/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693104553.jpg)
Dabugaon MLA
ହଟହଟା ହେଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ବିଧାୟକଙ୍କୁ ଘେରିଗଲେ ଯୁବ ଗୋଷ୍ଠୀ,ମାଗିଲେ ଅଞ୍ଚଳର ଉନ୍ନତିମୂଳକ କାମର ହିସାବ। ଯାହାର ଏକ ଭିଡ଼ିଓ ଏବେ ଭାଇରାଲ୍ ହେଉଛି। ଯେଉଁଠି ବିଧାୟକଙ୍କୁ ଯୁବ ଗୋଷ୍ଠୀ ଘେରିଯିବା ସହ ଉନ୍ନତିମୂଳକ କାମର ହିସାବ ମାଗିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୨୩ ତାରିଖରେ କୋଷାଗୁମୁଡା ବସଷ୍ଟାଣ୍ଡ ଉଦଘାଟନ ଉତ୍ସବକୁ ଯାଇଥିଲେ ବିଧାୟକ ମନୋହର ରନ୍ଧାରୀ। ଏହି ସମୟରେ ବିଭିନ୍ନ ଅଭିଯୋଗ ଆଣିବା ସହ ଗତ ୫ବର୍ଷ ମଧ୍ୟରେ MLA ଓ MP LADରେ କ’ଣ ସବୁ ଉନ୍ନତିମୂଳକ କାମ କରିଛନ୍ତି, ତାର ହିସାବ ମାଗିଥିଲେ। ଫଳରେ ବିଧାୟକ ହଡ଼ବଡ଼େଇ ଯିବା ସହ ତୁରନ୍ତ ଘଟଣାସ୍ଥଳ ଛାଡ଼ି ଖସିଯାଇଥିଲେ। ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଘଟଣାଟି ଗତ ୨୩ ତାରିଖର ବୋଲି କୁହାଯାଉଛି।
ଏହାକୁ ନେଇ ବିଧାୟକ ମନୋହର ରନ୍ଧାରୀ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ୍ କରିଥିବାବେଳେ ପୂର୍ବତନ ବିଧାୟକ ଭୂଜବଳ ମାଝୀ ପାଲଟା ଜବାବ ରଖିଛନ୍ତି। କିନ୍ତୁ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ହଟହଟା ହେଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ବିଧାୟକଙ୍କୁ ଘେରିଗଲେ ଯୁବ ଗୋଷ୍ଠୀ, ମାଗିଲେ ଅଞ୍ଚଳର ଉନ୍ନତିମୂଳକ କାମର ହିସାବ#Dabugaon#MLA#OdishaPoliticspic.twitter.com/qsMetD2uHj
— ଓଟିଭି (@otvkhabar) August 27, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)