ସଂକ୍ଷେପରେ ଆଜିର ତାଜା ଖବର - Sunday, 21 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୪ ହଜାର ବଦଳରେ ଆସିଲା ୭ କୋଟି ଟଙ୍କାର ଇଲେକ୍ଟ୍ରି ବିଲ୍‌, କ୍ଷମା ମାଗିଲା କମ୍ପାନୀ

ସ୍ମାର୍ଟ ମିଟରରେ ନୀଳାଦ୍ରି ବିହାର ଅଞ୍ଚଳର ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କ ମେ ମାସ ଲାଗି ଆସିଥିଲା ୭ କୋଟି ୯୦ ଲକ୍ଷ ୩୫ ହଜାର ୪୫୬ ଟଙ୍କାର ବିଦ୍ୟୁତ ବିଲ୍। ଆଉ ତାପରେ... More

ଶପଥ ପୂର୍ବରୁ ସାରଦାଙ୍କ ପ୍ରତିକ୍ରିୟା; କହିଲେ, ଓଡ଼ିଶାବାସୀଙ୍କ ସେବାର ସୁଯୋଗ ସୌଭାଗ୍ୟର ବିଷୟ

୬୪ ବର୍ଷୀୟ ସାରଦା ୨୦୦୪ରେ ବିଜେଡି ଟିକେଟରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୯ ଏବଂ ୨୦୧୯ରେ ରାଉରକେଲାରୁ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ । More

ଏବେ ବି ରାଜ୍ୟରେ ମାଳ ମାଳ ଫେକ୍ ଶିକ୍ଷକ, ପ୍ରମାଣିତ ହେବା ପରେ ବି ଅଛନ୍ତି ଚାକିରିରେ

କାହିଁକି ଡିଇଓ ଏବଂ ବିଇଓ ମାନେ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି? ଏହାପଛରେ ଆଉ କିଛି କାରଣ ଅଛି କି? ନା ଭିତିରି ବୁଝାମଣା? More

ଓଡ଼ିଶାରେ ତାଲିବାନୀ ବର୍ବରତା: ସର୍ବସମ୍ମୁଖରେ ପିଟିପିଟି ମାରିଦେଲେ, ମଜା ନେଲେ ଲୋକେ

ଖାପ୍ ପଞ୍ଚାୟତ, କଙ୍ଗାରୁ କୋର୍ଟ, ଭିଡ଼ ହିଂସା...। ଏସବୁର କେବେ ଘଟିବ ଅନ୍ତ? ଆଧୁନିକ ସମାଜରେ ମଧ୍ୟଯୁଗୀୟ ବର୍ବରତା ବଞ୍ଚି ରହିବାର କାରଣ କଣ? More

ଲାଗିଲା ଡିଜେଲ ଇଞ୍ଜିନ୍‌; ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍

ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଅଧାରେ ଅଟକିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ମରାମତି ସରିବା ପରେ ପୁଣି ତାର ଯାତ୍ରା ଆରମ୍ଭ କରିଛି । More

ଛାଇ-ଆଲୁଅର ଅଦ୍ଭୁତ ଖେଳ; ୨ ମିନିଟ୍ ପାଇଁ ପିଛା ଛାଡ଼ିଦେଲା ଛାଇ

ଛାଇ-ଆଲୁଅର ଅଦ୍ଭୁତ ଖେଳ । ସକାଳୁ ଛାଇ ଥିଲା, ମଧ୍ୟାହ୍ନରେ ଉଭେଇଗଲା । ଦୁଇ ମିନିଟ୍ ପାଇଁ ଭୁବନେଶ୍ୱର ପାଲଟିଲା ଛାୟାଶୂନ୍ୟ ସହର । ଆଉ ଏ ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବାକୁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ହୋଇଥିଲା ସ୍ୱତନ୍ତ୍ର ଆୟୋଜନ । More

କେଉଁ ଦଳ ପାଖରେ କେତେ ୨୦୦୦ ଟଙ୍କିଆ ନୋଟ୍‌ ?

ବିଜେଡି ପାଖରେ ଅଛି କି କଳାଧନ ? ଦଳ ହୋର୍ଡିଂ କରିଛି କି ୨ ହଜାର ଟଙ୍କିଆ ନୋଟ ? ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପରେ ବିଜେଡି ଚିନ୍ତାରେ ଥିବା ଚର୍ଚ୍ଚା । More

ସପ୍ତାହେ ପରେ ନବ ଦାସ ହତ୍ୟାକାଣ୍ଡକୁ ୧୨୦ ଦିନ; ଏଯାଏଁ କ୍ରାଇମବ୍ରାଞ୍ଚ ଦାଖଲ କରିନି ଚାର୍ଜସିଟ୍

ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କ ହତ୍ୟାକୁ ଆସନ୍ତା ମେ ୨୮ ତାରିଖରେ ପୂରିବ ୧୨୦ ଦିନ । ହେଲେ ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଦାଖଲ କରି ପାରିଲାନି ମାମଲାର ଚାର୍ଜସିଟ୍ । More

ସରକାରୀ କ୍ୱାଟର୍ସରେ ନିଶା ବେପାର; ଜବତ ହେଲା ୧ କିଲୋରୁ ଅଧିକ ବ୍ରାଉନସୁଗାର

ପରିଚୟ ମେକାନିକ, କିନ୍ତୁ ପ୍ରଫେସନ ପକ୍କା ନିଶା ବେପାରୀ । ରାଜଧାନୀର ପୋସ୍ ଏରିଆ ୮ ନମ୍ବର ଅଞ୍ଚଳରେ ଗ୍ୟାରେଜ୍ ଦୋକାନ ବାହାନାରେ ଧଳା ଜହର ବିକି ଏସଟିଏଫ୍ ହାବୁଡ଼ରେ ପଡ଼ିଥିବା ଇଏ ସେଇ ଅଭିଯୁକ୍ତ । More

ବିଜେଡି ନେତାଙ୍କ ଛାତି ଧଡ଼ଧଡ଼; କେତେବେଳେ ବି ବାଜିପାରେ ଫୋନ୍‌ କଲ୍‌ ?

ଯେ କୌଣସି ମୁହୁର୍ତ୍ତରେ ଆସିପାରେ କଲ୍ । ରିଙ୍ଗ୍ ହୋଇପାରେ ବିଧାୟକଙ୍କ ମୋବାଇଲ ଫୋନ। ରାଜ୍ୟ ମନ୍ତିମଣ୍ଡଳ ଅଦଳବଦଳ ଓ ସଂପ୍ରସାରଣର ସମ୍ଭାବ୍ୟ ପ୍ରକ୍ରିୟା ଭିତରେ ଏବେ ନବୀନଙ୍କ କଲ୍ କୁ ବିଧାୟକଙ୍କ ଅପେକ୍ଷା। More

ଆହୁରି ୫ ଦିନ ଜାଳିବ; କିଛି ଜିଲ୍ଲାକୁ ଝଡ଼ ତୋଫାନ ପାଇଁ ୟେଲୋ ୱାର୍ଣ୍ଣିଂ

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ତାତି ଆହୁରି ୫ ଦିନ ରହିବ । More

ଅଧା ବାଟରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଯାଜପୁର ବୈତରଣୀ ରୋଡ୍‌ ନିକଟରେ ବନ୍ଦେ ଭାରତ ଟ୍ରେନ୍‌ ଅଟକି ରହିଛି । କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ ଭାଙ୍ଗିଯାଇଛି । More

ଏଣିକି ଆକାଉଣ୍ଟରେ ନୁହଁ ହାତରେ ମିଳିବ ଭତ୍ତା ଟଙ୍କା

ମଧୁବାବୁ ପେନସନ୍‌ ଯୋଜନା(MBPY)ରେ ମିଳୁଥିବା ଭତ୍ତା ଆଉ ଆକାଉଣ୍ଟକୁ ଯିବ ନାହିଁ। More

SBI ର ଗାଇଡଲାଇନ; ନୋଟ୍‌ ବଦଳାଇବାକୁ ID ଦରକାର ନାହିଁ

ଦୁଇ ହଜାର ଟଙ୍କିଆ ବନ୍ଦ ପାଇଁ RBIର ଘୋଷଣା ପରଠୁ ଏହାର ପ୍ରଭାବକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାରି ମଧ୍ୟରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଷ୍ଟେଟ ବ୍ୟାଙ୍କର ନୂଆ ଗାଇଡ ଲାଇନ ଲାଗୁ କରିଛି । More

ରାଜଧାନୀରୁ ଜବତ ହେଲା ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର

ସରକାରୀ କ୍ୱାର୍ଟର କ୍ୟାମ୍ପସରେ ଚାଲିଥିଲା ବ୍ରାଉନସୁଗର ଡିଲ । କମିଶନରେଟ ପୋଲିସ ସହାୟତାରେ ରେଡ କରିଛି STF । More

ମାତିଛନ୍ତି ବାଲି ମାଫିଆ ! ପଡୋଶୀ ରାଜ୍ୟକୁ ବେଧଡକ୍ ଚୋରା ଚାଲାଣ

ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାତିଛନ୍ତି ବାଲି ମାଫିଆ। ବେଆଇନ୍ ଭାବେ ନଦୀ ଘାଟରୁ ବାଲି ଆଣି ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଛି। More

ବିରଳ ପ୍ରଜାତିର ନାଲି ଗୁଣ୍ଡୁଚି ଉଦ୍ଧାର, ହୋଟେଲ୍ ମାଲିକ ଅଟକ

କେବେ ଦେଖିଛନ୍ତି କି ନାଲି ଗୁଣ୍ଡୁଚି ମୂଷା ? ଏକ ଢ଼ାବାରୁ ଏଭଳି ପ୍ରଜାତିର ମୂଷା ଉଦ୍ଧାର ହୋଇଛି । More

କାଲି ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନେବେ ଶପଥ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି । More

ପ୍ରଖର ସ୍ରୋତରେ ଧୋଇଯିବ ଆଡ଼ିବନ୍ଧ, ତଥାପି ଠିକାଦାରଙ୍କ ମନମାନିରେ ଚାଲିଛି କାମ

ଅଣ ମୌସୁମୀରେ ଅଣ ଜଳସେଚିତ ଜମିରେ ଚାଷୀଙ୍କୁ ବର୍ଷସାରା ପାଣି ଯୋଗାଇ ଦେବାକୁ ବାଙ୍କି ବ୍ଲକର ଜୁଣିଆ ନାଳ ଗୌଡଛେଲିଠାରେ ଚେକଡ୍ୟାମ୍ ନିର୍ମାଣ ଚାଲିଛି। ତେବେ ଠିକାଦାରଙ୍କୁ ସୁହାଇବା ଭଳି ସ୍ଥାନରେ ଆଡ଼ିବନ୍ଧ ନିର୍ମାଣ ହେବା ଏବଂ ଠିକାଦାରଙ୍କ ମନମାନିରେ ଢଳେଇ ହେଉଥିବା ଅଭିଯୋଗ ଆସିଛି। More

ବୋହୂର ଅଭିଯୋଗ ଆଧାରରେ ରାଜାଘର ନାଁରେ ମାମଲା ରୁଜୁ

ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ବୋହୂ ଅଦ୍ରିଜା ସିଂଙ୍କ ଅଭିଯୋଗ ପଞ୍ଜୀକରଣ ହୋଇଛି। ସ୍ୱାମୀ ଅର୍କେଶଙ୍କ ସମେତ ଶ୍ୱଶୁର ଅନଙ୍ଗ ଉଦୟ ସିଂଦେଓ, ଶାଶୁ ବିଜୟଲକ୍ଷ୍ମୀ ଦେବୀ, ଦେଢ଼ଶୁର କଳିକେଶ ସିଂଦେଓ ଓ ବଡ଼ ଯାଆ ମେଘନାଙ୍କ ବିରୋଧରେ ଅଦ୍ରିଜା ଯୌତୁକ ଓ ନିର୍ଯାତନା ଅଭିଯୋଗ ଆଣିଥିଲେ। More

ଆଶ୍ଚର୍ଯ୍ୟ ! ! ! ମାସକରେ ଆସିଲା ୭ କୋଟିରୁ ଅଧିକ ଟଙ୍କାର ବିଦ୍ୟୁତ୍‌ ବିଲ୍‌

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ରାଜଧାନୀ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଛି ୭ କୋଟି ୯୦ ଲକ୍ଷ ୩୫ ହଜାରରୁ ଅଧିକ ଟଙ୍କାର ବିଦ୍ୟୁତ୍‌ ବିଲ୍। ତା’ବି ପୁଣି ସ୍ମାର୍ଟ ମିଟର ଜରିଆରେ।  More

ମୁଣ୍ଡଳି ବ୍ୟାରେଜରୁ କଲେଜ ଛାତ୍ରୀ ନିଖୋଜ, ବ୍ରିଜ୍‌ ଉପରୁ ମିଳିଲା ସ୍କୁଟି...

ପୁଣି ମୁଣ୍ଡଳି ବ୍ୟାରେଜରୁ ଯୁବତୀ ନିଖୋଜା ମୁଣ୍ଡଳି ବ୍ୟାରେଜ ଉପରେ ସ୍କୁଟି ରଖି ଯୁବତୀ ଜଣକ ପାଣିକୁ ଡେଇଁଥିବା ସନ୍ଦେହ କରି ପୋଲିସ୍ ଖୋଜାଖୋଜି କରୁଛି। More

ଆଜି ଦିନ ୧୧ଟା ୪୩ ମିନିଟ୍‌ରେ ହଜି ଯିବ ନିଜ ଛାଇ

ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ବର୍ଷର ୩୬୫ ଦିନ ମଧ୍ୟରୁ ଏଭଳି ୨ ଦିନ ରହିଛି ଯେଉଁ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରହିବ। ସେହି ସମୟରେ ଆମ ନିଜ ଛାଇ ଆଉ ଦେଖାଯିବ ନାହିଁ। More

ପରିବହନ ବିଭାଗର ନିର୍ଦ୍ଦେଶ: ବସ୍‌ରେ ଲେଖ- କେତେ ଦୂରକୁ କେତେ ଭଡ଼ା

ବେଆଇନ ଭାବେ ବସ୍ ଭଡ଼ା ଆଦାୟ ନେଇ ଓଟିଭିରେ ଖବର ପ୍ରସାରଣ ପରେ ପରିବହନ ବିଭାଗ ଏହି ଚିଠି ଲେଖିଛି। More

ସଫଳତାର ଶୀର୍ଷରେ ଗରିବ ପରିବାରର କନ୍ୟାରତ୍ନ, ମାଟ୍ରିକରେ ରଖିଛନ୍ତି ୯୦% ନମ୍ବର

ମାଟି କାନ୍ଥର ଭଙ୍ଗାଦଦରା ଘର...ଭିତରେ ଶିକାରେ ଝୁଲୁଥିବା ବୋଇତାଳୁ... ପିଣ୍ଡାରେ ଥିବା ଚୁଲି ଆଉ ଚୁଲି ମୁଣ୍ଡରେ ବସି ଖୁସିର ଲୁହରେ ବତୁରି ଯାଉଥିବା ମା’ର ପ୍ରାଣ ଆଜି ହାଲୁକା ହୋଇଯାଇଛି। More

ମାଟ୍ରିକରେ ବଂପର ରେଜଲ୍ଟ ପରେ ପ୍ଲସ ଟୁରେ ଆଡମିଶନ୍ ଚିନ୍ତା

ସୀମିତ ସିଟରେ କୃତୀ ଛାତ୍ରଛାତ୍ରୀ କିପରି ଆଡମିଶନ କରିବେ ତାହା ଏବେ ବଡ ପ୍ରଶ୍ନ More

ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ରଦ୍ଦ ପରେ ଅକଳରେ OPSC

କୋର୍ଟ କହିଥିଲେ, ଓଡ଼ିଶା ସେକ୍ରେଟାରିଏଟ୍ ସର୍ଭିସ୍ ରିକ୍ରୁଟମେଣ୍ଟ ରୁଲ୍ସରେ ପ୍ରତି ବିଷୟରେ କ୍ବାଲିଫାଇଂ ମାର୍କର ବ୍ୟବସ୍ଥା ନଥିବାରୁ ଏହି ଆଧାରରେ ପ୍ରସ୍ତୁତ ମେରିଟ୍ ଲିଷ୍ଟ ବୈଧ ନୁହେଁ। ତେଣୁ ଏଗ୍ରିଗେଟ୍ ମାର୍କ ଆଧାରରେ ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ଲାଗି OPSCକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। More

ମନେ ପଡ଼ିଗଲା ୨୦୧୬ର ଦୁର୍ଦ୍ଦଶା, ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେଲେ କଣ ହେବ ?

RBI ନିଷ୍ପତ୍ତି ନେଇ ଦ୍ୱନ୍ଦ୍ୱ ଦୂର ପାଇଁ ବିଶେଷଜ୍ଞଙ୍କ ମତ । ଯାହା ପାଖରେ ଅଛି ଏହି ନୋଟ୍, କଣ କରିବେ ସେମାନେ ? More