• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତାକାଲି ସକାଳେ ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ । ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସମସ୍ତେ ଶପଥ ଗ୍ରହଣ କରିବେ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଗସ୍ତ ସାରି ରାଜ୍ୟପାଳ ଆସନ୍ତାକାଲି ଓଡ଼ିଶା ଫେରୁଛନ୍ତି ।

ଏବେ ମନ୍ତ୍ରିମଣ୍ଡଳରେ ୩ ମନ୍ତ୍ରୀ ପଦ ଖାଲି ରହିଛି । ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ଦୁଇଟି ଯାକ ମନ୍ତ୍ରୀପଦ ଖାଲି ରହିଥିଲା । ଏହାପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ଯୋଗୁଁ ଗୋଟିଏ ମନ୍ତ୍ରୀପଦ ଖାଲି ରହିଥିଲା । ଅନ୍ୟପଟେ ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ବାଚସ୍ପତି ପଦ ମଧ୍ୟ ଖାଲି ରହିଛି ।

ଗତ କିଛି ଦିନ ହେବ ନୂଆ ମନ୍ତିମଣ୍ଡଳ ନେଇ ଚର୍ଚ୍ଚା ହେଉଥିଲା । କେବେ ହେବ ମନ୍ତ୍ରିମଣ୍ଡଳ ଅଦଳବଦଳ ? କିଏ ହେବେ ନୂଆ ବାଚସ୍ପତି ? ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଥିଲା । ତେବେ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଆଶାୟୀଙ୍କ ତାଲିକା ଖୁବ୍‌ ଲମ୍ବା ବୋଲି ଜଣାପଡ଼ିଛି । କେହି ମୁହଁ ଖୋଲି କିଛି କହୁନଥିବା ବେଳେ ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସମସ୍ତଙ୍କ ଅପେକ୍ଷା ବୋଲି କହିଛନ୍ତି ।