• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପିଞ୍ଜରା ଭିତରେ ବିରଳ ନାଲି ଗୁଣ୍ଡୁଚି ମୂଷା । ଗଜପତି ଜିଲ୍ଲା ଚନ୍ଦ୍ରଗିରି ବାନାଞ୍ଚକ ଅଧିନସ୍ଥ ଲୁହାଗୁଡ଼ି ଛକ ଠାରେ ଥିବା ରାଜପୁତ ଢ଼ାବା ହୋଟେଲରେ ବନ ବିଭାଗର ସ୍ଵତନ୍ତ୍ର ଟିମ୍ ଚଢାଉ କରି ଇଣ୍ଡିଆନ ରେଡ୍ ସ୍କ୍ୱିରେଲ ବା ବିରଳ ପ୍ରଜାତିର ନାଲି ଗୁଣ୍ଡୁଚି ମୂଷା ଉଦ୍ଧାର କରିଛି । ଏହା ସହ ବେଆଇନ ଭାବେ ଏହି ମୂଷା ରଖିଥିବା ଅଭିଯୋଗରେ ହୋଟେଲ୍ ମାଲିକକୁ ଅଟକ ରଖି ଅଧିକ ପଚରା ଉଚରା କରୁଛି ବନ ବିଭାଗ ।

ସୂଚନା ଅନୁସାରେ ଆଜି ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍ ଆନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ଅଶୋକ କୁମାର ବେହେରାଙ୍କ ନେତୃତ୍ୱରେ ଚନ୍ଦ୍ରଗିରି, ଚାନ୍ଦିପୁଟ ଓ ପୁଡାମାରି ବନାଞ୍ଚଳର ଏକ ସ୍ଵତନ୍ତ୍ର ଟିମ୍ ଢାବାରେ ଚଢାଉ କରିଥିଲେ । ବନ୍ୟପ୍ରାଣୀ ଆଇନ ୧୯୭୨ ଅନୁଯାୟୀ ଏହା ସେଡୁଲ ୧ ରେ ଥିବାରୁ ଏପରି ଜୀବକୁ ରଖିବା ବେଆଇନ ଅଟେ । ବର୍ତ୍ତମାନ ବନବିଭାଗ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ରାଜପୁତ ଢ଼ାବା ମାଲିକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ସଂପୃକ୍ତ ହୋଟେଲ୍ ମାଲିକ କେଉଁଠୁ ଏହି ମୂଷା ଆଣିଥିଲେ, କିଏ ତାକୁ ଦେଇଥିଲା ତାହାର ଟିକନିକ ତଦନ୍ତ ଚାଲିଛି । ନାଲି ମୂଷାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ନନ୍ଦନକାନନରେ ଛଡା ଯିବା ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

  • Reported by:
  • Mihir Jati