/odishatv-khabar/media/post_attachments/uploadimage/library/16_9/16_9_0/Heat_Wave_1684678473.jpg)
Heat Wave
ପ୍ରଚଣ୍ଡ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା । ଆଜି ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରର ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ରହିଛି । ହୀରାକୁଦର ତାପମାତ୍ରା ୪୧ ଦଶମିକ ୮ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାର ତାପମାତ୍ରା ରହିଛି ୪୦ ଦଶମିକ ୪ ଡିଗ୍ରୀ ସେଲସିୟସ । ଭୁବନେଶ୍ବରର ତାପମାତ୍ରା ରହିଛି ୩୮ ଦଶମିକ ୮ ଡିଗ୍ରୀ ।
Advertisment
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ତାତି ଆହୁରି ୫ ଦିନ ରହିବ । ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ବଜ୍ରପାତ ହେବାର ସମ୍ଭାବନା ଥିବାରୁ ସେହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଆସନ୍ତା ୫ ଦିନ ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଜପତି, ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଯଦି କିଛି କ୍ଷୟକ୍ଷତି ହୁଏ, ତୁରନ୍ତ ଜଣାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି SRC ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)