Advertisment

ମନେ ପଡ଼ିଗଲା ୨୦୧୬ର ଦୁର୍ଦ୍ଦଶା, ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେଲେ କଣ ହେବ ?

RBI ନିଷ୍ପତ୍ତି ନେଇ ଦ୍ୱନ୍ଦ୍ୱ ଦୂର ପାଇଁ ବିଶେଷଜ୍ଞଙ୍କ ମତ । ଯାହା ପାଖରେ ଅଛି ଏହି ନୋଟ୍, କଣ କରିବେ ସେମାନେ ?

author-image
Satyendu Shekher Mishra
undefined

RBI, Demonisation

ଦୁଇ ହଜାର ଟଙ୍କିଆ ବନ୍ଦ ପାଇଁ RBIର ଘୋଷଣା ପରଠୁ ଏହାର ପ୍ରଭାବକୁ ନେଇ ଏବେ ସବୁଠି ଚର୍ଚ୍ଚା। ବ୍ୟବହାର କମିଯାଇଥିବାରୁ ସାଧାରଣ ଲୋକଙ୍କ ପାଖରେ ତ ଏଇ ନୋଟ୍ ସେତେଟା ନାହିଁ, ତେବେ ଯେଉଁମାନଙ୍କ ପାଖରେ ଅଛି ସେମାନେ କେମିତି ଫେରାଇବେ ? ସରକାର ଦେଇଥିବା ସମୟ ପର୍ଯ୍ୟାପ୍ତ ହେବ ତ ? ଏମିତି ଅନେକ ପ୍ରଶ୍ନ ଭିତରେ କିଛି ଲୋକ ବିମୁଦ୍ରାକରଣର ଦୁର୍ଦ୍ଦଶାକୁ ମନେ ପକାଇ ଚିନ୍ତା ବଢିଥିବା କଥା କହିଛନ୍ତି।

Advertisment

କାହିଁକି ଛୋଟ ନୋଟବନ୍ଦୀ ? କିଏ କହୁଛି ଧରାପଡ଼ିବ କଳାଧନ, କିଏ କହୁଛି କଳାବଜାରୀରେ ଲାଗିବ ଲଗାମ । କିଏ ଭୋଗିବେ ସମସ୍ୟା...କାହାର ବଢିଲା ଚିନ୍ତା ?

ପ୍ରଚଳିତ ସବୁଠୁ ବଡ଼ ନୋଟ୍ ୨ ହଜାର ଟଙ୍କିଆକୁ ପ୍ରତ୍ୟାହାର ପାଇଁ RBIର ନିଷ୍ପତ୍ତି ପରେ ସବୁଠି ଏବେ ଏଇ ଚର୍ଚ୍ଚା, ଆଲୋଚନା । ହେଲେ ବିମୁଦ୍ରିକରଣକୁ ମନେ ପକେଇ ଦେଇଥିବା ଏ ଘୋଷଣାରେ ଏଥର କିନ୍ତୁ ଗ୍ରାହକଙ୍କ ପାଇଁ ପର୍ଯ୍ୟାପ୍ତ ସମୟ ଦେଇଛନ୍ତି ସରକାର। ଯାହା ପାଖରେ ୨ ହଜାର ଟଙ୍କା ଅଛି ମେ ୨୩ରୁ ସେପ୍ଟେମ୍ବର ୩୦ ଭିତରେ ନୋଟ ଡିପୋଜିଟ ସହ ବଦଳାଇ ପାରିବେ। କୌଣସି ଗ୍ରାହକ ବ୍ୟାଙ୍କରେ କେୱାଇସି ଦେଇ ନିଜ ଆକାଉଣ୍ଟରେ ୨ ହଜାର ଟଙ୍କିଆ ଡିପୋଜିଟ କରିପାରିବେ । ଏହାବାଦ୍ ଏକାଥରକେ ଜଣେ ଲୋକ ୧୦ଟି ନୋଟ ଅର୍ଥାତ ୨୦ ହଜାର ଟଙ୍କା ବଦଳାଇ ପାରିବ।

Advertisment

ଆକାଉଣ୍ଟ ନଥିଲେ ମଧ୍ୟ ଯେ କୌଣସି ବ୍ରାଞ୍ଚରେ ବଦଳାଇ ହେବ ଟଙ୍କା। ତେଣୁ ପ୍ରାୟ ସବୁ ବର୍ଗର ଲୋକ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଆଉ କେହି କେହି ବିମୁଦ୍ରିକରଣ ବେଳର ଦୁର୍ଦ୍ଦଶାକୁ ମନେ ପକାଇ ସରକାରଙ୍କ ନିଷ୍ପତ୍ତି ଦ୍ୱାରା ଟେନସନ ବି ବଢିଥିବା କହିଛନ୍ତି। ଅନ୍ୟପଟେ ଅନେକ ଛୋଟ ବ୍ୟବସାୟୀ ଏହାକୁ ସ୍ୱାଗତ କରିଥିବା ବେଳେ କିଛି ବ୍ୟବସାୟୀ ଦୈନିକ ଡିପୋଜିଟ ସ୍ଲାବ ବଢାଇବାକୁ ଦାବି କରିଛନ୍ତି।

୨୦୧୬ ନୋଟବନ୍ଦୀ ପରେ ମାର୍କେଟରେ ନୋଟ ଅଭାବ ସମସ୍ୟାର ସମାଧାନ ପାଇଁ ଦୁଇ ହଜାର ଟଙ୍କିଆ ନୋଟ ଆରମ୍ଭ କରିଥିଲେ ସରକାର। ପରେ ନୂଆ ପାଞ୍ଚ ଶହ ଟଙ୍କିଆ ନୋଟ ପର୍ଯ୍ୟାପ୍ତ ପରିମାଣରେ ଆସିବା ପରେ ୨୦୧୮-୧୯ରେ ଛପା ବନ୍ଦ କରିଥିଲା ଆରବିଆଇ। ତେଣୁ ଆଶା କରାଯାଉଛି ୪ ମାସରେ ସମସ୍ତ ୨ ହଜାର ଟଙ୍କିଆ ନୋଟ ଆରବିଆଇକୁ ଫେରି ଆସିବ। ଅନ୍ୟ ପଟେ ଡିପୋଜିଟ ଏବଂ ବଦଳାଇବା ପାଇଁ ସେପ୍ଟେମ୍ବର ୩୦ ତାରିଖ ଶେଷ ତାରିଖ ଥିଲେ ସୁଦ୍ଧା ଲିଗାଲ ଟେଣ୍ଡର ବଳବତ୍ତର ଥିବାରୁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ତେଣୁ ନିର୍ଦ୍ଧାରିତ ତାରିଖ ପରେ ୨ ହଜାର ଟଙ୍କିଆ ଡିପୋଜିଟ୍ ହୋଇ ପାରିବ କି ନାହିଁ, ସବୁ ପୁରୁଣା ନୋଟ ଫେରିଯିବା ପରେ ପୁଣି ନୂଆ ୨ ହଜାର ଟଙ୍କିଆ ଛପା ହେବ କି, ସେନେଇ ସରକାର ସ୍ପଷ୍ଟ କରିବାକୁ କହିଛନ୍ତି ବିଶେଷଜ୍ଞ।

ଏଥିସହ ଜଣଙ୍କର ଏକାଧିକ ଆକାଉଣ୍ଟ ଥିଲେ, ଗୋଟିଏ ନା ସବୁ ଆକାଉଣ୍ଟରେ ଡିପୋଜିଟ ହୋଇପାରିବ? ଜଏଣ୍ଟ ଆକାଉଣ୍ଟରେ ଡିପୋଜିଟ ହୋଇପାରିବ କି ନାହିଁ ସେସବୁ ନେଇ ମଧ୍ୟ ଥିବା ଦ୍ବନ୍ଦ୍ବ ଦୂର କରିବାକୁ ଦାବି କରୁଛନ୍ତି ଗ୍ରାହକ।

Demonitisation
Advertisment
Advertisment