ । More

ଯୁବତୀଙ୍କ ହ୍ୱାଟ୍ସଆପ୍‌କୁ ଆସିଲା ଅଶ୍ଳୀଳ ଭିଡିଓ, ଆଉ ତା’ ପରେ...

ଗତ ୨୫ ତାରିଖ ଦିନ ସକାଳେ ଏନେଇ ଯୁବତୀ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ସାଇବାର ଥାନା ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି । More

ଦେବାଶିଷ ସାହୁ ପାଇବେ ଏକଲବ୍ୟ ପୁରସ୍କାର

ଆଥଲେଟ ବାପି ହାଁସଦା ଓ ଭାରୋତ୍ତୋଳକ ଜ୍ୟୋସ୍ନା ସବର ଉପବିଜେତା ଭାବେ ବିବେଚିତ ହୋଇଛନ୍ତି । ବାପି ଓ ଜ୍ୟୋସ୍ନାଙ୍କୁ ୧ ଲକ୍ଷ ଲେଖାଏଁ ଟଙ୍କା ସହ ମାନପତ୍ର ମିଳିବ । More

5T ସଚିବଙ୍କୁ ବିରୋଧ ବେଳେ ଉତ୍ତେଜନା : ପୋଲିସ୍ ଉପସ୍ଥିତିରେ ଖଣ୍ଡଯୁଦ୍ଧ, ୪ ବିଜେପି କର୍ମୀ ଆହତ

ବିଜେପି-ବିଜେଡି କର୍ମୀ ମୁହାଁମୁହିଁ । ପ୍ରାୟ ଅଧ ଘଣ୍ଟା ଧରି ଦିଗପହଣ୍ଡିରେ ଉତ୍ତେଜନା । ୪ ବିଜେପି କର୍ମୀ ଆହତ,MKCG ମେଡିକାଲରେ ଭର୍ତ୍ତି । More

ସ୍କୁଲ ମିଶ୍ରଣ ପରେ କଲବଲ ଛାତ୍ରଛାତ୍ରୀ : ପାଠ ପଢ଼ିବାକୁ ଜଙ୍ଗଲ ପାହାଡ଼ ଭିତରେ ବିପଦପୂର୍ଣ୍ଣ ଯାତ୍ରା

ପଦକ୍ଷେପ ତ ଦୂରର କଥା ପିଲାଙ୍କୁ ଦିଆଯାଉନି ଯାତାୟତ ଖର୍ଚ୍ଚ । More

Today Panchang 27th August 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହମାସ ଶ୍ରାବଣ  (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୭ ତାରିଖ  ରବିବାର । More

ପୁଣି ସୌମ୍ୟଙ୍କ ଡାଇରେକ୍ଟ ଆଟାକ୍ ! ପାଣ୍ଡିଆନ୍‌ଙ୍କ ଗସ୍ତ ଖର୍ଚ୍ଚ ନେଇ କଲେ ସମାଲୋଚନା

5-T ସଚିବଙ୍କ ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚକୁ ଚନ୍ଦ୍ରୟାନ-୩ ମିଶନ ଖର୍ଚ୍ଚ ସହ ତୁଳନା କରିଛନ୍ତି। More

ପୋଲିସକୁ ସଫଳତା ! ଧରାପଡ଼ିଲା ଜାଲ ନୋଟ, ଦୁଇ ଗିରଫ

ଲୋକେ ୫ଶହ, ଦୁଇ ଶହ ଓ ଶହେ ଟଙ୍କିଆ ନୋଟ୍ ପରଖି ନେବାକୁ ଏସପି ସଚେତନ କରିଛନ୍ତି । More

ହାଇକୋର୍ଟରେ ସଂଯୁକ୍ତା ମହଲା, ବଢ଼ିଲା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଡ଼ୁଆ

ନିର୍ଯାତନା ଅଭିଯୋଗ ନେଇ ଥାନାରେ ଏତଲା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏନେଇ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି । More

IIC-ଦୁଇ ହୋମଗାର୍ଡଙ୍କ ନାଁରେ NDPS ଆକ୍ଟରେ ମାମଲା

ତତ୍କାଳୀନ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଦୁଇ ହୋମଗାର୍ଡ଼ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର କୁମାର ନାୟକ ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। More

ହଟହଟା ହେଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ

ଘଟଣାଟି ଗତ ୨୩ ତାରିଖର ବୋଲି କୁହାଯାଉଛି। More

ଜୟନ୍ତ କୁମାର ହାଲଦାର, ଉପାନ୍ତ ମାଲକାନଗିରି ଅଂଚଳରୁ ଇସ୍ରୋ ବୈଜ୍ଞାନିକ

ଜୟନ୍ତ କେରଳ ଥିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରଯାନ ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । More

କମୁଛି ନବୀନଙ୍କ ଲୋକପ୍ରିୟତା; ବର୍ଷକରେ ଖସିଲାଣି ମୁଖ୍ୟମନ୍ତ୍ରୀଙ୍କ ୧୬.୮% ପପୁଲାରିଟି

ଏ ବର୍ଷ ଅର୍ଥାତ ୨୦୨୩ ଅଗଷ୍ଟରେ ଏ ଲୋକପ୍ରିୟତା ୬୧ ଦଶମିକ ୩ ପ୍ରତିଶତକୁ ହ୍ରାସ ପାଇଛି । ଅର୍ଥାତ୍ ବର୍ଷକ ଭିତରେ ୧୬ ଦଶମିକ ୮ ପ୍ରତିଶତ ଲୋକପ୍ରିୟତା ହରାଇଲେଣି ନବୀନ । More

ରାଜ୍ୟ ସରକାରଙ୍କ ଜାଗା ମିଶନ; ଯୋଜନାକୁ ୬ ବର୍ଷ, ପଟ୍ଟାରୁ ବଞ୍ଚିତ ଭୂମିହୀନ ବସ୍ତି ବାସିନ୍ଦା

ମାଲକାନଗିରି ମ୍ୟୁନିସିପାଲିଟିରେ ବି ଆଗେଇ ପାରୁନି ଜାଗା ମିଶନ । ଏଠିଥିବା ୩୧ଟି ବସ୍ତିରେ ୨,୪୩୨ଟି ଘର ପ୍ରଥମ ପର୍ଯ୍ୟାୟରେ ସର୍ଭେ କରାଯାଇଥିଲା l ତା ମଧ୍ୟରୁ କେବଳ ୧,୧୪୭ ଜଣଙ୍କୁ ଜମି ଅଧିକାର ପ୍ରମାଣପତ୍ର ତଥା LRC ଦିଆଯାଇଥିବାବେଳେ ବଞ୍ଚିତ ଅଛନ୍ତି ୧,୧୨୭ ଜଣ । More

ହୁଲସ୍ତୁଲ ରାଜ୍ୟ ରାଜନୀତି; ପାଣ୍ଡିଆନଙ୍କ ସୁରକ୍ଷାରେ ପୋଲିସର ରଙ୍ଗିନ ଟି-ସାର୍ଟ ଫୋର୍ସ କାହିଁକି ?

ବିଧାୟକଙ୍କ ଗାଡ଼ି ଉପରେ ତାଣ୍ଡବ । ପୋଲିସ୍ ଉପସ୍ଥିତିରେ ଆକ୍ରମଣ । ଅଣ୍ଡା, ପାଣି ବୋତଲ ସହ ଘନ ଘନ ଢେଲାମାଡ। ଗତକାଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ି ଓ ସମର୍ଥକଙ୍କ ଉପରକୁ କିଛି ଏଭଳି ଢଙ୍ଗରେ ଆକ୍ରମଣ କରିଥିଲେ ବିଜେଡି କର୍ମୀ । More

ଖୁବଶୀଘ୍ର ବଜାରକୁ ଆସିବ ଚମତ୍କାରୀ ହଳଦୀ ବ୍ୟାଣ୍ଡେଜ୍, ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନ ILS କରିଛି ପ୍ରସ୍ତୁତ

ଖୁବଶୀଘ୍ର ଔଷଧ ଦୋକାନରେ ମିଳିବ ଚମତ୍କାରୀ ହଳଦୀ ବ୍ୟାଣ୍ଡେଜ..ଶରୀରର କ୍ଷତ ଭଲ କରିବ ହଳଦୀ ବ୍ୟାଣ୍ଡେଜ୍ । ବ୍ୟାବସାୟିକରଣ ପାଇଁ ଆଗ୍ରହୀ ଭାରତୀୟ କମ୍ପାନି । More

କୁଡିଆରେ ପାଠପଢ଼ି କଲେ ନିଟ୍ କ୍ୱାଲିଫାଏ, ଡାକ୍ତର ହେବେ ଦିବ୍ୟାଙ୍ଗ ଯୁବକ ସଂଗ୍ରାମ ସ୍ୱାଇଁ

ଭଲରେ ଚାଲି ନ ପାରିଲେ ବି ଚାଷ କରି ପଢ଼ିଛନ୍ତି ପାଠ । ବୁର୍ଲା ବଡ଼ମେଡିକାଲରେ ଲେଖାଇଛନ୍ତି ନାଁ। ସରକାର ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଲା, ଭତ୍ତା ଭୁଲିଗଲା ।  More