Advertisment

ପୁଣି ସୌମ୍ୟଙ୍କ ଡାଇରେକ୍ଟ ଆଟାକ୍ ! ପାଣ୍ଡିଆନ୍‌ଙ୍କ ଗସ୍ତ ଖର୍ଚ୍ଚ ନେଇ କଲେ ସମାଲୋଚନା

5-T ସଚିବଙ୍କ ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚକୁ ଚନ୍ଦ୍ରୟାନ-୩ ମିଶନ ଖର୍ଚ୍ଚ ସହ ତୁଳନା କରିଛନ୍ତି।

author-image
Satyendu Shekher Mishra
Pandian-Soumyaranjan

Pandian-Soumyaranjan

5-T ସଚିବଙ୍କ ଗସ୍ତକୁ ନେଇ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସିଧା ନିଶାନା। ନିଜ ଖବରକାଗଜରେ 'ଆତ୍ମବିଭୋର ପ୍ରଶାସକ ଏବଂ ଅସହାୟ ରାଜନେତା' ଶୀର୍ଷକରେ ସେ ଅନେକ ଗୁମର ଖୋଲିଛନ୍ତି। ବିଭିନ୍ନ ଜିଲ୍ଲାକୁ ୫-ଟି ସଚିବଙ୍କ ଘନ ଘନ ଗସ୍ତକୁ ନେଇ କଟାକ୍ଷ କରିଛନ୍ତି । 5-T ସଚିବଙ୍କ ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚକୁ ଚନ୍ଦ୍ରୟାନ-୩ ମିଶନ ଖର୍ଚ୍ଚ ସହ ତୁଳନା କରିଛନ୍ତି।

Advertisment

ଇସ୍ରୋ ସଂସ୍ଥା ଚନ୍ଦ୍ରୟାନ-୩ ମିଶନ ପାଇଁ ୬ ଶହ କୋଟି ଖର୍ଚ୍ଚ କରିଥିବା ବେଳେ ଆମ 5-T ସଚିବ ୩୦ଟି ଜିଲ୍ଲାର ଓଡ଼ିଶା ଭ୍ରମଣରେ ପାଖାପାଖି ସେତିକି ଖର୍ଚ୍ଚ କରିଥିବେ ବୋଲି ଅଭିଯୋଗ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ସଚିବ ୟଶପାଲ କାପୁର ପ୍ରଚାର କାର୍ଯ୍ୟରେ ସହାୟତା କରି ତାଙ୍କ ସପକ୍ଷରେ ନିର୍ବାଚନୀ ଭାଷଣ ଦେଇଥିବାରୁ ଆହ୍ଲାବାଦ ହାଇକୋର୍ଟ ଇନ୍ଦିରାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ।

ପାଣ୍ଡିଆନଙ୍କ କେତେକ ଆଚରଣ ୟଶପାଲଙ୍କଠାରୁ କୌଣସି ଗୁଣରେ କମ ନୁହେଁ ବୋଲି ସେ ଲେଖିଛନ୍ତି । ନିର୍ବାଚନ ପୂର୍ବରୁ ଏସବୁ ସଭା ରାଜନୈତିକ ଦଳମାନଙ୍କର ଏକ ସଭାପରି ମନେ ହେଉଛି,ଏସବୁ ସଭାରେ ଲୋକ ପ୍ରତିନିଧି ଓ ରାଜନେତାମାନଙ୍କର ସଂପୃକ୍ତି ଥିଲେ ମଧ୍ୟ ସେମାନେ ମଞ୍ଚରେ ଦୃଶ୍ୟମାନ ହେଉନାହାନ୍ତି । ମଞ୍ଚରେ କେବଳ ୫-ଟି ସଚିବଙ୍କୁ ଦେଖିବାକୁ ମିଳୁଛି।

Advertisment

ଏହା ଭିନ୍ନ ଏକ ମାନସିକତାର ପରଚୟ ଦେଉଛି । ଏସବୁ ସଭାଗୁଡ଼ିକ କେବଳ ୫-ଟି ସଚିବଙ୍କ ଭାବମୂର୍ତ୍ତି ନିର୍ମାଣ ପାଇଁ ଉର୍ଦ୍ଦିଷ୍ଟ ଥିଲା ପରି ମନେହେଉଛି ।ଖାଲି ଏତିକି ନୁହେଁ, ମହିଳାମାନଙ୍କୁ ବିଜେଡି ସରକାର ସବୁ ବେଳେ ଅଗ୍ରାଧିକାର ଦେଉଥିବା ବେଳେ ମଣିପୁର ହିଂସା ପ୍ରସଙ୍ଗରେ କାହିଁକି ଚୁପ୍ ରହିଲା ବୋଲି ପରୋକ୍ଷରେ ଉଲ୍ଲେଖ କରିଛନ୍ତି ସୌମ୍ୟ ପଟ୍ଟନାୟକ।

ଏମିତିକି ପାଣ୍ଡିଆନ ଛାତ୍ରମାନଙ୍କୁ ଉଦବୋଧନ ଦେଇ ସମାବେଶରେ କହକିଥିଲେ ମଦ୍ୟପାନଠାରୁ ଦୂରେଇ ରୁହ, ହେଲେ ଓଡିଶାର ନିଶା ନିବାରଣ ପ୍ରତି ସରକାର ସେପରି ଯତ୍ନବାନ ଥିଲା ପରି ମନେ ହେଉନି। ଗତ କିଛିବର୍ଷ ଧରି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ହେଉନି। ଛାତ୍ରଛାତ୍ରୀମାନେ କେଜାଣି କାହିଁକି ତାଙ୍କର ସର୍ବନିମ୍ନ ଗଣତାନ୍ତ୍ରିକ ଅଧିକାର ହରେଇ ଥିଲେ ମଧ୍ୟ ନିରବ ରହୁଛନ୍ତି ।

ସେହିପରି ଗତକାଲି ଗଞ୍ଜାମରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଯେଉଁ ଘଟଣାଟି ଘଟିଲା ତାହା ଆମ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି ।

BJD Odisha BJP Odisha Politics Pandian
Advertisment
Advertisment